ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୪ ମାସରେ ୧୪ କେ.ଜି ଓଜନ ହ୍ରାସ କରି ପ୍ରେରଣା ସାଜିଲେ ସୂର୍ଯ୍ୟ ନାରାୟଣ ପାତ୍ର; ଜାଣନ୍ତୁ ତାଙ୍କ ଫିଟନେସ୍ ରାଜ୍

୪ ମାସରେ ୧୪ କେ.ଜି ଓଜନ ହ୍ରାସ କରି ପ୍ରେରଣା ସାଜିଲେ ସୂର୍ଯ୍ୟ ନାରାୟଣ ପାତ୍ର; ଜାଣନ୍ତୁ ତାଙ୍କ ଫିଟନେସ୍ ରାଜ୍

ଏକାଧିକ ରୋଗରେ ପୀଡିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବେ ପୂରା ଫିଟ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ଚାରି ମାସରେ ସେ ନିଜର ୧୪ କେ.ଜି ଓଜନ କମାଇଛନ୍ତି।

୪ ମାସରେ ୧୪ କେ.ଜି ଓଜନ ହ୍ରାସ କରି ପ୍ରେରଣା ସାଜିଲେ ସୂର୍ଯ୍ୟ ନାରାୟଣ ପାତ୍ର; ଜାଣନ୍ତୁ ତାଙ୍କ ଫିଟନେସ୍ ରାଜ୍
୪ ମାସରେ ୧୪ କେ.ଜି ଓଜନ ହ୍ରାସ କରି ପ୍ରେରଣା ସାଜିଲେ ସୂର୍ଯ୍ୟ ନାରାୟଣ ପାତ୍ର
  • News18 Odia
  • Last Updated: November 10, 2021, 4:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କେମିତି ରହିବେ ଫିଟ। ବୟସ ଯେତେ ଅଧିକ ହେଉ ପଛେ କିଭଳି ରହିବେ ନିରୋଗ କିଭଳି ହେବେ ଦୀର୍ଘାୟୁ। ଫିଟନେସର ଏ ମନ୍ତ୍ର ଶିଖିବାକୁ ଆପଣଙ୍କୁ କୁଆଡ଼େ ଯିବାକୁ ପଡ଼ିବନି। କାରଣ ଖୋଦ ରାଜ୍ୟ ବିଧାନସଭା ବାଚସ୍ପତି ଏ କଥା କରି ଦେଖାଇଛନ୍ତି। ଆମିଷ ଛାଡ଼ି ସଠିକ୍ ଜୀବନଶୈଳୀ ମାଧ୍ୟମରେ ସେ ଏ କଥା କରି ନିଜକୁ ବହୁ ରୋଗରୁ ମୁକ୍ତ କରିଛନ୍ତି ବୋଲି କହିବା ସହ ଏଭଳି କରିବାକୁ ସମସ୍ତଙ୍କୁ ଆହ୍ୱାନ ମଧ୍ୟ ଦେଇଛନ୍ତି।

ଏକାଧିକ ରୋଗରେ ପୀଡିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବେ ପୂରା ଫିଟ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ଚାରି ମାସରେ ସେ ନିଜର ୧୪ କେ.ଜି ଓଜନ କମାଇଛନ୍ତି। ବୟସ ୭୫ରୁ ଅଧିକ ହେବା ସହ ହାର୍ଟ କିଡନୀ ଡାଇବେଟିସ ଭଳି ବହୁ ରୋଗ ତାଙ୍କର ରହିଛି।

