ପାପର ପ୍ରାୟଶ୍ଚିତ ! ଦୁଷ୍କର୍ମ ପୀଡ଼ିତାଙ୍କୁ ଜୀବନସାଥୀ କରି ପୁଣି ଜେଲ୍‌ ଗଲେ ଅଭିଯୁକ୍ତ

Rape Victim Marriage: ଦୁଷ୍କର୍ମ ଅଭିଯୋଗରେ ୪ ବର୍ଷ ହେବ ଜେଲରେ ଥିବା ବିଚରାଧୀନ କଏଦୀଙ୍କ ସହ ବିବାହ କଲେ ପୀଡ଼ିତା।

ଦୁଷ୍କର୍ମ ପୀଡ଼ିତାଙ୍କୁ ଜୀବନସାଥୀ କରି ପୁଣି ଜେଲ୍‌ ଗଲେ ଅଭିଯୁକ୍ତ

ଦୁଷ୍କର୍ମ ପୀଡ଼ିତାଙ୍କୁ ଜୀବନସାଥୀ କରି ପୁଣି ଜେଲ୍‌ ଗଲେ ଅଭିଯୁକ୍ତ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଦେବଗଡ଼: ଦୁଷ୍କର୍ମ ଅଭିଯୁକ୍ତ ଓ ପୀଡ଼ିତା ହେଲେ ଜୀବନସାଥୀ। ବିବାହ ପରେ ଜେଲ୍‌କୁ ଫେରିଲେ ବର। ଦୁଷ୍କର୍ମ ଅଭିଯୋଗରେ ୪ ବର୍ଷ ଜେଲ ଦଣ୍ଡରେ ଥିବା ବିଚାରାଧୀନ କଏଦୀଙ୍କ ସହ ପୀଡ଼ିତାଙ୍କ ବିବାହ ହୋଇଛି।

ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଇତିମଧ୍ୟରେ ଉଭୟ ପରିବାରର
ମନ ପରିବର୍ତ୍ତନ ହେବା ପରେ ବିଚାରାଧୀନ କଏଦୀ ଥିବା ବଇକୁଳି ସହିତ ପୀଡ଼ିତାଙ୍କ ବିବାହ କରାଯାଇଛି।

ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା କୁଶଖଳିଆ ଗ୍ରାମର ବଇକୁଳି ଶବର (୨୬ ବର୍ଷ)ଙ୍କ ସହିତ ଜଣେ ଯୁବତୀ (୨୧ବର୍ଷ)ଙ୍କ ପ୍ରେମ ସଂପର୍କ ଥିଲା। ତେବେ ସେମାନଙ୍କର ବିବାହ ପାଇଁ ଉଭୟଙ୍କ ପରିବାର ରାଜି ହୋଇନଥିଲେ। ୨୦୧୮ ମସିହାରେ ଏନେଇ ଝିଅର ବାପା ଗୁଣ୍ଢେଇଗୋଳା ଥାନାରେ ବଇକୁଳି ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ପୁଲିସ ବଇକୁଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଇତିମଧ୍ୟରେ ଉଭୟ ପରିବାରର ମନ ପରିବର୍ତ୍ତନ ହେବାପରେ ବିଚାରଧୀନ କଏଦୀ ଥିବା ବଇକୁଳି ସହିତ ପୀଡ଼ିତାଙ୍କ ବିବାହ କରାଯାଇଛି।

ପଢ଼ନ୍ତୁ ଏହି ଖବର:  ଛାଡ଼ପତ୍ର ପାଇଁ ଯାଇଥିଲେ ଫୁଲମାଳ ପିନ୍ଧି ଘରକୁ ଫେରିଲେ; ଆଖପାଖ ଲୋକ ଦେଖି ଆଶ୍ଚର୍ଯ୍ୟ

ସୋମବାର ଦିନ ବଇକୁଳିଙ୍କୁ ଜେଲରୁ ପୁଲିସ ସୁରକ୍ଷାରେ ରେଜେଷ୍ଟ୍ରି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ପୂର୍ବରୁ ଝିଅଙ୍କ ପରିବାର ଲୋକ ଉପସ୍ଥିତ ଥିଲେ। ଉଭୟଙ୍କ ମଧ୍ୟରେ ରେଜିଷ୍ଟ୍ରି ବିବାହ କରାଯାଇଥିଲା। ଏହାପରେ ଶାସନ ସାହିସ୍ଥିତ ଗୋକର୍ଣ୍ଣେଶ୍ବର ଶିବ ମନ୍ଦିରରେ ଉଭୟ ପରିବାରର ଉପସ୍ଥିତିରେ ବରକନ୍ୟା ପରସ୍ପରକୁ ମାଳ ପିନ୍ଧାଇ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ। ବିବାହ ପରେ ବଇକୁଳି ପୁଣି ଜେଲ୍‌କୁ ଫେରି ଯାଇଥିଲେ।

ସଞ୍ଜୀବ ପାଣିଗ୍ରାହୀଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆ
Published by:Lipina Das
First published: