ପୁରୀର ଯୁବତୀ, ରାଜସ୍ଥାନର ଯୁବକ; ଫେସବୁକରେ ପ୍ରେମ, ତା’ପରେ ବଳାତ୍କାର… ଯୁବକ ଏବେ ଜେଲରେ

ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମ ପୁରୀର ଜଣେ ୨୨ ବର୍ଷୀୟା ଯୁବତୀଙ୍କ ପାଇଁ ମହଙ୍ଗା ପଡ଼ିଲା । ରାଜସ୍ଥାନର ସେହି ବିବାହିତ ପ୍ରେମିକଙ୍କ ସହ ଦିଲ୍ଲୀ ଓ ଜୟପୁର ଯାଇ ସେ ତାଙ୍କ ବଳାତ୍କାରର ଶିକାର ହେଲେ । ସେହି ‘ପ୍ରେମିକ’ ଏବେ ପୁରୀ ଜେଲରେ ଅଛନ୍ତି ।

ପୁରୀର ଯୁବତୀ, ରାଜସ୍ଥାନର ଯୁବକ; ଫେସବୁକରେ ପ୍ରେମ, ତା’ପରେ ବଳାତ୍କାର… ଯୁବକ ଏବେ ଜେଲରେ
ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡୋଲିୟା
  • News18 Odia
  • Last Updated: February 29, 2020, 6:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସୁଦୂର ରାଜସ୍ଥାନର ଜଣେ ବିବାହିତ ଯୁବକ ଫେସବୁକରେ ପୁରୀ ଜିଲ୍ଲାର ଜଣେ ୨୨ ବର୍ଷିୟା ନର୍ସଙ୍କ ସହ ବନ୍ଧୁତା କରିବା ପରେ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଓଡ଼ିଶାରୁ ଦିଲ୍ଲୀ ଓ ଜୟପୁର ନେଇ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇ ଏବେ ପୁରୀର ଜେଲରେ ଅଛନ୍ତି ।

କଣାସ ବ୍ଲକ ଗଡିଶାଗୋଦାର ଗଡ଼ିଶାଗୋଦା ଗ୍ରାମର ବାସିନ୍ଦା ଏହି ନର୍ସ୍‌ ପୁରୀର କୁମ୍ଭାରପଡ଼ା ଥାନା ଅଞ୍ଚଳରେ ରହୁଥିଲେ । କିଛି ମାସ ତଳେ ସେ ଜଗତସିଂହପୁରରେ ଏକ ନର୍ସିଂହୋମରେ କାମ କରୁଥିବା ବେଳେ ଫେସବୁକରେ ରାଜସ୍ଥାନର ଜୟପୁର ଜିଲ୍ଲାର ଯୁବକ ରାଧେଶ୍ୟାମ ଚଣ୍ଡୋଲିୟାଙ୍କ ସହ ବନ୍ଧୁତା ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ଚ଼୍ୟାଟିଂ ଆରମ୍ଭ ହୋଇ ଆଗକୁ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ରାଧେଶ୍ୟାମ ଗତ ଡିସେମ୍ବର ୨୭ରେ ଦେଖାକରିବାକୁ କହି ଭୁବନେଶ୍ୱର ବିମାନବନ୍ଦରକୁ ଡାକିଥିଲା ଏହି ଯୁବତୀଙ୍କୁ ।

ଭୁବନେଶ୍ୱର ବିମାନବନ୍ଦରରୁ ରାଧେଶ୍ୟାମ ଯୁବତୀଙ୍କୁ ପ୍ରଥମେ ଦିଲ୍ଲୀ ଓ ସେଠାରୁ ବସ୍‌ ଯୋଗେ ଜୟପୁର ନେଇଯାଇଥିଲେ । ଯୁବତୀଙ୍କ ଅଭିଯୋଗ ଅନୁସାରେ ସେଠି ରାଧେଶ୍ୟାମଙ୍କ ସହ ସେ ରହୁଥିବା ସମୟରେ ସେ ତାଙ୍କୁ ସେ ବାରମ୍ବାର ବଳାତ୍କାର କରିଥିଲେ । ଆଉ ରାଧେଶ୍ୟାମ ବ୍ୟାଚଲର ନୁହେଁ, ବରଂ ବିବାହିତ ଓ ତାଙ୍କର ଦୁଇଟି ପିଲା ଅଛନ୍ତି ବୋଲି ଜାଣିବାକୁ ପାଇଲା ପରେ ଯୁବତୀଙ୍କ ହୋସ୍‌ ଉଡ଼ିଯାଇଥିଲା । ଯୁବତୀ ରାଜସ୍ଥାନରୁ ଫୋନ୍‌ କରି ନିଜ ପରିବାର ଲୋକଙ୍କୁ ଏ ସବୁ କଥା ଜଣାଇବା ପରେ ସେମାନଙ୍କ ଏତାଲା ଅନୁଯାୟୀ କୁମ୍ଭାରପଡ଼ା ପୁଲିସ ରାଜସ୍ଥାନ ଯାଇ ରାଧେଶ୍ୟାମକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଯୁବତୀକୁ ଉଦ୍ଧାର କରିଥିଲା ।

ଏହି ଯୁବତୀଙ୍କ କହିବା ଅନୁଯାୟୀ ମାଟ୍ରିକ ପାସ୍‌ କରିବା ପରେ ସେ ଜଗତସିଂହପୁରରେ ରହି ନର୍ସିଂ ପାଠ ପଢ଼ିବା ପରେ ସେଠାରେ ଏକ ନର୍ସିଂହୋମରେ କାର୍ଯ୍ୟ କରୁଥିଲେ । ଚ଼ାରି ମାସ ତଳେ ଫେସବୁକରେ ରାଜସ୍ଥାନର ରାଧେଶ୍ୟାମ ଚ଼ଣ୍ଡୋଲିୟାଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା ।

‘‘ସେ (ରାଧେଶ୍ୟାମ) ଫେସବୁକରେ ନିଜ ଷ୍ଟାଟସ ସିଙ୍ଗଲ ଲେଖିଥିଲେ । ତାଙ୍କ ସହ ବନ୍ଧୁତା ହେବା ପରେ ଚ୍ୟାଟିଂ ଆରମ୍ଭ ହୋଇ ପରେ ପ୍ରେମ ହୋଇଥିଲା । ଗତ ଡିସେମ୍ବରରେ ମୁଁ ଗାଁକୁ ଫେରିଥିବା ବେଳେ ରାଧେଶ୍ୟାମ ମୋତେ ଦେଖାକରିବେ ବୋଲି କହିବା ପରେ ମୁଁ ତାଙ୍କୁ ଓଡିଶା ଡାକିଥିଲି । ଡିସେମ୍ବର ୨୭ରେ ପୁଣିଥରେ ଜଗତସିଂହପୁର ଫେରିବାକୁ ଥିବାରୁ ମୁଁ ପୁରୀ ବସଷ୍ଟାଣ୍ଡ ଆସି ଭୁବନେଶ୍ୱର ଯାଇଥିଲି । ରାଧେଶ୍ୟାମ ଭୁବନେଶ୍ୱର ବିମାନବନ୍ଦରରେ ସାକ୍ଷାତ କରିବା ପାଇଁ ମୋତେ ଡାକିଥିଲେ । ମୁଁ ଯାଇ ଦେଖା କରିଥିଲି, ଆଉ ତାଙ୍କ କଥା ଏଡ଼ାଇ ନ ପାରି ବିମାନରେ ତାଙ୍କ ସାଙ୍ଗରେ ଦିଲ୍ଲୀ ଚ଼ାଲିଯାଇଥିଲି,’’ ନାମ ପ୍ରକାଶ ନ କରିବାର ଅନୁରୋଧ କରି କହିଛନ୍ତି  ଯୁବତୀ ।

ଦିଲ୍ଲୀରୁ ବସ ଯୋଗେ ଜୟପୁର ପହଞ୍ଚିବା ପରେ ସେଠି ରାଧେଶ୍ୟାମ ଏକ ଘର ଭଡ଼ା ନେଇ ତାଙ୍କୁ ମନ୍ଦିରରେ ବିବାହ କରିଥିଲା । ହେଲେ କିଛି ଦିନ ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ରାଧେଶ୍ୟାମ ବ୍ୟାଚଲର ବୋଲି କହୁଥିବା ବେଳେ ତା’ର ପତ୍ନୀ, ଛଅ ବର୍ଷର ପୁଅ ଓ ସାଢେ ତିନି ବର୍ଷର ଝିଅ ଅଛନ୍ତି ବୋଲି ଯୁବତୀ ଜାଣିପାରିଥିଲେ ।

‘‘ତା’ ପରେ ମୁଁ ତୁରନ୍ତ ଓଡିଶା ଫେରିବାକୁ ଜିଦ୍‌ କରିଥିଲି । ହେଲେ ସେ ମୋତେ ତାଲା ପକାଇ ରଖୁଥିଲେ ଓ ଛାଡୁନଥିଲେ । ତେଣୁ କୌଶଳକ୍ରମେ ମୁଁ ମୋ’ ପରିବାର ସହ ଯୋଗାଯୋଗ କରିଥିଲି । ତା’ ପରେ ପୁରୀ ପୁଲିସ ପହଞ୍ଚି ମୋତେ ଉଦ୍ଧାର କରିଥିଲା ଓ ତାଙ୍କୁ ଗିରଫ କରି ଆଣିଥିଲା,’’ ସେ କହିଛନ୍ତି ।

ପୁରୀ ଏସ୍‌.ପି. ଉମାଶଙ୍କର ଦାସଙ୍କ କହିଛନ୍ତି ଯେ ଯୁବତୀଙ୍କ ପରିବାର ଲୋକେ ତାଙ୍କ ସହ ରାଜସ୍ଥାନରେ ଘଟୁଥିବା ଘଟଣା ବିଷୟରେ ଜାଣିବା ପରେ ତାଙ୍କ ବାପା ପ୍ରଥମେ ଗଡିଶାଗୋଦା ଥାନାରେ ଏତାଲା ଦେଇଥିଲେ । ‘‘ହେଲେ ପୁରୀ ବସଷ୍ଟାଣ୍ଡରୁ ଯୁବତୀ ବସ୍‌ ଯୋଗେ ଯାଇଥିବାରୁ ମାମଲାଟି ପୁରୀ କୁମ୍ଭାରପଡ଼ା ଥାନାରେ ପଞ୍ଜୀକୃତ ହେଲା । କୁମ୍ଭାରପଡ଼ା ଥାନା ଏ.ଏସ୍‌.ଆଇ. ବେଣୁଧର ରାୟଙ୍କ ନେତତ୍ୱରେ ଏକ ଟିମ୍‌ ରାଜସ୍ଥାନ ଯାଇଥିଲା । ସେଠାରେ ଫେବୃୟାରୀ ୧୫ ରାତିରେ ଏକ ବନ୍ଦ କୋଠରୀରୁ ଯୁବତୀକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ରାଧେଶ୍ୟାମକୁ କାବୁ କରିଥିଲା ପୁଲିସ,’’ କହିଛନ୍ତି ଦାସ ।

ଯୁବତୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ଇଚ୍ଛା ବିରୁଦ୍ଧରେ ରାଧେଶ୍ୟାମ ତାଙ୍କ ସହ ବାରମ୍ବାର ଯୌନ ସମ୍ପର୍କ ସ୍ଥାପନ କରିଥିବାରୁ ମାମଲାଟି ବଳାତ୍କାରକୁ ପରିବର୍ତିତ ହୋଇଥିଲା । କୋର୍ଟର ନିର୍ଦ୍ଦେଶ ଅନୁସାରେ ଅଭିଯୁକ୍ତ ରାଧେଶ୍ୟାମକୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା ।

"ଏହି ଯୁବତୀଜଣଙ୍କ ସହ ମୋ’ର ଫେସବୁକରେ ପ୍ରେମ ହୋଇଥିଲା । ଆଉ ସେ ମୋତେ ଫୋନ କରି ବାରମ୍ବାର ଦେଖା କରିବାକୁ ଓଡ଼ିଶା ଡାକିଥିଲେ । ବିମାନବନ୍ଦରରେ ଦେଖା ହୋଇସାରିବା ପରେ ତାଙ୍କୁ ନେଇଯିବା ପାଇଁ କହିଥିଲେ । ତା’ପରେ ମୁଁ ତାଙ୍କୁ ନେଇଥିଲି,’’ କହିଛନ୍ତି ରାଧେଶ୍ୟାମ । ସେ ରାଜସ୍ଥାନର ବିରାଟନଗର ଥାନା ଅନ୍ତର୍ଗତ ମେଡ଼ ଗ୍ରାମର ମୂଳ ବାସିନ୍ଦା । ଯୁବତଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ସେ ସ୍ୱୀକାର କରିଛନ୍ତି ।
First published: February 29, 2020, 6:26 PM IST
corona virus btn
corona virus btn
Loading