ରିମାଣ୍ଡରେ ଆସିବ ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ମହାପାତ୍ର (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜଧାନୀ ପୋଲିସର ନିଦ ହଜାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ମହାପାତ୍ରଙ୍କୁ ରିମାଣ୍ଡରେ ଆଣିବ ଖଣ୍ଡଗିରି ଥାନା ପୋଲିସ । ଏନେଇ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ୧୦ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି ପୋଲିସ । ରିମାଣ୍ଡରେ ଅନୁମତି ମିଳିବା ପରେ ରାଜେଶର କ୍ରାଇମ ନେଟୱର୍କ ଖୋଲିବା ପାଇଁ ଯୋଜନା କରିଛି ତଦନ୍ତକାରୀ ସଂସ୍ଥା ।
କୁଖ୍ୟାତ ଅପରାଧୀ ଚକରା ଗ୍ୟାଙ୍ଗର ମୁଖ୍ୟ ସହଯୋଗୀ ଥିଲା ରାଜେଶ ମହାପାତ୍ର । ଚକରାକୁ ଏନକାଉଣ୍ଟର ପରେ ପୁରା ଗ୍ୟାଙ୍ଗ ଖସି ପଳାଇଥିଲା ଗ୍ୟାଙ୍ଗ । ଗୁରୁବାର ରାଜେଶ ଭୁବନେଶ୍ୱର କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣି ଜେରା କରିବାକୁ ଲକ୍ଷ୍ୟ ରଖିଛି କମିଶନରେଟ ପୋଲିସ ।
ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ । ରିମାଣ୍ଡରେ ଆସିବ ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ମହାପାତ୍ର । ଚକରା ପରେ ରାଜେଶର ଖୋଲିବ କ୍ରାଇମ ଫାଇଲ୍ । ଗେମ୍ ଓଭର ନାମରେ ଗଢ଼ିଥିଲା ନୂଆ ଗ୍ୟାଙ୍ଗ୍ । ଫିଲ୍ମି ଷ୍ଟାଇଲରେ ମାଆ-ପୁଅ ମିଶି କରୁଥିଲେ କ୍ରାଇମ । କେମିତି କେତେ ବେଳେ କେଉଁଠାରେ କାହାକୁ ଟାର୍ଗେଟ କରାଯିବ, ରାଜେଶ ଘରେ ହେଉଥିଲା ବ୍ଳୁ-ପ୍ରିଣ୍ଟ । ଅପରାଧ କରିବା ରାଜେଶର ମାଆ ଜ୍ୟୋସ୍ନାମୟୀ ମହାପାତ୍ର ଦେଉଥିଲା ସାହସ । ମର୍ଣ୍ଣିୱାର୍କ ବେଳେ ଛିନତାଇ, ଲୁଟ, ଡକାୟତି ଥିଲା ରାଜେଶ ଆଣ୍ଡ କୋର କାମ। ଲୁଟ ବେଳେ ବେଳେ ବାଧା ଦେଲେ ସିଧା ସଳଖ ହାଣି ଦେଉଥିଲେ ଏହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ ।
"ରାଜେଶ ନାମରେ ବିଭିନ୍ନ ଥାନରେ ୪୬ଟି ଅପରାଧିକ ମାମଲା ରହିଛି। ଦୀର୍ଘଦିନ ଧରି ରାଜଧାନୀ ଓ ଆଖପାଖ ଅଞ୍ଚଳରେ ରାଜେଶ ଓ ତାର ଗ୍ୟାଙ୍ଗ ଅପରାଧ ଭିଆଉଥିଲେ। ବିଶେଷ କରି ରାଜେଶ ଓ ତିନିଦିନ ତଳେ ଗିରଫ ହୋଇଥିବା ତା ମାଆ ଜ୍ୟୋସ୍ନାରାଣୀ ମହାପାତ୍ର ଚଳାଇଥିଲେ କ୍ରାଇମ ସିଣ୍ଡିକେଟ୍ । ଗତ ୫ ମାସରେ ଭୁବନେଶ୍ବର ଘଟିଥିବା ଅପରାଧରେ ଚକରା ସହ ମିଶି କ୍ରାଇମ କରିଥିଲା । ରାଜେଶକୁ ରିମାଣ୍ଡରେ ଆଣି ତାର କ୍ରାଇମ ନେଟୱାର୍କ ବାବଦରେ ଖୋଳତାଡ଼ କରାଯିବ,"କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।
କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ରାଜେଶର ଅପରାଧ ଫାଇଲ ଦେଖିବା ପରେ ତା ବିରୋଧରେ ଏନଏସଏ ଲଗାଇବାକୁ ଯୋଜନା କରିଛି ପୋଲିସ । କେବଳ ରାଜେଶ ନୁହେଁ ଅନ୍ୟ ଅପରାଧୀଙ୍କ ମଧ୍ୟ ତାଲିକା ପ୍ରସ୍ତୁତ କରିଛି ପୋଲିସ । ୨୦୧୯ ସୁଦ୍ଧା ୨୦ ଜଣ ଅପରାଧୀଙ୍କୁ ଏନଏସରୁ ବୁକ କରିଥିଲା ପୋଲିସ । ଗତ ଦୁଇ ବର୍ଷ ହେଲା କୌଣସି ଅପରାଧୀଙ୍କ ବିରୋଧରେ ଏନଏସଏ ଲଗାଇନି ପୋଲିସ । ତେଣୁ ପୁଣି ଥରେ ପେଷାଦାର ଅପରାଧିଙ୍କ ବିରୁଦ୍ଧରେ କଠୋର ହେବାକୁ ଅଣ୍ଟା ଭିଡ଼ିଛି ପୋଲିସ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।