ଗୁମର ଖୋଲିଲେ ଗୌହାଟୀ ପତ୍ନୀ; ୧୬୧ ଧାରାରେ ବୟାନ ରେକର୍ଡ଼ କଲା ପୋଲିସ

ନକଲି ଡାକ୍ତରଙ୍କ ଅସଲି ଚେହେରା ଖୋଲିଲେ ୧୭ ନମ୍ବର ସ୍ତ୍ରୀ । ଗୌହାଟୀରୁ ଆସି ମହିଳା ଥାନାରେ କଲେ ଅଭିଯୋଗ । ସାଦି ଡଟ କମରୁ ରମେଶଙ୍କ ସହ ହୋଇଥିଲା ପରିଚିତ ।

ଡାକ୍ତର ରମେଶ ସ୍ୱାଇଁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କ ୧୭ନଂ ସ୍ତ୍ରୀ (ପ୍ରତୀକାତ୍ମକ ଛବି)

ଡାକ୍ତର ରମେଶ ସ୍ୱାଇଁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କ ୧୭ନଂ ସ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
ଭୁବନେଶ୍ୱର-: ରାଜ୍ୟ ରାଜଧାନୀରୁ ଗିରଫ ହୋଇ ଜେଲ ଯାଇଥିବା ଠକ ଡାକ୍ତର ରମେଶ ସ୍ଵାଇଁ  ବିରୁଦ୍ଧରେ ମୁହଁ ଖୋଲିଛନ୍ତି ଗୌହାଟୀର ଜଣେ ମହିଳା । ମୁହଁ ଖୋଲିଥିବା ମହିଳା ଜଣଙ୍କ ହେଲେ ଠକ ଡାକ୍ତର ରମେଶର ବିବାହିତ ୧୭ନମ୍ବର ପତ୍ନୀ । ଗୁରୁବାର ଭୁବନେଶ୍ୱର ମହିଳା ଥାନାକୁ ଆସି ଲିଖିତ ଅଭିଯୋଗ କରିବା ସହ ରମେଶ କିଭଳି ତାକୁ ବିବାହ କରି ଠକିଛି ସେନେଇ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ରେ ମୁହଁ ଖୋଲିଛନ୍ତି । ମହିଳା ଅଭିଯୋଗ ପରେ ଥାନାରେ ୧୬୧ଧାରାରେ ବୟାନ ରେକର୍ଡ କରିବା ପରେ କୋର୍ଟରେ ୧୬୪ଧାରାରେ ବୟାନ ରେକର୍ଡ ହୋଇଛି ।

ଅଭିଯୋଗ ଆଣିଥିବା ମହିଳା ଜଣେ ସରକାରୀ ଡାକ୍ତର । ସେ ଗୌହାଟୀରେ ଡାକ୍ତର ଅଛନ୍ତି । ରମେଶ କୁ ପୋଲିସ ଗିରଫ କରିବା ପରେ, ସଂପୃକ୍ତ ମହିଳାଙ୍କ ସହ ଯୋଗାଯୋଗ କରିଥିଲା ମହିଳା ଥାନା ପୋଲିସ । ରାମେଶର କଳା କାରନାମା ଶୁଣିବା ପରେ ବେହୋସ ହୋଇଯାଇଥିଲେ । ଗୁରୁବାର ନିଜ ପରିବାର ସହ ଥାନାକୁ ଆସି ଅଭିଯୋଗ କରିବା ସହ ରମେଶ ବିରୁଦ୍ଧରେ ସମସ୍ତ ତଥ୍ୟ ଓ ପ୍ରମାଣ ପୋଲିସ କୁ ହସ୍ତାନ୍ତର କରିବା ପରେ ତଦନ୍ତ ଆରମ୍ଭ କରିଛି ମହିଳା ଥାନା ପୋଲିସ ।

"ମୁଁ ସାଦି ଡଟ କମ ରୁ ରମେଶ ସହ ପରିଚିତ ହୋଇଥିଲି । ସେ ନିଜକୁ ଡାକ୍ତର ର ପରିଚୟ ଦେଇଥିଲା । ପରେ ଆମେ ମେ' ମାସ ୨୦୨୧ରେ ଗୌହାଟୀ ରେ ବିବାହ କରିଥିଲୁ । ବିବାହ ବେଳେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ବିବାହ କିଛିଦିନ ପରେ ମୋତେ ଭୁବନେଶ୍ୱରକୁ ଆଣିଥିଲେ । ପାତ୍ରପଡା ନିକଟରେ ଥିବା ଏକ ଆପାର୍ଟମେଂଟରେ କୁ ନେଇଥିଲେ । ସେଠି ତାଙ୍କ ମା ଓ ଭଉଣୀ ଗୃହ ପ୍ରବେଶ କରିଥିଲେ । ରମେଶଙ୍କ ଭଉଣୀ ରଶ୍ମିତା ନଣନ୍ଦ ପୁଟୁଳି ଆକାରରେ ସୁନା ଗହଣା, ମୋବାଇଲ ଓ ଶାଢ଼ୀ ନେଇଥିଲେ। ସେଠି ୧୫ଦିନ ରହିବା ପରେ ମୁଁ ଗୌହାଟୀ ଫେରି ଆସିଥିଲି ।  ପରେ ରମେଶ ମୋ ଠାରୁ ଗୌହାଟୀ ରେ ଘର କିଣିବା ପାଇଁ ୨୧ଲକ୍ଷ ଟଙ୍କା ନେଇଥିଲେ" ବୋଲି କହିଛନ୍ତି ଅଭିଯୋକାରିଣୀ ।

ମହିଳାଙ୍କ ଅଭିଯୋଗ ପରେ ପୋଲିସ ସମସ୍ତ ପ୍ରମାଣ ପତ୍ର ଯାଂଚ କରିଛି। ପରେ ମହିଳାଙ୍କୁ ନେଇ କୋର୍ଟରେ ୧୬୪ଧାରାରେ ବୟାନ ରେକର୍ଡ କରାଯାଇଛି।  ମହିଳାଙ୍କ ବାପାଙ୍କର ମଧ୍ୟ ବୟାନ ରେକର୍ଡ କରିଛି । ମହିଳାଙ୍କ ବାପା କହିଛନ୍ତି " ତାଙ୍କ ଝିଅ ପ୍ରତି ଅନ୍ୟାୟ ହୋଇଛି । ରମେଶ ଆମକୁ ଠକିଛି । ତେଣୁ ତାକୁ ଫାଶୀ ଦିଆଯାଉ । ଏହାସହ ଯେଉଁମାନେ ରମେଶ ଦ୍ୱାରା ଠକେଇ ଶିକାର ହୋଇଛନ୍ତି ସମସ୍ତେ ପୋଲିସ ପାଖରେ ଅଭିଯୋଗ କରନ୍ତୁ " ।

"ଅଭିଯୋଗକାରିଣୀ ମହିଳାଙ୍କ ୧୬୪ବୟାନ ରେକର୍ଡ କରାଯାଇଛି । ତଦନ୍ତ ବେଳେ ଜଣା ପଡ଼ିଛି ବୀମାନରେ ଉଡୁଥିଲା, ପଞ୍ଚତାରକା ହୋଟେଲରେ ରହୁଥିଲା ଠକ ରମେଶ । ଏବେସୁଧା ୫ଜଣ ମହିଳା ରମେଶ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଆଉ କିଛି ମହିଳା ଅଭିଯୋଗ କରିବାକୁ  ଚାହୁଁ ନାହାନ୍ତି ।  ଯେଉଁ  ୫ ଜଣ ଅଭିଯୋଗ କରିଛନ୍ତି, ସେମାନଙ୍କ ୧୬୧ ବୟାନ ରେକର୍ଡ କରିଛି ମହିଳା ଥାନା ପୋଲିସ । ସେହିଭଳି ରମେଶ ରହୁଥିବା ଫ୍ଲାଟର ମାଲିକ ଆଜି ମହିଳା ଥାନାରେ ରେ ରମେଶ ବିରୁଦ୍ଧରେ ଅଭିଯୋଗ କରିଛନ୍ତି" ବୋଲି କହିଛନ୍ତି ମହିଳା ଥାନା ଅଧିକାରୀ ସନ୍ତୋସିନୀ ବେହେରା ।

ସୂଚନାଯୋଗ୍ୟ, ରମେଶର ମୋବାଇଲ ଯାଂଚ କରିବା ପରେ ଏକାଧିକ ଯୁବତୀଙ୍କ ସହ ସେ ଯୋଗାଯୋଗ ରେ ଥିବା ଜଣା ପଡ଼ିଛି । କିଛି ମହିଳା ପୋଲିସ କୁ ସହଯୋଗ କରୁଛନ୍ତି ଆଉ କିଛି ଲୋକଲଜ୍ୟା କୁ ଦେଖି ଅଭିଯୋଗ କରୁ ନାହାନ୍ତି।  ତେଣୁ ପୋଲିସ ଅନଲାଇନ ରେ ଅଭିଯୋଗ କରିବାକୁ ନିବେଦନ କରିଛି କମିସନରେଟ ପୋଲିସ ।
Published by:Soumya Das
First published: