News 18 Odia Digital ପୁରୀ: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପବିତ୍ର ରଥଯାତ୍ରା ଅବସରରେ ପୁରୀ ବେଳାଭୂମି ନିକଟରେ ୧୨୫ଟି ବାଲି ରଥ ତିଆରି କରିଛନ୍ତି । ୧୨୫ ବାଲି ରଥ ଜଗନ୍ନାଥ ପ୍ରେମୀଙ୍କୁ ଖୁବ ଭାବବିହ୍ୟୁଳ କରୁଥିବା ଦେଖିବାକୁ ମିଳିଛି । ବାଲି ରଥ ଏକ ନୂଆ ରେକର୍ଡ ବୋଲି ମତ ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ରଥଯାତ୍ରା ପାଇଁ ଜନସମୁଦ୍ର ଶ୍ରୀକ୍ଷେତ୍ର, ମନ୍ଦିରଠୁ ଆରମ୍ଭ କରି ପୁରୀର ଗଳିକନ୍ଦି ହୋଇଉଠିଛି ଚଳଚଞ୍ଚଳ । ସକାଳୁ ପରିବେଶ ବେସ୍ ଭକ୍ତିମୟ ହୋଇଥିବା ଦେଖିବାକୁ ମିଳିଛି । ନୀତି ଅନୁଯାୟୀ ସକାଳୁ ପହଣ୍ଡି ଆରମ୍ଭ ହୋଇଛି । ଏହାପରେ ଛେରାପହଁରା ନୀତି ଅନୁଷ୍ଠିତ ହେବ ।