ରାଜଧାନୀରୁ ଲେଡି ବ୍ଲାକମେଲରକୁ ଉଠାଇନେଲା ରାଜସ୍ଥାନ ପୋଲିସ

ସୋସିଆଲ ମିଡ଼ିଆରେ ଟାର୍ଗେଟ କରୁଥିଲେ ଲେଡି ବ୍ଲାକମେଲର। ଆଇଟି ପ୍ରଫେସନାଲ କହି ଆରମ୍ଭ କରନ୍ତି ଅସଲ କାରନାମା।

ବ୍ୟବସାୟୀ ଓ ପ୍ରୀତି ଦେଶାଇଙ୍କ ବିବାହ ଫଟୋ

ବ୍ୟବସାୟୀ ଓ ପ୍ରୀତି ଦେଶାଇଙ୍କ ବିବାହ ଫଟୋ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରୁ ଲେଡି ବ୍ଲାକମେଲରକୁ ଉଠାଇନେଲା ରାଜସ୍ଥାନ କୋଟବାଲି ଥାନ ପୋଲିସ। ରାଜସ୍ଥାନ ଭରତପୁର ଜିଲ୍ଲାର ଜଣେ ବ୍ୟବସାୟୀଙ୍କୁ ଲୁଟିଥିବା ନେଇ ଅଭିଯୋଗ ହୋଇଥିଲା।

ଲେଡି ବ୍ଲାକମେଲର ଜଣକ ହେଉଛନ୍ତି ପ୍ରୀତି ଦେଶାଇ। ଘର କର୍ଣ୍ଣାଟକରେ। ଶିକ୍ଷାଗତ ଯୋଗ୍ୟତା ବି-ଟେକ ପାସ। ରାଜସ୍ଥାନ ପୋଲିସ ଗତ କାଲି ଲେଡି ବ୍ଲାକମେଲରଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ସହାୟତରେ ଅଞ୍ଚଳରୁ ଉଠାଇନେଇଛି। ସେ ନିଜକୁ ସବୁଠି ଆଇଟି ପ୍ରଫେସନାଲ ବୋଲି ପରିଚୟ ଦେଇ ଫେସବୁକ ଓ ଇନଷ୍ଟାଗ୍ରାମରେ ସେ ଶିକାର ଖୋଜନ୍ତି। ବିଭିନ୍ନ ରାଜ୍ୟର ବଡ଼ ବଡ଼ ହସ୍ତୀ, ଧନୀକ ଶ୍ରେଣୀୟ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରନ୍ତି।  ସୋସିଆଲ ମିଡ଼ିଆରେ ବନ୍ଧୁତା କରି ସମ୍ପର୍କକୁ ଘନିଷ୍ଠ କରନ୍ତି। ପରେ ପ୍ରେମ ନିବେଦନ କରି ଜାଲରେ ପକାନ୍ତି।ଏହାପରେ ପ୍ରୀତିଙ୍କ ଅସଲି କାରନାମା ଆରମ୍ଭ ହୁଏ। ଭିଡ଼ିଓ କଲରେ କଥା ହେବା ବେଳେ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଉଠାନ୍ତି। କିଛି ଦିନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଦାବି କରନ୍ତି। ଟଙ୍କା ନ ଦେଲେ ଦୁଷ୍କର୍ମ ମାମଲାରେ ଛନ୍ଦି ଦେବେ ବୋଲି ଧମକ ଦିଅନ୍ତି।

ରାଜସ୍ଥାନ ଭରତପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ଵ୍ୟକ୍ତି ତାଙ୍କ ଠକାମୀର ଶିକାର ହୋଇଥିଲେ। ତାଙ୍କ ଅଭିଯୋଗ ଅନୁସାରେ ସେଠାକାର କୋଟବାଲି ଥାନା ପୋଲିସର ଏକ ଟିମ ତାଙ୍କୁ ଧରିବାକୁ ଭୁବନେଶ୍ୱର ଆସିଥିଲା। ପ୍ରୀତିଙ୍କ ନାଁରେ ଏବେ ସୁଦ୍ଧା ୨ଟି ମାମଲା ରୁଜୁ କରିଛି।
Published by:Soumya Das
First published: