ନୂଆ ମେୟର, ପୁରୁଣା ଚ୍ୟାଲେଞ୍ଜ: ଜାଣନ୍ତୁ ଭୁବନେଶ୍ବର ମେୟରଙ୍କ ପାଇଁ ଚ୍ୟାଲେଞ୍ଜ କ'ଣ?

ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଉପରେ ଆଶା ଅଧିକ। ଆଉ ଲୋକଙ୍କ ଆଶା ପୂରଣ ପାଇଁ କଣ କରିବେ ମେୟର। ଭୁବନେଶ୍ବରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ। ବେଶ୍ ଅଭିଜ୍ଞ, ଲୋକଙ୍କ ଭଲମନ୍ଦ ଜାଣିଛନ୍ତି। ହେଲେ ସହରକୁ ସରସ ଓ ସୁନ୍ଦର କରିବାକୁ ଚ୍ୟାଲେଞ୍ଜ କିଛି କମ ନୁହେଁ।

ନୂଆ ମେୟର, ପୁରୁଣା ଚ୍ୟାଲେଞ୍ଜ

ନୂଆ ମେୟର, ପୁରୁଣା ଚ୍ୟାଲେଞ୍ଜ

  • Share this:
News18 Odia Digital

ଭୁବନେଶ୍ବର: ବିଜୟ ପରେ ଶପଥ ପାଠ। ଏବେ ମେୟର, ଡେପୁଟି ମେୟର ଓ କର୍ପୋରେଟର ଉତ୍ସାହିତ। ଆଉ ଲୋକଙ୍କ ମୁହଁରେ ହସ ଆଣିବାକୁ ଉତ୍ସାହର ସହ କାମ ବି କରିବାକୁ ହେବ। ହେଲେ ସହଜ ହେବ କି ରାସ୍ତା? ସମସ୍ୟାର ସମାଧାନ ପାଇଁ କି ପଦକ୍ଷେପ ନେବେ ମେୟର। ଦିନକୁ ଦିନ ରାଜଧାନୀ ବଢୁଛି, ସମସ୍ୟା ବି ବଢୁଛି। ତେଣୁ ଆସନ୍ତୁ ଦେଖିନେବା ଭୁବନେଶ୍ବର ମେୟରଙ୍କ ପାଇଁ ଚ୍ୟାଲେଞ୍ଜ କ'ଣ? ନୂଆ ମେୟର,ପୁରୁଣା ଚ୍ୟାଲେଞ୍ଜ।

ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଉପରେ ଆଶା ଅଧିକ। ଆଉ ଲୋକଙ୍କ ଆଶା ପୂରଣ ପାଇଁ କଣ କରିବେ ମେୟର। ଭୁବନେଶ୍ବରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ। ବେଶ୍ ଅଭିଜ୍ଞ, ଲୋକଙ୍କ ଭଲମନ୍ଦ ଜାଣିଛନ୍ତି। ହେଲେ ସହରକୁ ସରସ ଓ ସୁନ୍ଦର କରିବାକୁ ଚ୍ୟାଲେଞ୍ଜ କିଛି କମ ନୁହେଁ। ଡ୍ରେନେଜ୍ ଓ ସ୍ୱରେଜ ସମସ୍ୟା ଓ ବର୍ଷା ଦିନେ ସ୍ଥାନେ ସ୍ଥାନେ ପାଣି ଜମିବା ଘଟଣା ପାଇଁ ସହରର ନାଁ ପଡୁଛି। ସହରକୁ ସ୍ବଚ୍ଛ ରଖିବାକୁ ସଫେଇ ସହ ଭୁବନେଶ୍ବରକୁ ଆହୁରି ଗ୍ରୀନ୍ କରିବା ଓ ଆଲୋକୀକରଣ ବ୍ୟବସ୍ଥା ସୁଧାରିବା ଚ୍ୟାଲେଞ୍ଜ ରହିବ।

ଜବର ଦଖଲ ଉଚ୍ଛେଦ, ବସ୍ତି ବାସିନ୍ଦାଙ୍କୁ ଜାଗା ମିସନରେ ଜାଗା ଓ ଘର ଦେବା ଓ ଭୁବନେଶ୍ବର ଉପକଣ୍ଠ ଗାଁକୁ ସହର ସହ ଯୋଡ଼ିବାକୁ ବସ୍ ଚଳାଇବା ଚ୍ୟାଲେଞ୍ଜ ହେବ। ରାସ୍ତା ବି ଏକ ବଡ଼ ସମସ୍ୟା। ସହରର ମୁଖ୍ୟ ରାସ୍ତାକୁ ଛାଡ଼ି ଦେଲେ ଅନ୍ୟ ସ୍ଥାନର ଖାଲଖମା ରହିଛି।

ଆଉ ବିଜେପି ଓ ଜଣ ସ୍ୱାଧୀନ କର୍ପୋରେଟରଙ୍କୁ ସାଥିରେ ନେଇ କାମ୍ କରିବା ସୁଲୋଚନାଙ୍କ ପାଇଁ ଆହ୍ବାନ ହେବ। କେବଳ ସୁଲୋଚନା ନୁହଁନ୍ତି ଡେପୁଟି ମେୟର ହୋଉଥିବା ମଞ୍ଜୁଲତା କହ୍ନରଙ୍କ ପାଇଁ ମଧ୍ୟ ସମାନ ଚ୍ୟାଲେଞ୍ଜ। ମେୟରଙ୍କ ଅନୁପସ୍ଥିତିରେ ମଧ୍ୟ ଲୋକ ଓ ଗଣମାଧ୍ୟମ ପାଖରେ ଉତ୍ତର ଦାୟୀ ମଞ୍ଜୁଲତା। ଏହା ସହ ନିଜର ୱାର୍ଡ଼ ରହିଛି। ବସ୍ତିର ନେତ୍ରୀ ଯଦିଓ ରାଜନୀତି ବିଜ୍ଞାନରେ ପିଜି କରିଛନ୍ତି କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରେ ନୂଆ। ଏଭଳି ସ୍ଥିତିରେ ବସ୍ତିର ନେତ୍ରୀ ହୋଇଥିବାରୁ ଜାଗା ମିସନ ସହ ଜବର ଦଖଲ ଉଚ୍ଛେଦ ବଡ଼ ଚ୍ୟାଲେଞ୍ଜ ହେବ ସତ୍ କିନ୍ତୁ ସ୍ଵାଧୀନ ତଥା ବିଦ୍ରୋହୀ ଭବାରେ ଉଭା ହୋଇ ଲୋକଙ୍କ ସମର୍ଥନରେ ବହୁମତ ପାଇ ଥିବା କର୍ପୋରେଟର ରଖିଛନ୍ତି ଭିନ୍ନ ମତ।

‘‘ଦଳ ମତ ନିର୍ବିଶେଷରେ ଲୋକ ସମର୍ଥନରେ ଜିତି ଥିବାରୁ ସବୁ ଲୋକଙ୍କ ପାଇଁ କାମ୍ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସତ୍। କିନ୍ତୁ ସବୁ ଲୋକଙ୍କୁ ସନ୍ତୁଷ୍ଟ କରିବା ମଧ୍ୟ ଏତେ ସହଜ ନୁହେଁ। ନିଜ ୱାର୍ଡ଼ରେ ଡ୍ରେନେଜ୍, ଜଳବନ୍ଦୀ, ରାସନ କାର୍ଡ, ଭତ୍ତା ଆଦି ବଡ଼ ଚାଲେଞ୍ଜ୍ ରହିଛି।’’

ସେପଟେ ବିଶେଷଜ୍ଞଙ୍କ କହିବା କଥା ହେଉଛି ରାଜଧାନୀରେ ସମସ୍ୟା ଦିନ କୁ ଦିନ ଜଟିଳ ହେଉଛି। କୃତ୍ରିମ ବନ୍ୟା, ଡ୍ରେନେଜ୍, ସ୍ୱରେଜ ମେୟର ଓ କର୍ପୋରେଟର ମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ଶିକ୍ଷିତ ଓ ଅଭିଜ୍ଞ ମେୟର ହୋଇଛନ୍ତି ସୁଲୋଚନା ଦାସ ତେଣୁ ସହରୀ ଲୋକଙ୍କ ଆଶା ବଢ଼ିଛି। ହେଲେ ଆଉ କିଛି ଦିନ ପରେ ଜଣାପଡ଼ିବ ନୂଆ ମେୟର ଲୋକଙ୍କ ପାଇଁ କଣ ନୂଆ ପଦକ୍ଷେପ ନେଉଛନ୍ତି।
Published by:Lipina Das
First published: