ଆରମ୍ଭ ହେଲା ରଜ ପର୍ବ: ଭୁବନେଶ୍ୱର, ସମ୍ବଲପୁର ଓ କଟକ ପାନ୍ଥନିବାସରେ ମିଳୁଛି ସୁଆଦିଆ ପିଠା ଓ ମିଠା

ଆରିଶା, କାକରା, ମଣ୍ଡା ଓ ପୋଡ଼ପିଠା ପରି ଭଳିକି ଭଳି ପିଠା ଓ ମିଠା ଗତ ବର୍ଷ ଭଳି ଏ ଥର ମଧ୍ୟ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ଲୋକଙ୍କୁ ଯୋଗାଇ ଦିଆଯାଉଛି । ଭୁବନେଶ୍ୱରର ଛଅଟି ସ୍ଥାନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏ ସବୁ ମିଳିବ ।

ଶ୍ରୀମୟୀ ମିଶ୍ର ରଜୋତ୍ସବର ଶୁଭାରମ୍ଭ କରୁଛନ୍ତି; (ଡାହାଣ) ପ୍ରସ୍ତୁତ ହୋଇଥିବା ଏକ ପିଠା

ଶ୍ରୀମୟୀ ମିଶ୍ର ରଜୋତ୍ସବର ଶୁଭାରମ୍ଭ କରୁଛନ୍ତି; (ଡାହାଣ) ପ୍ରସ୍ତୁତ ହୋଇଥିବା ଏକ ପିଠା

  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଆ ପରମ୍ପରାର ଅନନ୍ୟ ପର୍ବ ରଜ ଉପଲକ୍ଷେ ଲକଡାଉନ୍‌ ସତ୍ତ୍ୱେ ରାଜ୍ୟବାସୀଙ୍କ ପାଇଁ ସୁସ୍ୱାଦୁ ପିଠା ଓ ମିଠାର ସମ୍ଭାର ଆଣିଛି ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓ.ଟି.ଡି.ସି.) । ଗତ ବର୍ଷ ପରି ଏ ଥର ବି ‘ପିଠା ଅନ୍‌ ହୁଇଲ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ମିଳିବ ଆରିଶା, କାକରା, ମଣ୍ଡା ଓ ପୋଡ଼ପିଠା ପରି ଭଳିକି ଭଳି ପିଠା ସାଙ୍ଗକୁ ମିଠା ।

କରୋନା କାଳରେ ନିରାଡମ୍ବର ଭାବେ ରଜ ଉତ୍ସବର ଶୁଭାରମ୍ଭ କରିଛି ଓ.ଟି.ଡି.ସି. । ତିନି-ଦିନିଆ ରଜ ମହୋତ୍ସବର ଅବ୍ୟବହିତ ପୂର୍ବରୁ ରବିବାର ଦିନ ଓ.ଟି.ଡି.ସି. ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପାନ୍ଥନିବାସ ପକ୍ଷରୁ ରଜ ପୂର୍ବ ଦିନର ସଜବାଜର ଶୁଭାରମ୍ଭ କରିଛନ୍ତି ଓ ‘ପିଠା ଅନ୍‌ ହୁଇଲ୍‌’ କାର୍ଯ୍ୟକ୍ରମର ବି ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୋମବାର ପ୍ରଥମ ରଜଠାରୁ ଘରେ ଘରେ ପିଠା ପହଞ୍ଚାଇବ ‘ପିଠା ଅନ୍‌ ହୁଇଲ୍‌’ ଗାଡ଼ି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୋଦି-ମମତା କଳି ବଢୁଛି: ବେଙ୍ଗଲରେ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ନିଜ ଫଟୋ ଛାପିଲେ ମମତା

ପାନ୍ଥନିବାସ ପରିସରରେ ଶ୍ରୀମତୀ ମିଶ୍ର ପ୍ରତୀକାତ୍ମକ ଭାବେ ରଜ ପର୍ବର ଶୁଭାରମ୍ଭ କରି ଏକ ମାସ୍କ ପିନ୍ଧିଥିବା ଝିଅର ଆକୃତିକୁ ଦୋଳିରେ ଝୁଲାଇଛନ୍ତି । କରୋନା କଟକଣା ଯୋଗୁଁ ଲୋକଙ୍କୁ ବାହାରକୁ ଆସିବାକୁ ମନା ହୋଇଛି ଓ ଦୋଳି ଝୁଲିବାକୁ ବି ବାରଣ ହୋଇଛି ।

ଶ୍ରୀମୟୀ ମିଶ୍ର ରଜୋତ୍ସବର ପ୍ରତୀକାତ୍ମକ ଶୁଭାରମ୍ଭ କରୁଛନ୍ତି ।


‘ପିଠା ଅନ୍‌ ହୁଇଲ୍‌’ କାର୍ଯ୍ୟକ୍ରମ ଅନୁସାରେ ଭୁବନେଶ୍ୱର ଓ ସମ୍ବଲପୁରରେ ଗାଡ଼ିରେ ବିଭିନ୍ନ ସ୍ଥାନକୁ ଯାଇ ପିଠା ଡେଲିଭରି କରିବ ଓ.ଟି.ଡି.ସି. । ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବାର୍ତ୍ତାରେ ଓଡ଼ିଆଙ୍କ ପ୍ରିୟ ପର୍ବ ରଜ ଅବସରରେ ଓଡ଼ିଶାବାସୀ ଓ ବିଶେଷକରି ମା’ ଓ ଝିଅମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ରଜ ଓଡ଼ିଶାର ସାଂସ୍କୃତିକ ଗଣ ପର୍ବ ।

ଏହା ବି ପଢ଼ନ୍ତୁ | ଏବେ ଆପଣ ବିନା କୌଣସି ଡକ୍ୟୁମେଣ୍ଟରେ ବି ଆଧାର କାର୍ଡ଼ ବନାଇ ପାରିବେ; ଜାଣନ୍ତୁ କେମିତି

‘‘ଓଡ଼ିଶାର ଗଣ ପର୍ବ ରଜ ଉପଲକ୍ଷେ ଓଡ଼ିଶା ପର୍ଯ୍ୟଟନ ନିଗମ ଓ ମିଶନ ଶକ୍ତିର ମା'ମାନଙ୍କ ସହଯୋଗରେ 'ପିଠା ଅନ୍ ହ୍ବିଲ୍' କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ନିଆରା ଉପକ୍ରମ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କୋଭିଡ ନିୟମ ମାନି ଘରେ ରହି ରଜ ପର୍ବ ପାଳନ କରିବାକୁ କହିଛନ୍ତି ।,’’ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଟ୍ୱିଟରେ କହିଛି । ସମସ୍ତେ କୋଭିଡ୍ କଟକଣା ମାନି ନିରାଡମ୍ବର ଭାବେ ରଜ ପର୍ବ ପାଳନ କଲେ କୋଭିଡ୍ ସଂକ୍ରମଣରୁ ଦୂରେଇ ରହିହେବ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | ତ୍ରିପୁରାରେ CPI(M) ବିଧାୟକ ଲୋକଙ୍କୁ ବାଡ଼ି ଲୁହା ପାଇପ୍ ରଖିବାକୁ କହିଲେ; BJP କହିଲାଦଣ୍ଡ ମିଳୁ

ଏହି ଅବସରରେ ଓ.ଟି.ଡି.ସି. ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର. ଯାଦବ କହିଛନ୍ତି ଯେ କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ନିରାଡମ୍ବର ଭାବେ ରଜ ପର୍ବ ପାଳନ କରାଯାଉଛି । ‘‘ପାନ୍ଥନିବାସରେ କେବଳ ପ୍ରତୀକାତ୍ମକ ଦୋଳି ରହିବ। କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। କିନ୍ତୁ ଗତ ବର୍ଷ ଭଳି ଏ ଥର ମଧ୍ୟ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ସୁସ୍ୱାଦୁ ପିଠା ଯୋଗାଇ ଦିଆଯିବ । ରାଜଧାନୀ ଭୁବନେଶ୍ୱରର ଛଅଟି ସ୍ଥାନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ପିଠା ମିଳିବ,’’ ସେ କହିଛନ୍ତି ।

ବିଭିନ୍ନ ପିଠାର ଦାମ୍


ମାଷ୍ଟରକ୍ୟାଣ୍ଟିନ ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପଟିଆ ଛକ, ଚନ୍ଦ୍ରଶେଖରପୁର ଓ ରୂପାଲି ଛକରେ ପାନ୍ଥନିବାସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ପିଠା ବିକ୍ରି କରାଯିବ। ଏଠାରେ ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାସ୍କ ଉପଲବ୍ଧ ହେବ । ଗତ ବର୍ଷ ୧୧ ଲକ୍ଷ ଟଙ୍କାର ପିଠା ବ୍ୟବସାୟ ହୋଇଥିଲା ।

ଏହା ବି ପଢ଼ନ୍ତୁ | ‘‘ଅଙ୍କଲ୍ ପୂରା ପରିବାର ଗାଁ ରାଜ ଭବନକୁ ନେଇଆସିଛନ୍ତି,’’ ବେଙ୍ଗଲ୍ ରାଜ୍ୟପାଳଙ୍କୁ ପ୍ରମାଣ ସହ କହିଲେ TMC MP ମହୁଆ ମୋଇତ୍ରା

‘‘କେବଳ ଭୁବନେଶ୍ୱର ନୁହେଁ, ସମ୍ବଲପୁର ପାନ୍ଥନିବାସ ପକ୍ଷରୁ ମଧ୍ୟ ଅନୁରୂପ ‘ପିଠା ଅନ ହ୍ୱିଲ୍‌’ ମାଧ୍ୟମରେ ସୁସ୍ୱାଦୁ ରଜ ପିଠା ବିକ୍ରି କରାଯିବ । ଏହି ପିଠା ବିକ୍ରି ପାଇଁ ସ୍ୱତନ୍ତ୍ର ମୋବାଇଲ ଫୋନ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଓ.ଟି.ଡି.ସି.ର ସୋସିଆଲ୍‌ ମିଡିଆ ପେଜରେ ମଧ୍ୟ ଉପଲବ୍ଧ ଅଛି। ଭୁବନେଶ୍ୱର, ସମ୍ବଲପୁର ଓ କଟକ ପାନ୍ଥନିବାସରେ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇ ଏହି ପିଠା ବିକ୍ରି କରାଯିବ,’’ କହିଛନ୍ତି ଯାଦବ ।



ଓ.ଟି.ଡି.ସି. ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି, ‘‘କୋଭିଡ୍‌-୧୯ ଗାଇଡଲାଇନକୁ ମାନି ଘରେ ସୁରକ୍ଷିତ ରହି ଆମ ମହାନ ପରମ୍ପରାର ପ୍ରତୀକ ରଜ ପର୍ବକୁ ପାଳନ କରି ଓଡ଼ିଆ ଭାବେ ଆମେ ଗର୍ବ ଅନୁଭବ କରିପାରିବା । କୋଭିଡ୍‌-୧୯ କଟକଣାକୁ ମାନି ସାଧାରଣ ଲୋକଙ୍କ ନିକଟରେ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ପିଠା ପହଞ୍ଚାଉଥିବାରୁ ପାନ୍ଥନିବାସ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଉଛି । ପାନ୍ଥନିବାସ ଓ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହାଇଜେନିକ୍ ପକ୍ରିୟାରେ ହାତ ତିଆରି ଏହି ଓଡ଼ିଆ ସୁସ୍ୱାଦୁ ପିଠା ସବୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରୁଛି ।’’
Published by:Anand ST Das
First published: