ବଦଳିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ; ରଞ୍ଜନ କୁମାର ଦାସ ଏବେ ମୁଖ୍ୟ ପ୍ରଶାସକ

ରଥଯାତ୍ରା ପୂର୍ବରୁ ବଦଳିଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ।

ବଦଳିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ

ବଦଳିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ବଦଳିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ରଞ୍ଜନ କୁମାର ଦାସଙ୍କୁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ବିକ୍ରମ ଯାଦବଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି ୨୦୦୭ ବ୍ୟାଚର ଆଇଏଏସ୍ ଅଧିକାରୀ ରଞ୍ଜନ କୁମାର ଦାସ । ଏଥି ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସ୍ୱତନ୍ତ୍ର ପାହ୍ୟା ମିଳିବ ବୋଲି ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ପୂର୍ବରୁ ଶ୍ରୀ ଦାସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିଲେ ।

ଆଜି ପ୍ରସାରିତ ହେବ ‘ମନ୍‌ କୀ ବାତ୍’ର ୧୦୦ତମ ଅଧ୍ୟାୟ

ସେହିଭଳି ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବୀର ବିକ୍ରମ ଯାଦବଙ୍କୁ ସ୍ୱତନ୍ତ୍ର ସଚିବ ଭାବେ ପଦୋନ୍ନତି ମିଳିଛି । ରାଜ୍ୟ ସରକାର ଦିଲ୍ଲୀପ ରାଉତରାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି । ୨୦୦୩ ବ୍ୟାଚର ଆଇଏଏସ୍‌ ଅଧିକାରୀ ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି । ଶ୍ରୀକାନ୍ତ ପୃଷ୍ଟି ଏବେ ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗରେ କାର୍ଯ୍ୟରତ ଅଛନ୍ତି ।
Published by:Soumya Das
First published: