ବାଲେଶ୍ୱର: ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକକୁ ତାଙ୍କ ପତି ଓ ଅନ୍ୟମାନେ ପିଟି ପିଟି ମାରିଦେଲେ
ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବା ପରେ ଅଭିଯୁକ୍ତ ଯୁବକ ତାଙ୍କୁ ଏକ କାଠ ବେଣ୍ଟରେ ପିଟି ପିଟି ଗୁରୁତର କରିଥିଲା । ତାଙ୍କ ସ୍ୱାମୀ ଓ ଅନ୍ୟମାନେ ଅଭିଯୁକ୍ତର ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।
ପୀଡ଼ିତା ମହିଳାଙ୍କ ଅବସ୍ଥା ଗୁରୁତର ଅଛି ।
- News18 Odia
- Last Updated: May 1, 2021, 11:59 PM IST
ବାଲେଶ୍ୱର: ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବା ପରେ ଜଣେ ଅଭିଯୁକ୍ତ ତାଙ୍କୁ ଏମିତି ଆକ୍ରମଣ କରିଥିଲା ଯେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଏହା ପରେ ମହିଳାଙ୍କ ସ୍ୱାମୀ ଓ ଗ୍ରାମବାସୀମାନେ ଦୁଷ୍କର୍ମ ଅଭିଯୁକ୍ତକୁ ଖୁବ୍ ମାଡ଼ ମାରିବାରୁ ତା’ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ସିଙ୍ଗାଖୁଣ୍ଟା ପଞ୍ଚାୟତର କରଞ୍ଜବଣି ଗ୍ରାମରେ ।
ସୋର ଥାନା ଅନ୍ତର୍ଗତ ଏହି ଗ୍ରାମରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରି ତାଙ୍କୁ ଆକ୍ରମଣ କରିଥିବା ଯୁବକ ବସନ୍ତ ସିଂଙ୍କୁ ଲୋକେ ନିସ୍ତୁକ ପିଟିଥିଲେ । ତାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କୁ ମାଡ଼ ମାରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ ସୂଚନା ପାଇଥିଲା । ବସନ୍ତ ସିଂଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୀଡ଼ିତା ମହିଳାଙ୍କ ସ୍ବାମୀଙ୍କୁ ପୋଲିସ ଅଟକ ରଖିପଚରାଉଚରା କରୁଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ
ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା
ବସନ୍ତ ସିଂଙ୍କୁ ମାଡ଼ ମାରି ତାଙ୍କ ଗୋଡ଼ ହାତ ବାନ୍ଧି ଖରାରେ ପକାଇବା ପରେ ମହିଳାଙ୍କ ସ୍ୱାମୀ ପତ୍ନୀଙ୍କୁ ନେଇ ଡାକ୍ତରଖାନାକୁ ଯାଇଥିଲେ ବୋଲି ଗ୍ରାମବାସୀମାନେ ପୋଲିସକୁ କହିଛନ୍ତି । କିଛି ସମୟ ପରେ ବସନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ସେମାନେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ୫ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ସୋର ଥାନା ଭାରପ୍ରାପ୍ତ ଅଧିକାରୀ ମଧୁମିତା ମହାନ୍ତି ଓ ଏସ୍.ଆଇ. ଚିନୁଲତା ଦାସ ବସନ୍ତର ମୃତଦେହ ଉଦ୍ଧାର କରି ଶନିବାର ଦିନ ସୋର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।
ଏହା ବି ପଢ଼ନ୍ତୁ | ବିବାହ ପରେ ସେକ୍ସ ପ୍ରତି ଆଗ୍ରହ କମ୍ ହୋଇଯାଏ କାହିଁକି? ଏହି ପ୍ରଶ୍ନର ଉତ୍ତର ଏଇଠି ଅଛି
‘‘ପୀଡ଼ିତାଙ୍କ ସ୍ୱାମୀଙ୍କ ମାଡ଼ ଯୋଗୁଁ ହିଁ ବସନ୍ତର ମୃତ୍ୟୁ ହୋଇଥିବା ନେଇ ଗ୍ରାମର ଗଜେନ୍ଦ୍ର ସିଂ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ କେସ୍ ନମ୍ବର୍ ୧୭୮/୨୧ ରୁଜୁ ହୋଇଛି ଓ ତଦନ୍ତ ଜାରି ଅଛି । ବାଲେଶ୍ୱରରୁ ଫରେନସିକ୍ ଟିମ୍ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଛି । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମହିଳାଙ୍କ ସ୍ୱାମୀଙ୍କ ବିରୋଧରେ କେସ୍ ନମ୍ବର ୧୭୯/୨୧ ରୁଜୁ ହୋଇଛି,’’ କହିଛନ୍ତି ମଧୁମିତା ମହାନ୍ତି ।
ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି । ପୀଡ଼ିତା ମହିଳାଙ୍କ ପରିବାର ଲୋକେ କହିଛନ୍ତି ଯେ ମହିଳା ଜଙ୍ଗଲକୁ ଯାଇଥିବା ବେଳେ ବସନ୍ତ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ଓ ସେଥିରେ ବିଫଳ ହେବାରୁ ତାଙ୍କୁ ଆକ୍ରମଣ କରିଥିଲା । ବସନ୍ତ ପ୍ରଥମରୁ ଜଣେ ମନ୍ଦ ପ୍ରକୃତିର ଲୋକ ବୋଲି ସେମାନେ ପୋଲିସକୁ କହିଛନ୍ତି ।






