ଆଜିଠୁ ଶ୍ରୀକ୍ଷେତ୍ରରେ ଆଡ଼ପ ଦର୍ଶନ ସହ ମିଳିବ ଅବଢା ।
News 18 Odia Digital
ପୁରୀ : ଆଜିଠୁ ମାଉସୀ ମାଆ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଏହାସହ ଆଜିଠୁ ୬ଦିନ ଧରି ଆଡ଼ପ ଅବଢ଼ା ମଧ୍ୟ ଭକ୍ତଙ୍କୁ ମିଳିବ। ଗତକାଲି ଶ୍ରୀଜୀଉଙ୍କ ନୀତିକାନ୍ତି ସମାପନ ପରେ ଦିନ ୩ଟା ୧୦ମିନିଟରେ ତିନି ରଥର ଅଶ୍ୱଙ୍କୁ ବାହାର କରାଯାଇଥିଲା । ସନ୍ଧ୍ୟା ୫ଟା ୩୦ରେ ପହଣ୍ଡି କାର୍ୟ୍ୟକ୍ରମ ଆରମ୍ଭ କରାଯାଥିଲା । ମଦନମୋହନଙ୍କ ପରେ କୃଷ୍ଣ, ସୁଦର୍ଶନ, ବଳଭଦ୍ର ରଥରୁ ମନ୍ଦିରକୁ ବିଜେ କରିଥିଲେ । ସଂଧ୍ୟା ସମୟରେ ଝିପି ଝିପ ବର୍ଷା ସତେ ଯେମିତି ମହାପ୍ରଭୁଙ୍କୁ ସ୍ୱାଗତ କରୁଥିଲା । ଘଣ୍ଟଘଣ୍ଟା ସହ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଥିଲା ଶରଧାବାଲି । ଓଡ଼ିଶୀ ନର୍ତ୍ତକୀଙ୍କ ନୃତ୍ୟ ଓ ଭକ୍ତଙ୍କ ଉତ୍କଣ୍ଠା ମଧ୍ୟରେ ଶରଧାବାଲି ହୋଇଥିଲା ଭକ୍ତିମୟ । ସନ୍ଧ୍ୟା ୭ଟା୫୫ ସମୟରେ ମହାପ୍ରଭୁ ଜଗନ୍ନାଥ ଜନ୍ମବେଦୀରେ ପ୍ରବେଶ କରିବା ପରେ ମନ୍ଦିରର ମୁଖ୍ୟଦ୍ୱାରକୁ ବନ୍ଦ କରାଯାଇଥିଲା ।
ଆଜି ଆଡ଼ପ ଦର୍ଶନ ଆରମ୍ଭ ହେଉଥିବାରୁ ଭକ୍ତ କିପରି ସୁରୁଖୁରୁରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । ଅପରାହ୍ୱ ୧ଟାରୁ ୨ଟା ମଧ୍ୟରେ ଆଡ଼ପ ଅବଢା ବାହାରିବ ବୋଲି ସୂଚନା ମିଳିଛି । ରଥଯାତ୍ରା ପରେ ଏବେ ବାକି ୬ଦିନ ଭିଡ଼ ସାମାନ୍ୟ କମ ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ନିଜକୁ ବଞ୍ଚିତ କରିବେ ନାହିଁ ବୋଲି କିଛି ଭକ୍ତ କହିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।