ଏପରିକି ଏଥି ପାଇଁ ସେ ଦିନକୁ ବହୁ ମେଡ଼ିସିନ ମଧ୍ୟ ନେଉଥିଲେ। କିନ୍ତୁ ନାଚୁରୋପାଥୀ ଦ୍ୱାରା ସେ ଆଜି ରୋଗମୁକ୍ତ ଥିବା କହିଛନ୍ତି। ବାଚସ୍ପତି ନିଜର ଫିଟନେସ ମନ୍ତ୍ର ସାଧାରଣରେ କହିଛନ୍ତି ଓ ସୁସ୍ଥ ନିରୋଗ, ଦୀର୍ଘାୟୁ ଓ ଫିଟ ରହିବା ପାଇଁ ସେ କ'ଣ କରୁଛନ୍ତି ତାହା ମଧ୍ୟ ଜଣାଇଛନ୍ତି। ଭୋର ଚାରିଟାରୁ ଉଠି ଶୋଇବା ପର୍ଯ୍ୟନ୍ତ ନ୍ୟାଚୁରପାଥି ପଦ୍ଧତିକୁ ଆପଣାଇଛନ୍ତିସେ । ଭାତ ରୁଟି ଆଦୌ ଖାଉନାହାଁନ୍ତି।

ରାତି ଚାରିଟାରୁ ଉଠି ଫିଟନେସ୍ କାମରେ ଲାଗିଯାଆନ୍ତି ବାଚସ୍ପତି। ଚାରି ମାସ ହେଲାଣି କେବଳ ଜୈବିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଉଛନ୍ତି ସେ। ଆମିଷ ହେଉ ଅବା କ୍ଷୀର ଦହି ଭଳି ପ୍ରାଣୀଜ ପ୍ରୋଟିନ ଯୁକ୍ତ ଖାଥ୍ୟ ଠାରୁ ନିଜକୁ ଦୂରେଇ ରଖିଛନ୍ତି ।

ସେ ପୂର୍ବାପେକ୍ଷା ଅଧିକ ଫିଟ୍ ଅନୁଭବ କରୁଥିବା କହିଛନ୍ତି। ଏପରିକି ଡାଇବେଟିସ, ହାର୍ଟ ସମସ୍ୟା ଭଳି ଅନେକ ରୋଗ ତାଙ୍କଠୁ ଦୂରେଇ ଯାଇଥିବା କହିଛନ୍ତି। ସକାଳେ ପାଣି କଖାରୁ ଜୁସ, ମାଳ ହଳଦୀ ପାଣି, ସକାଳ ଜଳଖିଆରେ ଗଜାମୁଗ, ପିସ୍ତା ଖାଉଛନ୍ତି । ମଧ୍ୟାହ୍ନରେ ପରିବା ସିଝା ,ରାତିରେ ଫଳ ଖାଇ ନିଜ ଡାଏଟ୍ ପୂରଣ କରୁଛନ୍ତି।

ଖାଲି ଏତିକି ନୁହେଁ ସେ ମାଟି ସ୍ନାନ ମଧ୍ୟ କରୁଛନ୍ତି । ଏହି ସ୍ନାନ ପାଇଁ ଏକ ସ୍ବତନ୍ତ୍ର ଧରଣର ମାଟିକୁ ବ୍ୟବହାର କରୁଛନ୍ତି । ଆଜିକାଲିକା ଲାଇଫଷ୍ଟାଇଲ୍ ପାଇଁ ଏବେ ବିଭିନ୍ନ ପ୍ରକାରର ରୋଗ ମାଡ଼ିବସୁଛି । ଏଭଳି ସ୍ଥିତିରେ ଏଭଳି ସ୍ଥିତିରେ ବାଚସ୍ପତିଙ୍କ ଫିଟନେସ୍ ମନ୍ତ୍ର ବେଶ ଲାଭଦାୟୀ ହେବ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ କରୋନା କବଚ ପିନ୍ଧି ଚର୍ଚ୍ଚାରେ ଥିବା ବାଚସ୍ପତି ଏବେ ଫିଟନେସ ମନ୍ତ୍ର ପାଇଁ ଚର୍ଚ୍ଚାରେ ରହିଛନ୍ତି ।
Published by: Lipina Das
First published: November 10, 2021, 4:36 PM IST