ହଷ୍ଟେଲରେ ଟେକ୍ନୋଲୋଜିର ଅପବ୍ୟବହାର ନେଇ କରାଯାଇଛି ସତର୍କ: କୁଳପତି ଅପରାଜିତା ଚୌଧୁରୀ

ଚଣ୍ଡୀଗଡ଼ ବିଶ୍ଵବିଦ୍ୟାଳୟରେ ଭାଇରାଲ ଭିଡିଓ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ।

ଅପରାଜିତା ଚୌଧୁରୀ (ପ୍ରତୀକାତ୍ମକ ଛବି)

ଅପରାଜିତା ଚୌଧୁରୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଚଣ୍ଡୀଗଡ଼ ବିଶ୍ଵବିଦ୍ୟାଳୟରେ ଭାଇରାଲ ଭିଡିଓ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ। ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ହେବା ଉଚିତ୍ ନୁହେଁ। ପିଲାମାନେ ସମସ୍ତେ ହେଉଛନ୍ତି ପ୍ରାପ୍ତ ବୟସର। ସେମାନେ ଜାଣିବା କଥା କୋଉଟା ଠିକ୍ କୋଉଟା ଭୁଲ।

ଆହୁରି ମଧ୍ୟ ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟର କୁଳପତି କହିଛନ୍ତି ୱାଡେନଙ୍କ ଜରିଆରେ ହଷ୍ଟେଲ ସୁପରିଟେଡେଣ୍ଟମାନଙ୍କୁ କହିଛି, ପିଲାମାନେ ଯେପରି ଟେକ୍ନୋଲୋଜିର ଅପ ବ୍ୟବହାର ନ କରିବେ। ଏ ନେଇ ମଧ୍ୟ ସମସ୍ତଙ୍କୁ ସତର୍କ କରାଯାଇଛି।

ଅଶ୍ଲୀଳ ଭିଡିଓ ଲିକ୍ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ ପରେ ମୋହାଲିର ଖରାର କୋର୍ଟରେ ହାଜର କରାଯାଇଥିଲା। ପରେ ଏହି ମାମଲାରେ ଗିରଫ ହୋଇଥିବା ଯୁବତୀ ଏବଂ ଅନ୍ୟ ଦୁଇ ଯୁବକଙ୍କୁ ୭ଦିନିଆ ପୁଲିସ ରିମାଣ୍ଡରେ ପଠାଯାଇଛି। ଫୋରେନସିକ୍ ଯାଞ୍ଚ ପାଇଁ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ପଠାଯାଇଥିବା ବେଳେ ଏହି ମୋବାଇଲରୁ ମୋଟ ଦୁଇଟି ଭିଡିଓ ମିଳିଥିବା କୁହାଯାଉଛି। ଦୁଇଟି ଭିଡିଓ ମଧ୍ୟରୁ ଜଣେ ଅଭିଯୁକ୍ତ ଯୁବତୀର ହୋଇଥିବା ବେଳେ ଅନ୍ୟଟି ଆଉ ଜଣେ ଯୁବତୀର ବୋଲି ସାମ୍ନାକୁ ଆସିଛି।
Published by:Soumya Das
First published: