News 18 Odia Digital
ଭୁବନେଶ୍ୱର; ଦିଶା ପଟାନିଙ୍କ (Disha patani) ନାଚକୁ ନେଇ ତାତିଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ (Rani priyadarshini) । ହକି ଇଣ୍ଡିଆର ଉଦଘାଟନୀ ଉତ୍ସବରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ଡ୍ୟାନ୍ସ କରିଥିଲେ। ଏହି ପ୍ରଫମାନ୍ସରେ ପିନ୍ଧିଥିବା ଡ୍ରେସକୁ ନେଇ ଆପତ୍ତି ଉଠାଇଛନ୍ ଓଲିଉଡ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ। ରାନୀ କହିଛନ୍ତି ଆମେ ଯଦି ଏହିଭଳି ନୃତ୍ୟ କରୁଛୁ ଆମକୁ ବ୍ୟାନ୍ କରୁଛନ୍ତି ହେଲେ ଅନ୍ୟ ମାନେ ଅଶ୍ଳୀଳ ନାଚିଲେ ଲୋକେ ତାଳି ମାରୁଛନ୍ତି । ଦିଶା ପଟାନୀ ଯୋଉ ନାଚିଲେ ସେ କୋଉ ନାଚ ନାଚିଲେ। ସେତେବେଳେ କ'ଣ ଆପଣମାନଙ୍କୁ ଦେଖା ଗଲାନି। ଖଣ୍ଡଗିରୀରେ ଆମେ ଆଇଟମ ଗୀତରେ (Iteam song) ନାଚିଲେ ଵ୍ୟାନ କରିଦେଉଛନ୍ତି । ହେଲେ ସେ କେଉଁ ଡ୍ୟାନ୍ସ କଲେ, ସେ ପରା ଆଇଟମ ନାଚିଲେ, ତାଙ୍କୁ ତ କେହି କିଛି କହିଲେନି। ଅଧା ଅଧା ଦେଖାଯାଉଛି । ଓଡ଼ିଶାର ଏବଂ ଓଡ଼ିଶା ବାହାରର ସମସ୍ତେ ଦେଖିଲେ। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହେଉଛି ବୋଲି କହୁଛନ୍ତି।
ଯାତ୍ରାରେ ଏମିତି ହୁଏ ଆରମ୍ଭରୁ ଆଇଟମ ନାଚ ତାପରେ ଷ୍ଟୋରୀ ଆରମ୍ଭ ହୁଏ। ମୁଁ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଆଟିଷ୍ଟ। ମୁଁ ଆଲବମ କରିଛି, ସିରିଏଲ୍ କରିଛି, ଆଇଟମ ବି କରିଛି, ସୋସିଆଲ ୱାର୍କ ବି କରୁଛି। ସମସ୍ତେ ଭାବନ୍ତି ମୁଁ ଜଲିଉଡର କଳାକାର, କିନ୍ତୁ ମୁଁ ଜଲିଉଡ କଳାକାର ନୁହେଁ ଓଲିଉଡର କଳାକାର। ମତେ ଲୋକମାନେ ଭଲ ପାଆନ୍ତି, ଲୋକେ ଚାହାନ୍ତି ବୋଲି ମୁଁ ଆଇଟମ ଡ୍ୟାନ୍ସ କରୁଛି। ମୁଁ ନର୍ମାଲ କରୁଥିଲି ଲୋକେ ଗ୍ରହଣ କଲେନି। କହିଲେ ଆଉ ଟିକେ ହଟକେ ନାଚିବାକୁ। ସେଥିପାଇଁ ମୁଁ ଆଇଟମ ନାଚୁଛି ।
ଯିଏବି ଏହି କଟକଣା ଲଗାଇଛନ୍ତି, ପ୍ରଥମେ କୁହନ୍ତୁ ଅଶ୍ଳୀଳ ନୃତ୍ୟ କାହାକୁ କୁହାଯାଏ। ଯେମିତି ବେଲି ଡ୍ୟାନ୍ସ, ଯେମିତି ସାଲାସା ଡ୍ୟାନ୍ସ ସେମିତି ଆଇଟମ ଡ୍ୟାନ୍ସ । ଲୋକଙ୍କୁ ଯେମିତି ଆକର୍ଷିତ କରିବ ହଟ ଲାଗିବ ଆମେ ପ୍ରଦର୍ଶିତ କରୁ, ତାହାକୁ କୁହନ୍ତି ଆଇଟମ ଡ୍ୟାନ୍ସ ।
ଅଧିକ ଖବର ପଢ଼ନ୍ତୁ-
http://Avtar 2 Record; ୨ ବିଲିୟନ କ୍ଲବରେ ସାମିଲ ହେଲା ଫିଲ୍ମ ଅବତାର ୨Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।