ଜଗନ୍ନାଥଙ୍କ ନବଯୌବନ ବେଶ (ପ୍ରତୀକାତ୍ମକ ଛବି)
News18 Odia Digital
ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଗତକାଲି ନବଯୌବନ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ ସମୟ ନିଘଣ୍ଟ ଜାରି କରିଥିଲା।
ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ଜାରି ରହିଛି। ପରେ ସକାଳ ୯ ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ। ଏହାପରେ ଦିନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ୬ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ କରିବେ।
ରାତି ୯ଟାରୁ ୧୦ ଟା ୩୦ ଓ ରାତି ସାଢେ ୧୧ଟାରୁ ସାଢେ ୧୨ ଦର୍ଶନ ହେବ। ବିଶେଷ ନୀତି ପାଇଁ ସକାଳ ସାଢେ ୧୦ ଟାରୁ ଦିନ ୨ଟା ଦର୍ଶନ ବନ୍ଦ ଓ ୩ଟାରୁ ୬ଟା ଦର୍ଶନ ବନ୍ଦ ରହିବ। ସେହିପରି ସାଢେ ୬ଟାରୁ ରାତି ୯ଟା ଓ ରାତି ସାଢେ ୧୦ ରୁ ସାଢେ ୧୧ଟା ମଧ୍ୟ ଦର୍ଶନ ବନ୍ଦ ରହିବ।
ରଥ ନିର୍ମାଣ କାର୍ଯ୍ୟକୁ ଆଜି ୫୫ ଦିନ ପୂରିଥିବାବେଳେ ଏ ଭିତରେ ରଥଖଳାରେ କାମ ଶେଷ ପରେ ରଥ ଚାଳିକୁ ଭାଙ୍ଗି ଦିଆଯାଇଛି। କେବଳ ତିନି ରଥରେ ନିର୍ମାଣ ସରିଥିବା ବିଭିନ୍ନ ଅଂଶକୁ ସଂଯୋଗ କରାଯାଉଛି। ଆଜି ତିନି ରଥର ଠେକେରା ବାଡ଼ ସଂଯୋଗ କରାଯାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।