ଏବେ ବିନା ମୂଲ୍ୟରେ ଦିଆଯିବ ରଥ ଚକ ଓ ଅନ୍ୟ ଅଂଶ; ଗଜପତି ମହାରାଜ ଲଟେରୀ ଉଠାଣ କରିବେ

ଦାନରେ ଦିଆଯିବାକୁ ଥିବା ରଥ ଚକ ବା ଅନ୍ୟ ଅଂଶରେ ଶ୍ରୀମନ୍ଦିର ପ୍ରଶାସନର ନାମ ଓ ଯୋଗାଯୋଗ ନମ୍ବର ରହିବ। କେହି ରଥ ଚକକୁ ସଂରକ୍ଷିତ ରଖିବାରେ ଅବହେଳା କଲେ ବା ଅପମାନ କଲେ ସେହି ନମ୍ବରରେ ଯେ କେହି ଅଭିଯୋଗ କରିପାରିବେ ।

ରଥ ଚକକୁ ଭକ୍ତମାନେ ପ୍ରଣାମ କରନ୍ତି ।

ରଥ ଚକକୁ ଭକ୍ତମାନେ ପ୍ରଣାମ କରନ୍ତି ।

  • Share this:
News18 Odia Digital

ପୁରୀ: ୨୦୧୭ ମସିହାରୁ ତିନି ରଥର ଚକ ସମତେ ଅନେକ ଅଂଶକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି କରି ସରକାର ଦର ଧାର୍ଯ୍ୟ କରିଥିଲେ ବି ସେଗୁଡ଼ିକ ବିକ୍ରି ହୋଇ ନ ପାରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଖତ ହେଉଛି । ତେଣୁ ଏବେ ସେଗୁଡ଼ିକୁ ଦାନ ସୂତ୍ରରେ ବିଭିନ୍ନ ଧର୍ମାନୁଷ୍ଠାନଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ନିଶୁଳ୍କ ଦିଆଯିବା ବୋଲି ନିଷ୍ପତ୍ତି ହୋଇଛି ।

ନଷ୍ଟ ହୋଇଯାଉଥିବା ଚକଗୁଡ଼ିକୁ ଶ୍ରୀମନ୍ଦିରକୁ ମହାପ୍ରସାଦ ରାନ୍ଧିବା ପାଇଁ ଦିଆଯାଉ ଓ ଭଲ ଚକଗୁଡ଼ିକୁ ଦାନ ଦିଆଯାଉ ବୋଲି ଦାବି ହୋଇଆସୁଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ରାଜି ହୋଇ ନ ଥିଲା । ଏଯାବତ୍‌ ୧୩୮ଟି ଭଲ ଚକ ରହିଥିବା ବେଳେ ସେଗୁଡ଼ିକୁ ଦାନରେ ଦେଲେ ୮ ଲକ୍ଷ ଟଙ୍କାର କ୍ଷତି ହେବ ବୋଲି କୁହାଯାଇଥିଲା । ମାତ୍ର ଏବେ କ୍ଷତି କଥା ବିଚାର ନ କରି ସେଗୁଡ଼ିକୁ ବିଭିନ୍ନ ଧର୍ମାନୁଷ୍ଠାନକୁ ଦାନରେ ଦିଆଯିବ ।

ଏହା ବି ପଢ଼ନ୍ତୁ | ଅଭିନେତା ଦିଲୀପ କୁମାରଙ୍କର କୌଣସି ସନ୍ତାନ ଥିଲା, ହେଲେ ତାଙ୍କର ସାଇରାଙ୍କର ସେଥି ପାଇଁ ଦୁଃଖ ଥିଲା

‘‘ଆଉ ବିକ୍ରି ହେବ ନାହିଁ ମହାପ୍ରଭୁଙ୍କ ରଥ ଚକ । ଦାନ ସୂତ୍ରରେ ବିଭିନ୍ନ ଧର୍ମାନୁଷ୍ଠାନଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ସେଗୁଡ଼ିକୁ ବିନା ମୂଲ୍ୟରେ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରତି ବର୍ଷର ରଥ ଚକ ଓ ଅନ୍ୟାନ୍ୟ ଅଂଶ ପଡ଼ି ରହିବାରୁ ସ୍ଥାନାଭାବ ଦେଖାଯାଇଥିଲା,’’ କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଗତ ଅନେକ ବର୍ଷର ରଥ ଚକ ରଖାଯାଇଛି ।


ରଥଗୁଡ଼ିକର ଚକ, ପ୍ରଭା ଓ ଗୁଜ ଆଦିକୁ ଦାନ ସୂତ୍ରରେ ଦେବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ପ୍ରଶାସନିକ ଅଧିକାରୀଙ୍କୁ ନେଇ ବସିଥିବା ଏକ ସ୍ୱତନ୍ତ୍ର ବୈଠକରେ ପ୍ରସ୍ତୁତ ହୋଇଥିବା ଏକ ଚିଠା ପ୍ରସ୍ତାବ ମୁଖ୍ୟ ପ୍ରଶାସକଙ୍କୁ ଦିଆଯିବ । ବୈଠକର ନିଷ୍ପତ୍ତି କ୍ରମେ ପ୍ରସ୍ତୁତ ଚିଠାରେ ରଥ ଚକ ଦାନ ପାଇଁ ଚାରୋଟି ବର୍ଗ କରାଯିବ ।

ଏହା ବି ପଢ଼ନ୍ତୁ | ବୈଷ୍ଣୋ ଦେବୀଙ୍କ ଛବି ଥିବା ୧୦ ଟଙ୍କିଆ ମୁଦ୍ରା ଅଛି? ତାକୁ ବିକିଲେ ଆପଣ ୧୦ ଲକ୍ଷ ଟଙ୍କା ପାଇବେ

‘‘ବିଭିନ୍ନ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନକୁ ପ୍ରଥମ ବର୍ଗରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନରେ ଦିଆଯିବ। ଦ୍ୱିତୀୟ ବର୍ଗରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏହି ବର୍ଗରେ ରହିବେ । ବିଭିନ୍ନ କର୍ପୋରେଟ୍‌ ହାଉସ୍‌ ତୃତୀୟ ବର୍ଗରେ ରହିବେ । ଚତୁର୍ଥ ବର୍ଗରେ ରଥ ଚକ ନେବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ଦିଆଯିବ। ଏଥି ପାଇଁ ଆବେଦନ ପତ୍ର ଗ୍ରହଣ କରାଯିବ। ସେଥି ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ରହିବ। ଆବେଦନପତ୍ରକୁ ତର୍ଜମା କରିବା ପରେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନ ସୂତ୍ରରେ ଦିଆଯିବ । କିନ୍ତୁ କର୍ପୋରେଟ୍‌ ହାଉସ୍‌ ଓ ବ୍ୟକ୍ତିଗତ ମାଲିକାନା ପାଇଁ ନିର୍ଦ୍ଦିଷ୍ଟ ଦେୟ ରଖିବାକୁ ଯୋଜନା କରାଯାଉଛି । ଯେଉଁମାନେ ଆବେଦନ କରିବେ ସେମାନଙ୍କର ଏକ ଲଟେରୀ ବ୍ୟବସ୍ଥା କରି ଗଜପତି ମହାରାଜ ତାକୁ ଉଠାଣ କରିବେ,’’ କହିଛନ୍ତି କୋଭିଡ ପରିଚାଳନା କମିଟିର ସଦସ୍ୟ ସେବାୟତ ଅନନ୍ତ ତିଆଡି଼ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘୧୪ ବର୍ଷ ବୟସରେ ମୋ ଯୌନ ଶୋଷଣ ହୋଇଥିଲା,’’ କହିଲେ ଆମିର୍ ଖାନଙ୍କ ଝିଅ ଇରା ଖାନ୍

ଦାନରେ ଦିଆଗଲେ ବି ରଥ ଚକ ଓ ଏହାର ଅଂଶର ସଂରକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ରହିବ। କେମିତି ରଥ ଚକକୁ ଧାର୍ମିକ ଭାବନା ଓ ସୁରକ୍ଷିତ ଭାବେ ରଖିବେ ସେ ଉପରେ ବିସ୍ତୃତ ସର୍ତ୍ତାବଳୀ ରହିବ ବୋଲି କହିଛନ୍ତି ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା କୋଭିଡ ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ।

ଏଯାବତ୍ ୧୩୮ଟି ଭଲ ଚକ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିଛି ।


‘‘ଦାନରେ ଦିଆଯାଇଥିବା ଚକ ବା ଅନ୍ୟ ଅଂଶରେ ଶ୍ରୀମନ୍ଦିର ପ୍ରଶାସନର ନାମ ସହ ଯୋଗାଯୋଗ ନମ୍ବର ଓ ଇମେଲ୍‌ ଆଇଡି ଆଦି ଉଲ୍ଲେଖ ରହିବ। ଯଦି କେହି ରଥ ଚକକୁ ସଂରକ୍ଷିତ ରଖିବାରେ ଅବହେଳା କରନ୍ତି ବା ଅପମାନ ଦେବା ଭଳି କିଛି କାର୍ଯ୍ୟ କରନ୍ତି ତେବେ ଉଲ୍ଲେଖ ଥିବା ନମ୍ବରରେ ଯେ କେହି ଅଭିଯୋଗ କରିପାରିବେ । ରଥ ଚକକୁ କେବଳ ଶ୍ରୀମନ୍ଦିରର ଚିତ୍ରକର ସେବକ ହିଁ ଚିତ୍ର କରିବାକୁ ଥିବା ବେଳେ ଚକ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଡିଜାଇନ୍‌ ଅନୁସାରେ ସେଡ୍‌ କରି ରଖିବେ । ତାକୁ ଉତ୍କଳୀୟ ଶୈଳିରେ କରାଯିବ । କିଭଳି ରଥ ଚକକୁ ରଖି ପରିଚାଳନା କରାଯାଉଛି ତାହାର ଅନୁଧ୍ୟାନ କରାଯିବ,’’ କହିଛନ୍ତି ମହାପାତ୍ର । କୌଣସି ରଥ ଚକ ଓ ଅନ୍ୟ ଅଂଶର ଯଦି ସମୟସୀମା ଭିତରେ ଦାନରେ ଦିଆଯାଇ ନାହିଁ ବା କେହି ନେଇନାହାଁନ୍ତି, ତେବେ ଏହାକୁ କୋଠଭୋଗ ରୋଷେଇରେ ଜାଳେଣି ଭାବେ ବ୍ୟବହାର କରାଯିବ ବୋଲି ପ୍ରସ୍ତାବ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | କରୋନାର Delta ଭ୍ୟାରିଆଣ୍ଟ୍ ଉପରେ ଗୁଣା କମ୍ ପ୍ରଭାବଶାଳୀ ବର୍ତ୍ତମାନର ସବୁ ଟିକା: ରିସର୍ଚ୍ଚ

‘‘ଶେଷ ଥର ପାଇଁ ୨୦୧୭ ମସିହାରେ ବସିଥିବା ପରିଚାଳନା କମିଟିରେ ରଥ ଚକ, ପ୍ରଭା ଓ ଗୁଜ ଆଦିର ଦର ଧାର୍ଯ୍ୟ ହୋଇଥିଲା । ରଥର ପ୍ରତ୍ୟେକ ଚକର ଦାମ୍‌ ୫୦,୦୦୦ ଟଙ୍କା, ପ୍ରତି ପ୍ରଭାର ଦାମ୍‌ ୨୫,୦୦୦ ଟଙ୍କା ଓ ପ୍ରତି ଗୁଜର ଦାମ୍‌ ୧୦,୦୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା । ଆଗ୍ରହୀ ଭକ୍ତ ବା ଅନୁଷ୍ଠାନ ଏହି ଧାର୍ଯ୍ୟ ଦର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରି ରଥର ଅଂଶ କିଣି ନେଉଥିଲେ । କିନ୍ତୁ ଏହି ଦର ବହୁତ ଅଧିକ ରହିଥିବାରୁ କିଛି ବର୍ଷ ହେବ ଭକ୍ତ ତଥା ଆଗ୍ରହୀ ଅନୁଷ୍ଠାନମାନେ ଏ ସବୁ କିଣିବାକୁ ଇଚ୍ଛା ପ୍ରକାଶ କରୁ ନ ଥିଲେ । ସେଇଥି ପାଇଁ ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂରକ୍ଷିତ କରି ରଖାଯାଉଥିବା ରଥ ଚକ ଓ ଅନ୍ୟାନ୍ୟ ଅଂଶ ସବୁ ଭାଙ୍ଗିରୁଜି ଯିବା ସହ ଖତ ଖାଉଛି,’’ କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁ

ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନ ସୂତ୍ରରେ ଦିଆଗଲେ ୮ ଲକ୍ଷ ଟଙ୍କା କ୍ଷତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ‘‘ହେଲେ ଏ ସବୁକୁ ଦାନରେ ଦେଲେ ଆହୁରି ଅଧିକା ଟଙ୍କା ଦାନ ବି ମିଳିବ । ସେହି ଅନୁସାରେ ଏହି ସବୁ ଚକକୁ ଖତ ନ କରି ଦିଆଯାଉ ଓ ଯାହା ନଷ୍ଟ ହୋଇଛି ତାହାକୁ ମନ୍ଦିର ରୋଷଘରକୁ ମହାପ୍ରସାଦ ରନ୍ଧନ ପାଇଁ ଜାଳେଣୀ ପାଇଁ ବ୍ୟବହାର କରାଯାଉ,’’ କହିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ତଥା ଆଇନଜିବୀ ପ୍ରିୟଦର୍ଶନ ପଟ୍ଟନାୟକ ।



ଅଗଷ୍ଟ ୪ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପ୍ରଶାସନର ଭର୍ଚ୍ଚୁଆଲ ବୈଠକରେ ରଥ ଚକ ଦାନ ପ୍ରସ୍ତାବ ଉପରେ ଆଲୋଚନା ହେବ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ତିନି ରଥର ଏକାଧିକ ଚକ ଖତ ଖାଉଥିବାରୁ ଏହା ପ୍ରଶାସନର ଦାୟିତ୍ୱହୀନତା ଭାବେ ବିବେଚିତ ହେଉଛି ଓ ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଗଭୀର ଆଘାତ ଦେଇଛି ।
Published by:Anand S.T. Das
First published: