ବର୍ଷା ଜଳ ନିଷ୍କାସନ ସମସ୍ୟା ତୁଟିବ ! ମହାନାଳ କାମ ପାଇଁ ଆସିଛି ୧୦ କୋଟି ୨୧ ଲକ୍ଷ ଟଙ୍କା

ବାଲେଶ୍ଵର ସହରରେ ୭ଟି ମହାନାଳ ରହିଥିବା ବେଳେ ୧୦ ରୁ ଅଧିକ ନାଳ ରହିଛି । ତେବେ ଜଳ ନିଷ୍କାସନରେ ଡ୍ରେନ୍ ର ଯେତିକି ଭୂମିକା ରହିଛି ସେତିକି ଭୂମିକା ମହାନାଳର ମଧ୍ୟ ରହିଛି। ମାତ୍ର ଏବେବି ମହାନାଳ ଗୁଡିକ ଜବରଦଖଲ ଏବଂ ଅବ୍ୟବସ୍ଥାରେ ପଡିରହିଛି।

ବର୍ଷା ଜଳ ନିଷ୍କାସନ ସମସ୍ୟା ତୁଟିବ ! ମହାନାଳ କାମ ପାଇଁ ଆସିଛି ୧୦ କୋଟି ୨୧ ଲକ୍ଷ ଟଙ୍କା

ବର୍ଷା ଜଳ ନିଷ୍କାସନ ସମସ୍ୟା ତୁଟିବ ! ମହାନାଳ କାମ ପାଇଁ ଆସିଛି ୧୦ କୋଟି ୨୧ ଲକ୍ଷ ଟଙ୍କା

  • News18 Odia
  • Last Updated :
  • Baleshwar, India
  • Share this:
News 18 Odia Digital

ବାଲେଶ୍ଵର; ସହରରେ ବର୍ଷା ଜଳ ଯୋଗୁଁ ଯେଉଁ ସମସ୍ୟା ଗୁଡ଼ିକ ଉପୁଜୁଥିଲା ଏବେ ସେଥିରୁ ମୁକ୍ତି ମିଳିବ । କାରଣ ମହାନାଳ କାମ ଅର୍ଥାତ ବିକାଶ ପାଇଁ ଖର୍ଚ୍ଚ ହେବ ୧୦ କୋଟି ୨୧ ଲକ୍ଷ ଟଙ୍କା । ସର୍ଭେ ସହ ଓଡ଼ିଶା ୱାଟର ସପ୍ଲାଏ ଏବଂ ସ୍ୱରେଜ ବୋର୍ଡ ଏହି ମହାନାଳର ସମସ୍ତ କାମ କରିବ ବୋଲି ବାଲେଶ୍ଵର ପୌରପାଳିକା ପକ୍ଷରୁ ସୂଚନା ମିଳିଛି । ତେବେ ଖୁବଶୀଘ୍ର ଏନେଇ ସର୍ଭେ ଏବଂ ପରେ କାମ ଆରମ୍ଭ ହେବ ବୋଲି ଜଣାପଡିଛି ।



ସୂଚନାଯୋଗ୍ୟ, ବର୍ଷା ହେଲେ ବାଲେଶ୍ଵରରେ ବଢେ ଜଳ ନିଷ୍କାସନ ସମସ୍ୟା । ଅସରାଏ ବର୍ଷାରେ ସହରର ରାସ୍ତା ଓ ଡ୍ରେନ୍ ଏକାକାର ହୋଇଯାଏ । ସହରର ମୁଖ୍ୟ ରାସ୍ତାରେ ଜମେ ପାଣି । ଫଳରେ ସହରର ମୁଖ୍ୟ ଅଞ୍ଚଳ ଆଜିମାବାଦ, ଅଙ୍ଗାରଗଡିଆ, ସହଦେବଖୁଣ୍ଟା, ଶୋଭାରାମପୁର, ମୋତିଗଞ୍ଜ ବଜାର ସମେତ ତଳିଆ ଅଞ୍ଚଳ ଗୁଡଗଦା, ନୂଆସାହି, ଦରଜିପୋଖରୀ ଆଦି ପାଣି ଭର୍ତ୍ତି ହୋଇଯାଏ । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ।  ଅନେକ ଜାଗାରେ ଆପେ ଜଳ ନିଷ୍କାସନ ନହେଲେ ପୌରପାଳିକା ମୋଟର ଲଗାଇ ପାଣି ନିଷ୍କାସନ କରିଥାଏ । ଏପରି ପ୍ରତିବର୍ଷ ଜଳବନ୍ଦୀ ହେବାର ମୁଖ୍ୟ କାରଣ ହେଉଛି ଡ୍ରେନ୍ ଓ ମହାନାଳ ଜବରଦଖଲ ଏବଂ ଅବ୍ୟବସ୍ଥା ।



ପୌରାପାଳିକାରୁ ମିଳିଥିବା ତଥ୍ୟ ଅନୁଯାୟୀ, ବାଲେଶ୍ଵର ସହରରେ ୭ଟି ମହାନାଳ ରହିଥିବା ବେଳେ ୧୦ରୁ ଅଧିକ ନାଳ ରହିଛି । ତେବେ ଜଳ ନିଷ୍କାସନରେ ଡ୍ରେନର ଯେତିକି ଭୂମିକା ରହିଛି ସେତିକି ଭୂମିକା ମହାନାଳର ମଧ୍ୟ ରହିଛି । ମାତ୍ର ଏବେବି ମହାନାଳଗୁଡ଼ିକ ଜବରଦଖଲ ଏବଂ ଅବ୍ୟବସ୍ଥାରେ ପଡିରହିଛି । ମହାନାଳ ଜବରଦଖଲ ରହିଥିବା କାରଣରୁ ପାଣି ନିଷ୍କାସନ ପାଇଁ ବାଟ ଏକପ୍ରକାର ବନ୍ଦ ହୋଇଯାଇଛି । ଗୋଟିଏ ପଟେ ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍ ନିର୍ମାଣ ହୋଇଥିବା ସତ୍ତ୍ୱେ ତାହା କାମରେ ଲାଗୁନାହିଁ । ଅନ୍ୟପଟେ ଅନେକ ଓ୍ବାର୍ଡରେ ଠିକ୍ ଭାବେ ଡ୍ରେନ୍ ବି ନାହିଁ । ଫଳରେ ବର୍ଷା ହେବା ମାତ୍ରେ ପାଣି କୁଆଡେ ଯାଇପାରୁନି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ସୁଏଲପୁର ଅଞ୍ଚଳର ମହାନାଳ । ମହାନାଳ ଜାମ୍ ସହ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ମହାନାଳ ୧୦ ବର୍ଷ ପୁରୁଣା । ମହାନାଳ ଅଳିଆ ଆବର୍ଜନାରେ ଭର୍ତ୍ତି । ସ୍ଥାନୀୟବାସୀ ମହାନାଳରେ ଅଳିଆ ଆବର୍ଜନା ପକାଇ ଏହାକୁ ଜାମ୍ କରିଦେଉଛନ୍ତି । ଫଳରେ ପାଣି ଯିବା ଅସମ୍ଭବ ହେଉଛି । ଅଧିକ ବର୍ଷା ହେଲେ ମହାନାଳ ଭର୍ତ୍ତି ହୋଇ ରାସ୍ତାରେ ପାଣି ଜମେ । ଏହି ମହାନାଳ ସଫେଇ କାମ ୨୦୨୧ ମସିହାରେ ଏପ୍ରିଲ ମାସରେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଇଥିଲେ ବି କାମ ହୋଇନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ଅନ୍ୟ ମହାନାଳର ଅବସ୍ଥା ମଧ୍ୟ ସମାନ । କେଉଁଠି ଜବରଦଖଲ ତ କେଉଁଠି ଅବ୍ୟବସ୍ଥା।  ଫଳରେ ବର୍ଷାରେ ଭାସୁଛି ସହର। ତେବେ ବର୍ତ୍ତମାନ ମହାନାଳ କାମ ପାଇଁ ଖର୍ଚ୍ଚ ହେବ ୧୦ କୋଟି ୨୧ ଲକ୍ଷ ଟଙ୍କା । ଓଡ଼ିଶା ଓ୍ବାଟର୍ ସପ୍ଲାଏ ଏବଂ ସ୍ୱରେଜ ବୋର୍ଡ କରିବ କାମ । ସହରର ପ୍ରାୟ ୩୦ କିମି ମହାନାଳର ହେବ ବିକାଶମୂଳକ କାମ । କାମ ପୂର୍ବରୁ ସର୍ଭେ କାମ ହେବ । କାରଣ ମହାନାଳ ବି ଜବରଦଖଲରେ ରହିଛି । ପ୍ରଥମେ ସର୍ଭେ ପରେ ଆରମ୍ଭ ହେବ ମହାନାଳ ବିକାଶ ମୂଳକ  କାମ ବୋଲି ଜଣାପଡିଛି।

ପୂର୍ବରୁ ଅର୍ଥାତ କରୋନା ସମୟରେ ଡ୍ରେନ୍ ଓ ମହାନାଳ ସଫେଇ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି । ସେଥିପାଇଁ ଦୁର୍ନୀତି ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । କାରଣ ଟଙ୍କା ଖର୍ଚ୍ଚ ହୋଇଛି ହେଲେ ମହାନାଳ ସଫେଇ ହୋଇନାହିଁ। ତେବେ ମହାନାଳ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ପରେ ଜଳ ନିଷ୍କାସନ ସମସ୍ୟା ତୁଟିଯିବ ବୋଲି ଆଶା ପ୍ରକଟ ହୋଇଛି।
Published by:Soubhagya Mishra
First published: