ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅନେକ ପ୍ରମାଣ ଥାଇ ବି ପୋଲିସ ତଦନ୍ତ ବାଟବଣା
ରାକେଶ ପୋଲିସକୁ ଦେଇଥିବା ବୟାନ ଅନୁସାରେ ଜାନୁଆରୀ ୨୭ ସକାଳେ ସେ ଦେଖିବାକୁ ପାଇଥିଲେ ଯେ ଝରାଫୁଲ ଅଚେତ ଅବସ୍ଥାରେ ଅଛନ୍ତି । କେଉଁ ଅଜଣା କାରଣରୁ ସେ ମରିଯାଇଥିବା ରାକେଶ ଜାଣିବାକୁ ପାଇଥିଲେ ବୋଲି ପୋଲିସକୁ କହିଥିଲେ ।

ଝରାଫୁଲ ନାୟକ; (ଡାହାଣ) ତାଙ୍କ ଶବକୁ ସ୍କୁଟିରେ ଫିଙ୍ଗିବାକୁ ନେଉଥିବା ଦୁଇ ଜଣଙ୍କ ସିସିଟିଭି ଛବି
- News18 Odia
- Last Updated: February 21, 2021, 11:46 PM IST
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକା ଅନ୍ଧାରୁଆ ଦାସପୁରରେ ମହିଳାଙ୍କ କଟା ମୁଣ୍ଡ ଘଟଣାରେ ପୋଲିସ ୧୧ ଦିନ ଭିତରେ ହତ୍ୟାକାରୀକୁ ଧରିବାରେ ସଫଳ ହେଲା ଓ ଅଭିଯୁକ୍ତକୁ ଗିରଫ କରି ପୁଷ୍ପାଞ୍ଜଳିକୁ କେମିତି ହତ୍ୟା କରାଯାଇଥିଲା ସେହି ତଥ୍ୟ ସାମ୍ନାକୁ ଆଣିଲା । କମିଶରେଟ ପୋଲିସକୁ ଏହି ମାମଲାରେ ସବୁ ଆଡୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟମୟ ମୃତ୍ୟୁକୁ ମାସେ ପୂରିବାକୁ ଯାଉଥିଲେ ବି ଘଟଣା ଉପରୁ ପରଦା ହଟାଇ ପାରିନାହାନ୍ତି ଉଭୟ କମିଶନରେଟ୍ ପୋଲିସ ଓ ଯାଜପୁର ପୋଲିସ ।
ଜାନୁଆରୀ ୨୪ରେ ଝରାଫୁଲ ଭୁବନେଶ୍ୱର ଆସିବା ପରେ ପ୍ରଥମେ ନିଜ ପୁରୁଷ ବନ୍ଧୁ ରାକେଶକୁ ଭେଟିଥିଲେ । ଦିନ ସାରା ରାକେଶ ସହ ବୁଲି ସାରିବା ପରେ ସନ୍ଧ୍ୟାରେ ଝରାଫୁଲ ନିଜ ଲୋକଲ ଗାର୍ଡଆନ ଚକ୍ରଧର ବେହେରାଙ୍କ ସହ ତାଙ୍କ ଘରକୁ ଯାଇଥିଲେ । ୨୫ ଓ ୨୬ ତାରିଖ ଦିନ ଦଶଟା ଯାଏଁ ଝରାଫୁଲ ଚକ୍ରଧରଙ୍କ ଘରେ ରହିଥିଲେ । ୨୬ ତାରିଖ ଦିନ ୧୦ଟା ପରେ ଗାଁକୁ ଯିବା ପାଇଁ ଝରାଫୁଲଙ୍କୁ ଜୟଦେବ ବିହାରରେ ଝାଡ଼େଶ୍ୱର ବସ ରେ ବସାଇଥିଲେ ଚକ୍ରଧର । ହେଲେ ଘରକୁ ନ ଯାଇ ବାଣୀବିହାରରେ ଓଲ୍ହାଇ ରାକେଶକୁ ଫୋନ କରି ଦେଖା କରିବା ପାଇଁ ଡାକିଥିଲେ ସେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଜୋ ଓ ଜିଲ୍ ବାଇଡେନଙ୍କ Love Story: ଜୋ ୫ ଥର ପ୍ରପୋଜ୍ କଲା ପରେ ବିବାହ ପାଇଁ ରାଜି ହୋଇଥିଲେ ଜିଲ୍
ରାକେଶ ପୋଲିସକୁ ଦେଇଥିବା ବୟାନ ଅନୁସାରେ ୨୭ ତାରିଖ ସକାଳେ ସେ ଦେଖିବାକୁ ପାଇଥିଲେ ଯେ ଝରାଫୁଲ ଅଚେତ ଅବସ୍ଥାରେ ଅଛନ୍ତି । ଝରାଫୁଲ କେଉଁ ଅଜଣା କାରଣରୁ ମରିଯାଇଥିବା ସେ ଜାଣିବାକୁ ପାଇଥିଲେ ବୋଲି ପୋଲିସକୁ କହିଥିଲେ । ତା’ ପରେ ଧର୍ମ ବିହାରରେ ଥିବା ସେହି ଗେଷ୍ଟହାଉସରୁ ଝରାଫୁଲଙ୍କ ମୃତ ଦେହକୁ ଏକ ସ୍କୁଟିରେ ଜଣେ ବନ୍ଧୁଙ୍କ ସହ ସିଧା ଯାଜପୁରକୁ ନେଇ ପଳାଇଥିଲେ ରାକେଶ । ପ୍ରମାଣ ନଷ୍ଟ କରିବାକୁ ଝରାଫୁଲକୁ ସେଠାରେ ଫୋପାଡ଼ି ଦେଇଥିଲେ ସେମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିଶ୍ୱସ୍ତ କୁକୁରର ଅନ୍ତିମ ଯାତ୍ରା ଆୟୋଜିତ ହେଲା; ଏବେ ତା’ ପାଇଁ ନିର୍ମାଣ ହେବ ଏକ ସ୍ମାରକୀ
ପୋଲିସ ହାତରେ ଏହି ମାମଲାରେ ଅନେକ ପ୍ରମାଣ ଲାଗିଛି । ଯାଜପୁରରେ, ଧର୍ମ ବିହାର ଗେଷ୍ଟହାଉସରେ ଓ ଲିଙ୍ଗରାଜ ଷ୍ଟେସନ ନିକଟସ୍ଥ ଏକ ଫାଷ୍ଟ ଫୁଡ୍ ଷ୍ଟଲରେ ସିସିଟିଭି କ୍ୟାମେରାରେ ରାକେଶ ଓ ଝରାଫୁଲଙ୍କ ଫୁଟେଜ ମିଳିସାରିଛି । ଜବତ ହୋଇଥିବା ସ୍କୁଟି ସହ ମୁଖ୍ୟ ଅଭିଯୁକ୍ତ ରାକେଶ ବି ପୋଲିସ କବଜାରେ ଅଛି । ସେ ଭୁବନେଶ୍ୱରରେ ଝରାଫୁଲଙ୍କ ସହ ସମୟ ବିତାଇଥିବାରୁ ଯାଜପୁର ପୋଲିସକୁ ତଦନ୍ତରେ ସହଯୋଗ କରୁଛି କମିଶନରେଟ ପୋଲିସ । କିନ୍ତୁ ଏ ଯାଏଁ ମୃତ୍ୟୁ ଉପରୁ ପରଦା ହଟାଇ ପାରୁନି ପୋଲିସ କି ରାକେଶର ବନ୍ଧୁ ଶେଖରକୁ ଧରିପାରୁନି ।
‘‘ଝରାଫୁଲଙ୍କ ମୃତ୍ୟୁ ମାମଲାଟି ଏକ ଅତି ସମ୍ବେଦନଶୀଳ ମାମଲା । ପାଠ ପଢ଼ୁଥିବା ପିଲାଙ୍କ ପାଇଁ ବାପା ମା’ କେତେ ଯେ ଚିନ୍ତିତ ତାହା କହିହେବ ନାହିଁ। କିନ୍ତୁ ମାମଲାକୁ ଯେଉଁ ଢଙ୍ଗରେ ପୋଲିସ ତଦନ୍ତ କରୁଛି ତା’ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହା ଯାଜପୁର ପୋଲିସର ପାରିବାପଣିଆକୁ ପଦାରେ ପକାଉଛି,’’ କହିଛନ୍ତି ଆଇନଜୀବୀ ସିଦ୍ଧାର୍ଥ ଦାସ ।