ବଡ଼ ଖବର: ମାର୍ଚ୍ଚ ପରେ ଅଚଳ ହୋଇଯିବ ୧୦୦, ୧୦ ଓ ୫ ଟଙ୍କିଆ ପୁରୁଣା ନୋଟ୍! ଆରବିଆଇ ସୂଚନା ଦେଲା
୧୦୦, ୧୦ ଓ ୫ ଟଙ୍କାର ପୁରୁଣା ନୋଟକୁ ନେଇ ବଡ଼ ଖବର ଆସିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) ସୂଚନା ଦେଇଛି ଯେ ଖୁବ ଜଲ୍ଦି ଏହି ନୋଟଗୁଡିକୁ ଅଚଳ କରା ଯାଇପାରେ ।

ମାର୍ଚ୍ଚ ପରେ ଅଚଳ ହୋଇଯିବ ୧୦୦, ୧୦ ଓ ୫ ଟଙ୍କିଆ ପୁରୁଣା ନୋଟ୍!
- News18 Odia
- Last Updated: January 24, 2021, 9:34 AM IST
ନୂଆଦିଲ୍ଲୀ: ୧୦୦, ୧୦ ଓ ୫ ଟଙ୍କାର ପୁରୁଣା ନୋଟକୁ ନେଇ ବଡ ଖବର ଆସିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) ସୂଚନା ଦେଇଛି ଯେ ଖୁବ ଜଲ୍ଦି ଏହି ନୋଟଗୁଡିକୁ ଅଚଳ କରା ଯାଇପାରେ । ମାର୍ଚ୍ଚ ପରେ ଆରବିଆଇ ଏହି ସମସ୍ତ ପୁରୁଣା ନୋଟକୁ ଅଚଳ କରିପାରେ । ତେବେ ଏହି ବାବଦରେ ଆରବିଆଇ ଆନୁଷ୍ଠାନିକ ଭାବେ କିଛି କହିନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ବି ମହେଶ କହିଛନ୍ତି ଯେ ଆରବିଆଇ ଏହି ପୁରୁଣା ନୋଟଗୁଡିକର ସିରିଜ୍ ପ୍ରତ୍ୟାହାର ପାଇଁ ଯୋଜନା କରୁଛି ।
ସାଧାରଣ ଜନତାଙ୍କର କୌଣସି ଅସୁବିଧା ହେବ ନାହିଁ
ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ବିମୁଦ୍ରୀକରଣ ସମୟରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏଥର ଆରବିଆଇ ନିଶ୍ଚିତ କରିବ ଯେ ଯେତେ ପୁରୁଣା ନୋଟ୍ ପ୍ରଚଳିତ ଅଛି ସେତିକି ନୂଆ ନୋଟ୍ ମାର୍କେଟକୁ ପ୍ରଥମେ ଆସିଯିବ । ତେଣୁ ଲୋକମାନଙ୍କର କୌଣସି ଅସୁବିଧା ନାହିଁ । ଏବଂ ଏହି ସିରିଜ୍ ହଠାତ୍ ବନ୍ଦ ହେବ ନାହିଁ ।
ଯେତେବେଳେ ୨୦୧୯ ରେ ରିଜର୍ଭ ବ୍ୟାଙ୍କ ୧୦୦ ଟଙ୍କିଆ ନୋଟ୍ ଜାରି କରିଥିଲା । ସେତେବେଳେ ଏହା ସ୍ପଷ୍ଟ ହୋଇଥିଲା ଯେ 'ପୂର୍ବରୁ ଦିଆଯାଇଥିବା ୧୦୦ ଟଙ୍କିଆ ନୋଟ୍ ମଧ୍ୟ ଆଇନଗତ ଟେଣ୍ଡର ଭାବରେ ଜାରି ରହିବ' । ଏହା ବ୍ୟତୀତ ୮ ନଭେମ୍ବର ୨୦୧୬ ରେ ବିମୁଦ୍ରୀକରଣ ପରେ କେନ୍ଦ୍ରୀୟ ବ୍ୟାଙ୍କ ୨,୦୦୦ ଟଙ୍କା ବ୍ୟତୀତ ୨୦୦ ଟଙ୍କା ନୋଟ୍ ମଧ୍ୟ ଜାରି କରିଥିଲା ।
ନକଲି ନୋଟକୁ ରୋକିବା ଲକ୍ଷ୍ୟ
ଆରବିଆଇ ସମୟ ସମୟରେ ପୁରୁଣା ନୋଟ୍ ପ୍ରତ୍ୟାହାର କରିଥାଏ ଓ ନୂତନ ନୋଟ୍ ଜାରି କରେ । ନକଲି ନୋଟ୍ ବନ୍ଦ କରିବା ପାଇଁ ଆରବିଆଇ ଏହି ପଦକ୍ଷେପ ନେଇଛି । ସରକାରୀ ଘୋଷଣା ପରେ ବନ୍ଦ ହୋଇଥିବା ସମସ୍ତ ପୁରୁଣା ମୁଦ୍ରା ନୋଟ୍ ଗୁଡିକ ବ୍ୟାଙ୍କରେ ଜମା କରିବାକୁ ପଡିଥାଏ ।