କାଳବୈଶାଖୀ: ୩ ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇପାରେ ଓ ପବନ ବହିପାରେ

ରାଜ୍ୟର ୧୪ଟି ଜିଲ୍ଲାରେ ଘଡ଼ଘଡି଼ ଓ ବଜ୍ରପାତ ସହ ବର୍ଷା ହୋଇପାରେ ଓ ସ୍ୱାଭାବିକଠାରୁ ଅଧିକ ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କାଳବୈଶାଖୀ: ୩ ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇପାରେ ଓ ପବନ ବହିପାରେ
ବୁଧବାର ଦିନ ଭୁବନେଶ୍ୱରର ଆକାଶର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗୁରୁବାର ଠାରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀକୁ ନେଇ ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଦର୍ଭ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ହୋଇଥିବା ଘୂର୍ଣ୍ଣିବଳୟ ଓ ସୃଷ୍ଟି ହୋଇଥିବା ଏକ ଟ୍ରଫ୍‌ ଲାଇନର ପ୍ରଭାବରେ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡି଼ ସହ ବଜ୍ରପାତ ହେବା ସାଙ୍ଗକୁ ଜୋର୍‌ ପବନ ବହିପାରେ ।

ଗୁରୁବାର ସକାଳ ୮ଟା ୩୦ ମଧ୍ୟରେ କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡି଼ ସହ ବଜ୍ରପାତ ହେବା ସାଙ୍ଗକୁ ସର୍ବାଧିକ ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଉ ୧୨ଟି ଜିଲ୍ଲାରେ – ବାଲେଶ୍ବର, ଭଦ୍ରକ, ଯ଼ାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଦେଓଗଡ଼, ଅନଗୁଳ, ଢେଙ୍କାନାଳ, ଗଜପତି ଓ କନ୍ଧମାଳରେ – ଘଡ଼ଘଡି଼, ବଜ୍ରପାତ ଓ ବର୍ଷା ହେବା ସହ ସର୍ବାଧିକ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଚାରିଟି ଜିଲ୍ଲାରେ -- ମୟୂରଭଞ୍ଜ,ବାଲେଶ୍ବର, ଯାଜପୁର ଓ ଗଜପତିରେ – ପ୍ରବଳ ବର୍ଷା ଓ ଅନ୍ୟ ଜିଲ୍ଲାଗୁଡି଼କରେ ଘଡ଼ଘଡି଼ ସହ ବର୍ଷା ଓ ବଜ୍ରପାତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ସୂଚନା ଜାରି କରିଛି । ମେ ୧୫ ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀର ପ୍ରଭାବ କମିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ଼୍ୟନ୍ତ ବୃଦ୍ଧି ପାଇବା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ରାଜ୍ୟରେ କାଳବୈଶାଖୀର ପ୍ରଭାବ ରାଜଧାନୀ ଭୁବନେଶ୍ବର ସମେତ କଟକ, ଫୁଲବାଣୀ ଓ ସୁବର୍ଣ୍ଣପୁର ଆଦି ସ୍ଥାନରେ ଅଧିକ ଦେଖାଦେଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

ଭୁବନେଶ୍ବରେ ବୁଧବାର ଦିନ ମଧ୍ୟାହ୍ନ ୧୨ଟାରେ ହଠାତ୍‌ ପାଗ ବଦଳି ଘଣ୍ଟାଏ ଧରି ତାଣ୍ଡବ ରଚିଥିଲା । କନ୍ଧମାଳ ଓ ଫୁଲବାଣୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳ ସମୟରେ କାଳବୈଶାଖୀ ପ୍ରଭାବରେ କଳା ବାଦଲ ଢାଙ୍କି ସନ୍ଧ୍ୟା ବେଳର ଦୃଶ୍ୟ ସୃଷ୍ଟି କରିଥିଲା । ଏହା ପରେ ପ୍ରବଳ ବେଗରେ ପବନ ସହ ଘଡ଼ଘଡି଼ ବର୍ଷା ଓ କୁଆପଥର ବୃଷ୍ଟି ହୋଇଥିଲା ।



କିଛି ସ୍ଥାନରେ ଗଛ ଭାଙ୍ଗିବା ସହିତ ଘରର ଛପର ମଧ୍ୟ ଉଡି଼ଯାଇଥିବା ଦେଖିବାକୁ ମିଳିଥିଲା । ସୁବର୍ଣ୍ଣପୁର ଜିଲ୍ଲାରେ ସକାଳ ସମୟରେ ଜରୁରୀ ସାମଗ୍ରୀ କିଣିବାକୁ ଦୋକାନ ବଜାରକୁ ଯାଇଥିବା ଲୋକେ ବର୍ଷା ହେତୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଥିବା ଜିଲ୍ଲାଗୁଡି଼କରେ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର୍‌ ।
Published by: Anand ST Das
First published: May 12, 2021, 11:57 PM IST