ବାଇକକୁ ପିଟିଲା ରାନୀ ପଣ୍ଡାଙ୍କ କାର; ବାଇକ ଆରୋହୀ ଗୁରୁତର

ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି।

ବାଇକକୁ ପିଟିଲା ରାନୀ ପଣ୍ଡାଙ୍କ କାର

ବାଇକକୁ ପିଟିଲା ରାନୀ ପଣ୍ଡାଙ୍କ କାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ। ଜଣେ ବାଇକ ସହ ତାଙ୍କ କାର୍ ଧକ୍କା ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି।

କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳ ଖାଇ ଛକ୍ ନିକଟରେ ଏହି ସଡ଼କ ଦୁର୍ଘଟଣା ହୋଇଛି। ବାଇକ୍ ଚାଳକ ଗୁରୁତର ଆହତ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଆଠଗଡ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝା ସୁଖା ଜାରି ରଖିଛି।
Published by:Soumya Das
First published: