ସ୍ୱାମୀ ସମ୍ମୁଖରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା; ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟିବା ପରେ ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଘଟଣା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅପରାଧ ଘଟାଇଥିବା ଅଭିଯୁକ୍ତ ମାନଙ୍କର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା ।

ସ୍ୱାମୀ ସମ୍ମୁଖରେ ସ୍ତ୍ରୀଙ୍କୁ ଗଣଦୁଃଷ୍କର୍ମ ଘଟଣା; ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ସ୍ୱାମୀ ସମ୍ମୁଖରେ ସ୍ତ୍ରୀଙ୍କୁ ଗଣଦୁଃଷ୍କର୍ମ ଘଟଣା; ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

  • News18 Odia
  • Last Updated :
  • Baleshwar, India
  • Share this:
News 18 Odia Digital

ବାଲେଶ୍ୱର; ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟିବା ପରେ ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଘଟଣା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ସେପଟେ ଥାନାର ଅତି ନିକଟରେ ଏପରି ଘଟଣା ଏବେ ସହରର ଆଇନଶୃଙ୍ଖଳା ଉପରେ ଲଗାଇଛି ବଡ଼ ପ୍ରଶ୍ନ ।



ସୂଚନା ଅନୁସାରେ ସୋମବାର ଅର୍ଥାତ ୧୯ ସେପ୍ଟେମ୍ବର ରାତିରେ ଦମ୍ପତ୍ତି ଘରକୁ ଫେରୁଥିଲେ । ପ୍ରଥମେ ମହିଳା ଜଣଙ୍କ ସ୍ୱାମୀଙ୍କ ସହିତ ଜଣେ ସମ୍ପର୍କିୟଙ୍କୁ ଷ୍ଟେସନରୁ ଛାଡ଼ି ଘରକୁ ଫେରୁଥିବାବେଳେ ଆନନ୍ଦବଜାର ନିକଟରେ ଅଭିଯୁକ୍ତ ସାଲଖାନ ମୁର୍ମୁ, ଦେବେନ୍ଦ ସିଂ, କଙ୍କା ସିଂ, ବୁଲା ସାହୁ ଓ ୨ଜଣ ନାବାଳକ ଦମ୍ପତ୍ତିଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଖଣ୍ଡାରେ ଆକ୍ରମଣ କରିଥିଲେ । ବିଭତ୍ସ ଅବସ୍ଥାରେ ସ୍ୱାମୀକୁ ରାସ୍ତାରେ ପକାଇ ଅଭିଯୁକ୍ତମାନେ ସ୍ତ୍ରୀକୁ ନିକଟସ୍ଥ ଏକ ଘରକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଏଥିସହିତ ଦମ୍ପତ୍ତିଙ୍କ ନିକଟରେ ଥିବା ୧୦ ହଜାର ଟଙ୍କା ମଧ୍ୟ ଛଡ଼ାଇ ନେଇଯାଇଥିଲେ । ସହଦେଵଖୁଣ୍ଟା ଥାନାର ଅତି ନିକଟରେ ଏହି ଘଟଣା ଘଟିଥିଲା ।

ଅପରାଧ ଘଟାଇଥିବା ଅଭିଯୁକ୍ତ ମାନଙ୍କର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ଲୁଟ , ଛିନନ୍ତାଇ , ରାହଜାନୀ ଭଳି ସଙ୍ଗୀନ ଅଭିଯୋଗ ରହିଛି ସମସ୍ତ ଅଭିଯୁକ୍ତ ମାନଙ୍କ ନାମରେ । କେବଳ ଗିରଫ ଅଭିଯୁକ୍ତ ଡୁମା ଓରଫ ରକେଟ ନାମରେ ସହଦେବଖୁଣ୍ଟା ଥାନରେ ରହିଛି ୫ରୁ ଅଧିକ ମାମଲା । ତେବେ ପେଶାଦାର ଅପରାଧୀମାନଙ୍କ ଗତିବିଧି ଉପରେ କିପରି ପୋଲିସ ନଜର ରଖୁ ନଥିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ କହିଛନ୍ତି, ବାଲେଶ୍ୱରରେ ଅପରାଧ ଚରମ ସୀମାରେ ପହଂଚିଛି । ପୂର୍ବରୁ ବାରମ୍ବାର ଲୁଟ , ଛିନନ୍ତାଇ ନେଇ ଓକିଲ ସଂଘ ସହିତ ବିଭିନ୍ନ ସଂଗଠନ ଜିଲ୍ଲା ବନ୍ଦ ମଧ୍ୟ କରିଛି । ବ୍ୟବସ୍ଥା ଅନୁସାରେ ପୁରୁଣା ରେକର୍ଡ ଥିବା ପେଶାଦାର ଅପରାଧୀଙ୍କ ପ୍ରତିଟି ଗତିବିଧି ଉପରେ ପୋଲିସ ନଜର ରଖିବା ଆବଶ୍ୟକ । ଏଣୁ ପୋଲିସର ପାରିବାପଣିଆ ସମ୍ପୂର୍ଣ୍ଣ ଫେଲ୍ ପାଇଁ ଅପରାଧ ବଢୁଥିବା ନିଃସନ୍ଦେହରେ କହିହେବ । ଏହି ଘଟଣାର ତଦନ୍ତକରି ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୨ଜଣ ଅଭିଯୁକ୍ତ ନାବାଳକ ବୋଲି ଜଣା ପଡ଼ିଛି ଯେଉଁମାନଙ୍କର ବୟସ ୧୫ ଓ ୧୬ ବର୍ଷ ହେବ । ତେବେ ସୂଚନା ମୁତାବକ ଏଥିରୁ ଜଣେ ଦୁଷ୍କର୍ମ କରିଥିବା ବେଳେ ଅନ୍ୟଜଣେ ସହଯୋଗୀ ଥିବା ଜଣା ପଡ଼ିଛି । ସେହିପରି ପୋଲିସ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ, ମୋବାଇଲ ଓ ୨୫ଶହ ଟଙ୍କା ଜବତ କରିଛି ।  ତେବେ ଥାନା ଓ ଷ୍ଟେସନ ନିକଟରେ ଏପରି ଘଟଣାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଲୋକ । ପୂର୍ବରୁ ଜିଲ୍ଲାରେ ଅନେକ ସମୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ଏବେ କେବଳ ଲୁଟ, ହତ୍ୟା ନୁହେଁ ଗଣଦୁଷ୍କର୍ମ ପରି ଜଘନ୍ୟ କାଣ୍ଡକୁ ନେଇ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ଅନେକ ପ୍ରଶ୍ନ।

ସେହିପରି ଘଟଣାକୁ ନେଇ ମହିଳା କଂଗ୍ରେସ ଏକ ଦାବିପତ୍ର ଏସପିଙ୍କ ଉଦ୍ଧେଶ୍ୟରେ ଦେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପରମିତା ମହାନ୍ତି କହିଛନ୍ତି ଯେ, ଆମେ ଜିଲ୍ଲାର ବିଗୁଡୁଥିବା ଆଇନଶୃଙ୍ଖଳା ନେଇ ଏସପିଙ୍କୁ ଜଣାଇବାକୁ ଆଇଆଇସିଙ୍କ ମାଧ୍ୟମରେ ସ୍ମାରକ ପତ୍ର ଦେଇଛୁ । ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ଘଟଣା ନେଇ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ । ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଅଣ୍ଡର ସେକ୍ସନ 376 ( D ) , 394 , 307 ,  ଆଇପିସି 34 ରେ ମାମଲା କରିଛି ପୋଲିସ ।
Published by:Soubhagya Mishra
First published: