ବ୍ରାହ୍ମଣ ପରିବାରରୁ ଆସିଛନ୍ତି ଭାଷା ସଂଜତ କରନ୍ତୁ; ରାନୀ ପଣ୍ଡା V/S ରାଣୀ ପ୍ରିୟଦର୍ଶିନୀ

ରାନୀ ପଣ୍ଡା ବ୍ରାହ୍ମଣ ଘରର ଝିଅ । ସେ ବେଦ ମନ୍ତ୍ର ଉଚ୍ଚାରଣ ବଦଳରେ ଖରାପ କଥା କହୁଛନ୍ତି । ତାଙ୍କୁ ସୁଧୁରିବାର ଆବଶ୍ୟକତା ରହିଛି । ଏପରି କହିଲେ ରାଣୀ ପ୍ରିୟଦର୍ଶିନୀ ।

ବ୍ରାହ୍ମଣ ପରିବାରରୁ ଆସିଛନ୍ତି ଭାଷା ସଂଜତ କରନ୍ତୁ; ରାନୀ ପଣ୍ଡା V/S ରାଣୀ ପ୍ରିୟଦର୍ଶିନୀ

ବ୍ରାହ୍ମଣ ପରିବାରରୁ ଆସିଛନ୍ତି ଭାଷା ସଂଜତ କରନ୍ତୁ; ରାନୀ ପଣ୍ଡା V/S ରାଣୀ ପ୍ରିୟଦର୍ଶିନୀ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଭଦ୍ରକ ଚରମ୍ପାରେ ଆୟୋଜିତ ହେଉଥିବା ଯାତ୍ରା ମେଲୋଡିରେ ଆଇଟମ ଗୀତରେ ନାଚୁଥିବା ସମୟରେ ରାଣୀ ପ୍ରିୟଦର୍ଶିନୀଙ୍କ ଉପରେ ହୋଇଥିଲା ଚପଲ ମାଡ । ଜଣେ ମହିଳା ରାଣୀଙ୍କ ନୃତ୍ୟକୁ ବିରୋଧ କରି ଷ୍ଟେଜକୁ ପକାଇଥିଲେ ଚପଲ । ମହିଳାଙ୍କ କହିବାନୁଯାୟୀ ରାଣୀ ସେଠାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିଲେ । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ବେଶ୍ ଜୋର ଧରିଛି । ତେବେ ଏନେଇ ରାଣୀ ନିଜ ପକ୍ଷ ରଖି ଅଶ୍ଳୀଳ ନୃତ୍ୟ କରିବା କଥାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମୁଁ ଛୋଟ ପୋଷାକ ପରିବେଶଣ କରି ନୃତ୍ୟ କରେ ସତ କିନ୍ତୁ ଅଶ୍ଳୀଳ ନୃତ୍ୟ କରେନାହିଁ । ଆଉ କାହାପରି ଖୁଲମଖୁଲା ଅଙ୍ଗ ପ୍ରଦର୍ଶନ କରେ ନାହିଁ ।

ଏଥିସହ ଆଇଟମ ଡ୍ୟାନ୍ସର ରାନୀ ପଣ୍ଡାଙ୍କୁ ଟାର୍ଗେଟ କରି ରାଣୀ ପ୍ରିୟଦର୍ଶିନୀ କହିଛନ୍ତି ଯେ, ରାନୀ ସୋସିଆଲ ମିଡିଆରେ କଦର୍ଯ୍ୟ ମନ୍ତବ୍ୟ ଦେଉଛନ୍ତି । ତାଙ୍କ ବିରୋଧରେ ଯେତେବେଳେ ସ୍ୱର ଉଠୁଥିଲା ସେତେବେଳେ ମୁଁ ଚୁପ୍ ଥିଲି । କିନ୍ତୁ ସେ ମୋ ବିରୁଦ୍ଧରେ ଯାହା କହୁଛନ୍ତି ତାହା ଅଶୋଭନୀୟ । ରାନୀ ପଣ୍ଡା ବ୍ରାହ୍ମଣ ଘରର ଝିଅ । ସେ ବେଦ ମନ୍ତ୍ର ଉଚ୍ଚାରଣ ବଦଳରେ ଖରାପ କଥା କହୁଛନ୍ତି । ତାଙ୍କୁ ସୁଧୁରିବାର ଆବଶ୍ୟକତା ରହିଛି । ଯାତ୍ରାର ବରିଷ୍ଠ କଳାକାର ତଥା ବାପି ପଣ୍ଡା ଓ ଦୈତାରୀ ପଣ୍ଡାଙ୍କୁ ସେ ଭୁଲ୍ ମାଗନ୍ତୁ ।

ଏଥିସହ ନିଜ ବିରୁଦ୍ଧରେ ଉଠିଥିବା କଥା ବିରୋଧରେ ରାଣୀ ପ୍ରିୟଦର୍ଶିନୀ ଲିଗାଲ୍ ଆକ୍ସନ ନେବେ ବୋଲି ଏକ ସାକ୍ଷାତକାରରେ ନ୍ୟୁଜ ୧୮କୁ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋ ପ୍ରଫେସନ ହେଉଛି ଆଇଟମ୍ ତେଣୁ ମୁଁ ଏହାକୁ ଛାଡିପାରିବିନି । ଆଗକୁ ମଧ୍ୟ ପୂର୍ବପରି ଆଇଟମ୍ ଗୀତରେ ଅଭିନୟ କରିବି । ସମାଲୋଚକଙ୍କ କାମ ହେଉଛି ସବୁବେଳେ ସମାଲୋଚନା କରିବା ତେଣୁ ମୁଁ ଏଥିରେ ଭୟ କରୁନାହିଁ କିମ୍ୱା ଆଉ କାହା ପାଇଁ ନିଜକୁ ପରିବର୍ତ୍ତନ କରିପାରିବିନି ।

ସୂଚନାଯୋଗ୍ୟ, ଭଦ୍ରକ ଯାତ୍ରା ପେଣ୍ଡାଲ ଚପଲ ମାଡ ଘଟଣାରେ ଅଭିନେତ୍ରୀ ରାଣୀ ପଣ୍ଡା ମୁହଁ ଖୋଲିଥିଲେ । ଖବର ପ୍ରସାରଣ ବେଳେ କେବଳ ରାନୀ ନଲେଖି ପୂରା ନାମ ଲେଖିବାକୁ ଗଣମାଧ୍ୟମକୁ ମଧ୍ୟ ଅନୁରୋଧ କରିଥିଲେ । ଏଥିସହ ଯାତ୍ରା ପ୍ରଦର୍ଶନ ସମୟରେ ସେ ଅଶ୍ଳୀଳ ନୃତ୍ୟ କରିଥିବାରୁ ତାଙ୍କୁ ଖଣ୍ଡଗିରି ବ୍ୟାନ କରିଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଭଦ୍ରକରେ ସମାନ ପରିସ୍ଥିତି ସତ୍ତ୍ୱେ କାହିଁକି କେହି ମୁହଁ ଖୋଲୁନାହାଁନ୍ତି। ତାଙ୍କୁ ଯେପରି ଭାବେ ପ୍ରତିବାଦ କରାଯାଇଥିଲା, ରାଣୀ ପ୍ରିୟଦର୍ଶନୀଙ୍କୁ କାହିଁକି ପ୍ରତିବାଦ କରାଯାଉନି ବୋଲି ପ୍ରଶ୍ନ କରିଥିଲେ ରାନୀ ପଣ୍ଡା। ମୋତେ ପ୍ରତିବାଦ କରିଥିବା ଲୋକମାନେ ରାଜରାସ୍ତାକୁ ଆସି କାହିଁକି ବିରୋଧ କରିନାହାଁନ୍ତି ବୋଲି କହିଥିଲେ । ନିଜ କ୍ରୋଧ ପ୍ରକାଶ କରି ରାନୀ ପଣ୍ଡା କହିଥିଲେ, ମୋ ପାଇଁ ହାତରେ ପ୍ଲା କାର୍ଡ଼ ଧରି, ପୋଷ୍ଟର ଚିରି, ଆନ୍ଦୋଳନ କରି କିଛି ନାରୀ ନେତ୍ରୀ ବିରୋଧ ପ୍ରଦର୍ଶନ କରୁଥିଲେ। ମୋତେ ଖଣ୍ଡଗିରିକୁ ବ୍ୟାନ କରିଥିଲେ। ଏବେ ପର୍ଯ୍ୟନ୍ତ ମଧ୍ୟ ମୁଁ ସେଠାକୁ ଯାଇପାରୁନାହିଁ। ବର୍ତ୍ତମାନ ସେହି ନାରୀ ନେତ୍ରୀ କୁଆଡେ ଗଲେ। ପ୍ରଶାସନ, ଯାତ୍ରା ପରିଚାଳନା କମିଟି, ଯାତ୍ରା ମାଲିକ, କଳାକାରଙ୍କୁ ସିଧା ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ରାନୀ। ରାଣୀ ପ୍ରିୟଦର୍ଶନୀଙ୍କ ସହ କିଛି କଳାକାରଙ୍କର ଖରାପ ସମ୍ପର୍କ ଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେଥିପାଇଁ ବର୍ତ୍ତମାନ ତାଙ୍କୁ ପ୍ରତିବାଦ କରିବାକୁ କେହି ସାମ୍ନାକୁ ଆସୁନାହାନ୍ତି ବୋଲି ରାନୀ କହିଛନ୍ତି। ପ୍ରଶାସନ ସହ ସହ ମିଶି କିଛି କଳାକାର, ମାଲିକ ଗୁଳି ମାରି ତାଙ୍କୁ ହତ୍ୟା କରିପାରନ୍ତି ବୋଲି ସେ ସନ୍ଦେହ ମଧ୍ୟ କରିଛନ୍ତି। ଅଣ କଳାକାର କହି ପ୍ରତିବାଦ କରୁଥିବା ଲୋକମାନେ ଏବେ ଚୁପ କାହିଁକି ଅଛନ୍ତି। ଯଦି ମୋ ବେଳେ ଏତେ ବିରୋଧ କରୁଥିଲେ ଏବେ କେହି ବିରୋଧ କରୁନାହାନ୍ତି। ରାନୀ ପଣ୍ଡା ଭଲ କାମ କରୁଥିବାର କେହି ପ୍ରଚାର କରୁନାହାନ୍ତି। କିନ୍ତୁ ଯାତ୍ରା ନୁହେଁ ଭିନ୍ନ ଉପାୟରେ ଟଙ୍କା ରୋଜଗାର କରୁଛି ବୋଲି ଆରୋପ ଲଗାଉଛନ୍ତି। ଯଦି ଏଭଳି ଅଭିଯୋଗ ଆଗାମୀ ଦିନରେ ପ୍ରମାଣିତ ହୋଇଯାଏ ତେବେ ଲଣ୍ଡା ହୋଇ ରାଜରାସ୍ତାରେ ବୁଲିବେ ବୋଲି କହିଛନ୍ତି ରାନୀ।
Published by:Soubhagya Mishra
First published: