ପାଖରେ ଅଛି ହୀରାକୁଦ ଜଳ ଭଣ୍ଡାର; ହେଲେ ଚାଷୀଙ୍କ ଜମିକୁ ନାହିଁ ପାଣି ସୁବିଧା

କିଲାସମା ପଞ୍ଚାୟତର ନିକଟରେ ହୀରାକୁଦ ଜଳ ଭଣ୍ଡାର ରହିଛି। ଏଠାରୁ ନିକଟରେ ଥିବା କାରଖାନାକୁ ପାଣି ଯାଉଛି। କିନ୍ତୁ ଜଳ ଭଣ୍ଡାରର ନିକଟରେ ଥାଇ ମଧ୍ୟ ଚାଷ ଜମି ପାଇଁ ନାହିଁ କୌଣସି ଜଳ ସେଚନ ବ୍ୟବସ୍ତା। ପାଣି ଅଭାବରୁ ମରୁଡ଼ି ଭଳି ପରିସ୍ଥତିର ସମ୍ମୁଖୀନ ହେଉଛି କିଲାସମା ଗ୍ରାମ ପଞ୍ଚାୟତବାସୀ।

ହୀରାକୁଦ ଜଳ ଭଣ୍ଡାର

ହୀରାକୁଦ ଜଳ ଭଣ୍ଡାର

  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ବିର୍ସା ମୁଣ୍ଡା ଛକରୁ ବିଜୁ ଏକ୍ସପ୍ରେସ ୱେରେ ଝାରସୁଗୁଡାକୁ ଯିବା ବେଳେ ଶାସନ କେନାଲ ଅତିକ୍ରମ କରିବା ପରେ ପଡ଼ିବ ପ୍ରଧାନପାଲି ଛକ। ପ୍ରଧାନପାଲି ଛକ କିଲାସମାରେ ଆସୁଥିବା ବେଳେ ଏଠାରେ ରହିଛି କିଲାସମା ଗ୍ରାମ ପଞ୍ଚାୟତ । କିଲାସମା ଗ୍ରାମ ପଞ୍ଚାୟତର ଗୋଟିଏ ପଟେ ରହିଛି ହୀରାକୁଦ ଜଳ ଭଣ୍ଡାରର ବିସ୍ତର୍ଣ୍ଣ ଜଳରାଶି। କିଲାସମା, ପିତାପାଲି, ଗୌଡପାଲି, କୁମ୍ଭାରକଟା, ଝରଘାଟି, ବଲବସପୁର, ସାଗୁନପାଲି, ସାଲେଟିକ୍ରା ଓ ଗୌରଡିହି ଗାଁର ୧୬ଟି ୱାର୍ଡକୁ ନେଇ ଗଠିତ କିଲାସମା ଗ୍ରାମ ପଞ୍ଚାୟତ।

କିଲାସମା ପଞ୍ଚାୟତର ନିକଟରେ ହୀରାକୁଦ ଜଳ ଭଣ୍ଡାର ରହିଛି। ଏଠାରୁ ନିକଟରେ ଥିବା କାରଖାନାକୁ ପାଣି ଯାଉଛି। କିନ୍ତୁ ଜଳ ଭଣ୍ଡାରର ନିକଟରେ ଥାଇ ମଧ୍ୟ ଚାଷ ଜମି ପାଇଁ ନାହିଁ କୌଣସି ଜଳ ସେଚନ ବ୍ୟବସ୍ତା। ପାଣି ଅଭାବରୁ ମରୁଡ଼ି ଭଳି ପରିସ୍ଥତିର ସମ୍ମୁଖୀନ ହେଉଛି କିଲାସମା ଗ୍ରାମ ପଞ୍ଚାୟତବାସୀ।

ଲିପ୍ଟ ଇରିଗେସନ ଦ୍ବାରା ହୀରାକୁଦ ଜଳ ଭଣ୍ଡାରରୁ ଚାଷ ଜମିକୁ ପାଣି ଯୋଗେଇ ଦେବା ପାଇଁ ସ୍ଥାନୀୟ ଲୋକେ ଦୀର୍ଘ ଦିନ ହେଲା ଦାବୀ କରି ଆସୁଛନ୍ତି। ଗାଁ ମଝିରେ ଥିବା ରାସ୍ତା ଉପରେ ପାଣି ଜମି ରହୁଛି। ଗାଁ ରାସ୍ତା ଅବସ୍ତା ମଧ୍ୟ ବହୁତ ଖରପ ଅଛି। ଷ୍ଟ୍ରିଟ ଲାଇଟର ମଧ୍ୟ କୌଣସି ବ୍ୟବସ୍ତା ନାହିଁ। ଫଳରେ ରାତିରେ ଯିବା ଆସିବାରେ ଅସୁବିଧା ହେଉଛି ବୋଲି ବଲବସପୁର ବାସିନ୍ଦା ଦୀନେଶ କୁମାର ବେହେରା କହିଛନ୍ତି।

କିଲାସମା ଗ୍ରାମ ପଞ୍ଚାୟତରେ ଦୁଇ ଜଣ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଡୁଥିବା ବେଳେ ସମତି ସଭ୍ୟ ପାଇଁ ଦୁଇ ଜଣଙ୍କ ମଧ୍ୟରେ ସିଦ୍ଧା ସଳଖ ମୁକାବିଲା ହେଉଛି। ଏଥି ପାଇଁ ଉଭୟ କରୁଛନ୍ତି ଜୋରଦାର ନିର୍ବାଚନ ପ୍ରଚାର। କୋଭିଡ ନିୟମ ମାନି ପାର୍ଥୀମାନେ କରୁଛନ୍ତି ଡୋର ଟୁ ଡୋର କ୍ୟାମ୍ପେନ। ଏଥର ନିର୍ବାଚନୀ ପ୍ରସଙ୍ଗ ହେଉଛି ରାସ୍ତା, ଷ୍ଟ୍ରିଟ ଲାଇଟ ଓ ଡ୍ରେନେଜ ବ୍ୟବସ୍ଥା।

କୋଭିଡ ଗାଇଡଲାଇନ ପାଳନ କରି ଆମେ ପ୍ରଚାର କରୁଛି। ଡୋର ଟୁ ଡୋର ଯାଇ ଲୋକଙ୍କୁ ଆମକୁ ଭୋଟ ଦେବା ପାଇଁ ଅନୁରୋଧ କରୁଛୁ ବୋଲି ସରପଞ୍ଚ ପ୍ରାର୍ଥୀନୀ ଗୌରୀ ବାରିକ କହିଛନ୍ତି। ନିର୍ବଚନ ଜିତିଲେ ପ୍ରତି ପଞ୍ଚାୟତରେ ଥିବା ସମସ୍ତ ରାସ୍ତ ମରାମତି କରାଯିବା ସହ ଗାଁରେ ଡ୍ରେନେଜ ବ୍ୟବସ୍ତା କରାଯିବ ବୋଲି ବୋଲି ପ୍ରତିଶୃତି ଦେଉଛନ୍ତି ସରପଞ୍ଚ ପ୍ରାର୍ଥୀନୀ।

ପ୍ରକାଶ ଥାଉକି ଗ୍ରାମ ପଞ୍ଚାୟତର ସମୁଦାୟ ଭୋଟର ସଂଖ୍ୟା ୫,୭୨୪ ଜଣ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୨,୮୧୬ ଓ ମହିଳା ଭୋଟରଙ୍କ ସଂଖ୍ୟା ୨,୯୦୮। ଗତ ପଞ୍ଚାୟତ ନିର୍ବାଚନରେ ଓ.ବି.ସି. ବର୍ଗ ପାଇଁ ସରପଞ୍ଚ ପଦବୀ ସଂରକ୍ଷିତ ଥିବା ବେଳେ ଏଥର ଏସ.ସି. ମହିଳା ବର୍ଗ ପାଇଁ ସରପଞ୍ଚ ପାଦବୀ ସଂରକ୍ଷିତ ରହିଛି।

କିଲାସମା ଗ୍ରାମ ପଞ୍ଚାୟତରେ ମୁଖ୍ୟ ସମସ୍ୟା ହେଉଛି ରାସ୍ତା ଓ ଡ୍ରେନେଜ ବ୍ୟବସ୍ତା। ପଞ୍ଚାୟତରେ କିଛି ଦୂରରେ ବିଜୁ ଏକ୍ସପ୍ରେସ ୱେ ରହିଛି। କିନ୍ତୁ ପଞ୍ଚାୟତର ଗାଁ ଗୁଡିକର ରାସ୍ତା ଘାଟର ଅବସ୍ତା ବହୁତ ଖରାପ। ହୀରାକୁଦ ଡ୍ୟାମର ଡାଇକ ତଳ ରାସ୍ତା ଅବସ୍ତା ନ କହିଲେ ଭଲ। ଖାଲ ଖମାରେ ଭର୍ତ୍ତି। ଗାଁରେ ଡ୍ରେନର ବ୍ୟବସ୍ତା ନାହିଁ। ଗାଁ ମଝିରେ ରାସ୍ତା ଉପରେ ପାଣି ଜମି ରହୁଛି। ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି।
Published by:Lipina Das
First published: