ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଲେ ରାଣୀ ପଣ୍ଡା; ଶ୍ରଦ୍ଧାରେ ୫୦୦ ଟଙ୍କା ଦେଲେ ସୁର

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଛନ୍ତି ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ରାଣୀ ରାକ୍ଷୀ ବାନ୍ଧିବା ପରେ ସୁର ତାଙ୍କୁ ଆଶୀର୍ବାଦ ଦେବା ସହ ୫୦୦ ଟଙ୍କା ଉପହାର ଦେଇଛନ୍ତି ।

ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଲେ ରାଣୀ ପଣ୍ଡା

ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଲେ ରାଣୀ ପଣ୍ଡା

  • Share this:
News18 Odia Digital

ଭୁବନେଶ୍ୱର: ରାକ୍ଷୀ ହେଉଛି ଭାଇ ଓ ଭଉଣୀଙ୍କ ପ୍ରେମର ପ୍ରତୀକ। ଏହି ଅବସରରେ ଭାଇ ହାତରେ ରକ୍ଷା ସୂତା ବାନ୍ଧି ଭାଇ ଠାରୁ ସୁରକ୍ଷା କାମନା କରିଥାଏ ଭାଇ। ଏହି ଧାରାରେ ମଧ୍ୟ ସାମିଲ ହୋଇଛନ୍ତି ରାଜନେତା।

ବ୍ୟସ୍ତ ବହୁଳ ଜୀବନ ଭିତରେ ବି ଭଉଣୀମାନଙ୍କୁକୁ ଭୁଲି ନାହାଁନ୍ତି ରାଜନେତାମାନେ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଛନ୍ତି ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ରାଣୀ ରାକ୍ଷୀ ବାନ୍ଧିବା ପରେ ସୁର ତାଙ୍କୁ ଆଶୀର୍ବାଦ ଦେବା ସହ ୫୦୦ ଟଙ୍କା ଉପହାର ଦେଇଛନ୍ତି । କେବଳ ଉପହାର ନୁହେଁ ରାଣୀଙ୍କୁ ପରାମର୍ଶ ଦେଇଛନ୍ତି ସୁର। ବିଚଳିତ ହୁଅ ନାହିଁ ରାଣୀ। ସ୍ଥିର ଚିତ୍ତରେ ସବୁ କାମ କର ବୋଲି ଭାଇ ହିସାବରେ ରାଣୀଙ୍କୁ ଶୁଭ କାମନା କରିଛନ୍ତି।

ସେହିପରି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତଙ୍କୁ ମଧ୍ୟ ଅନେକ କର୍ମକର୍ତ୍ତା ରାକ୍ଷୀ ବାନ୍ଧିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କ ସହିତ ନିଜ ନିର୍ବାଚନ ମଣ୍ଡଳୀର ଭଉଣୀ ମାନେ ରାକ୍ଷୀ ବାନ୍ଧିଛନ୍ତି। ପ୍ରତ୍ୟେକ ଭାଇ ରାକ୍ଷୀ ବନ୍ଧନରେ ସୁରକ୍ଷା ଦେବାକୁ ସଂକଳ୍ପ ନେବାକୁ ନେତାମାନେ ଆହ୍ଵାନ ଦେଇଛନ୍ତି।

ସେହିପରି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ହାତରେନିଜ ନିର୍ବାଚନ ମଣ୍ଡଳୀର ଭଉଣୀ ମାନେ ରାକ୍ଷୀ ବାନ୍ଧିଛନ୍ତି। ଅନନ୍ତଙ୍କ ବାସ ଭବନକୁ ଯାଇ ସ୍ଵୟଂ ସହାୟକ ଗୋଷ୍ଠୀର ଭଉଣୀ ମାନେ ରାକ୍ଷୀ ବାନ୍ଧିଛନ୍ତି। ସକାଳୁ ସକାଳୁ ବିଧାୟକଙ୍କ ଘରେ ପହଞ୍ଚିଥିଲେ ମହିଳା ମାନେ। ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର ସହିତ ସାଥିରେ ନେଇଥିଲେ ରାକ୍ଷୀ। ଭାଇଙ୍କୁ ପୂଜା କରି ରାକ୍ଷୀ ବାନ୍ଧିବା ସହିତ ଠାକୁରଙ୍କ ପାଖରେ ଶୁଭ ମନାସି ଥିଲେ। ଭାଇ ଅନନ୍ତ ନାରାୟଣ ଜେନା ସଦା ସର୍ବଦା ଭଉଣୀଙ୍କ ପାଇ ସୁରକ୍ଷା କବଚ ଭଳି କାମ କରିବେ ବୋଲି କହିଛନ୍ତି। ଶେଷରେ ଭାଇ ନିଜ ହାତରେ ଭଉଣୀ ଙ୍କୁ ମିଠା ଖୁଆଇଛନ୍ତି।
Published by:Soumya Das
First published: