News 18 Odia Digital
କଟକ; ମହିଳା କ୍ରିକେଟ ଖେଳାଳି ରାଜଶ୍ରୀଙ୍କ ସ୍ୱାଇଁଙ୍କ ( Rajashree swain ) ମୃତ୍ୟୁ ପଛର ପ୍ରକୃତ କାରଣ କଣ ? ଯଦି ଏହା ଏକ ଆତ୍ମହତ୍ୟା ( Suicide case ) ତେବେ ଜିଇଁବା ଅପେକ୍ଷା କାହିଁକି ମରିଯିବାକୁ ଇଚ୍ଛା କଲେ ଓଡ଼ିଶା ମହିଳା କ୍ରିକେଟର ଏହି ଉଦିୟମାନ ତାରକା ( Talented player ) ? ଯଦି ସେହି ସୁଇସାଇଡ ନୋଟଟି ସତ ତେବେ କାହିଁକି ନିଜ ମୃତ୍ୟୁ ପାଇଁ ନିଜ କୋଚ ଓ ମଣ୍ଡେଲା ସାରଙ୍କୁ ଦାୟୀ କଲେ ରାଜଶ୍ରୀ ? ମୃତ ଦେହ ମଳିବାର ତିନି ପରେ ମଧ୍ୟ ଏହି ସମସ୍ତ ପ୍ରଶ୍ନ ଏବେ ବି ପ୍ରଶ୍ନ ( Question ) ହୋଇ ରହିଛି ।
ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ଲାଗି ପଡ଼ିଛନ୍ତି କଟକର ଦୁଇ ଦୁଇଟି ଥାନାର ପୋଲିସ ( Police ) । ଗୋଟିଏ ପଟେ କଟକର ମଙ୍ଗଳାବାଗ ଥାନା ପୋଲିସ ରାଜଶ୍ରୀ ରହୁଥିବା ହେଟେଲକୁ ଯାଇ ସେଠାରେ ଛାନବିନ ଜାରି ରଖିଥିବା ବେଳେ ଅନ୍ୟପଟେ ଗୁରୁଡ଼ିଝାଟିଆ ପୋଲିସ ରାଜଶ୍ରୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ବାୟନ ରେକର୍ଡ କରିବା ସହ ରାଜଶ୍ରୀଙ୍କ କିଛି ହାତ ଲେଖା ମଧ୍ୟ ସଂଗ୍ରହ କରିଛି । ରାଜଶ୍ରୀଙ୍କ ଗାଡ଼ି ଡିକିରୁ ଜବତ ହୋଇଥିବା କଥିତ ସୁଇସାଇଟ ନୋଟ, ତାଙ୍କ ଘରୁ ସଂଗୃହିତ ହୋଇଥିବା ହାତ ଲେଖା ସହିତ ରାଜଶ୍ରୀଙ୍କ ମୋବାଇଲ ଓ ଭିସେରାକୁ ପୋଲିସ ସୋମବାର ଦିନ ପରୀକ୍ଷା ପାଇଁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଇବ ବୋଲି ଜଣାପଡିଛି ।
ତେବେ ଏହାରି ଭିତରେ ରାଜଶ୍ରୀଙ୍କ ମୃତ୍ୟୁ ପାଇଁ ଏକ ମାତ୍ର ଓସିଏ କତ୍ତୃପକ୍ଷ ହିଁ ଦାୟୀ ବୋଲି ଅଭିଯୋଗ କରିଆସୁଥିବା ତାଙ୍କ ପରିବାର ଲୋକଙ୍କ କଥାରେ ସ୍ୱର ମିଳାଇଛି ବିଜେପି । ଶନିବାର ଦିନ ଓସିଏ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିବା ବିଜେପି ଆଜି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମଳନୀ କରି ରାଜଶ୍ରୀଙ୍କ ମୃତ୍ୟୁ ପାଇଁ ଓସିଏ କତ୍ତୃପକ୍ଷଙ୍କ ସହ କ୍ରୀଡ଼ାମନ୍ତ୍ରୀଙ୍କୁ ଘେରିବା ଆରମ୍ଭ କରିଛି । ଏହା ସହିତ ଏହି ମାମଲାର ଏକ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଦାବି କରିଛି ଦଳ ।
ତେବେ ରାଜଶ୍ରୀଙ୍କ ଭଳି ଜଣେ କ୍ରିକେଟ ଖେଳାଳିଙ୍କ ଏହି ଭଳି ସନ୍ଦେହଜନକ ମୃତ୍ୟୁ ପୂରା ରାଜ୍ୟ କ୍ରିକେଟ ଜଗତକୁ ଦୋହଲାଇ ଦେଇଛି । କାରଣ ନିଜ ମୃତ୍ୟୁ ପାଇଁ ଓସିଏ କର୍ମକର୍ତ୍ତାଙ୍କୁ ସିଧାସଳଖ ଦାୟୀ କରି କୌଣସି ପେସାଦାର କ୍ରିକେଟ ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିବା ରାଜ୍ୟ କ୍ରିକେଟ ଇତିହାସରେ ପ୍ରଥମ । ଟିମ ସିଲେକ୍ସନରେ ପାତରଅନ୍ତର ଏବଂ ନିରପେକ୍ଷତା ରହୁନଥିବା ଦର୍ଶାଇ ପୂର୍ବରୁ ଓସିଏ ବିରୁଦ୍ଧରେ ଅଭିଯୋଗମାନ ଆସୁଥିଲା । କିନ୍ତୁ ଏହି ଭେଦ ଭାବ ଯେ ଜଣଙ୍କ ଜୀବନ ନେଇଯିବ ତାହାର କଳ୍ପନା ମଧ୍ୟ କେହି କରିନଥିଲେ । ଅପରପକ୍ଷେ ଖେଳାଳି ଚୟନ ସମୟରେ ଭେଦଭାବ କରିବା ଓସିଏ ପୁରୁଣା ପରମ୍ପରା ଏବଂ ଭୟର ବସବର୍ତ୍ତି ହୋଇ କେବେବି କୌଣସି ଖେଳାଳି ଏହାର ପ୍ରତିବାଦ କରିନଥାନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କ୍ରିଡ଼ା ସଂଗଠକ ।
"ଏହା ଅତ୍ୟନ୍ତ ଦୁଖଃଦ ଘଟଣା । ଯେ ଓଡ଼ିଶା କ୍ରିକେଟ ତାର ଜଣେ ଉଦୀୟମାନ କ୍ରିକେଟ ଖେଳାଳିକୁ ହରାଇଛି । କିନ୍ତୁ ଏପରି କାହିଁକି ଘଟିଲା ? ଯେଉଁ ମଣ୍ଡେଲା ସାରଙ୍କ କଥା ସାମନାକୁ ଆସୁଛି ସେ କିଏ ଏବେ ସବୁ କଥା ସାମ୍ନାକୁ ଆସିବା ଦରକାର" କହିଛନ୍ତି ବ୍ରଜ ନନ୍ଦ ।
https://odia.news18.com/news/odisha/senior-actor-prasanta-nanda-reaction-on-sesha-sraban-film-tv-4srm-150123-srm-amp-148315.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।