News18 Odia Digital
Rainfall in Odisha: ପଶ୍ଚିମା ଝଡ଼ ବର୍ଷାରେ ପୁଣି ଭିଜିବ ସାରା ଓଡ଼ିଶା (Odisha)। ତୁହାକୁ ତୁହା ବର୍ଷା (Rain) ବିଭିନ୍ନ ସ୍ଥାନରେ ଲାଗି ରହିଛି। ୪ ଦିନ ଯାଏଁ ଝଡ଼ ପବନ ସହ ବର୍ଷା (Rain) ଲାଗି ରହିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ।
ଆଜି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୁରଭଞ୍ଜ, ଢେ଼ଙ୍କାନାଳ, ଖୋର୍ଦ୍ଧାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
୩୦ ତାରିଖରେ ପଶ୍ଚିମ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ। ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବ। ୩୧ ତାରିଖରେ ଉତ୍ତର ଉପକୂଳର ୧୭ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଅନୁଗୁଳ, ଢେ଼ଙ୍କାନାଳ ଓ କଟକରେ ପ୍ରବଳ ବର୍ଷା ହେବ। ୪୦ ରୁ ୫୦ କିମି ପବନ ସାଙ୍ଗକୁ ଏହି ଜିଲ୍ଲା ଗୁଡ଼ିକରେ ୭ ରୁ ୧୧ ସେମି ବର୍ଷା ହେବ। ବାକି ସମସ୍ତ ଜିଲ୍ଲାରେ ହେବ ବର୍ଷା। ୧ତାରିଖରେ ବି ଉତ୍ତର ଉପକୂଳରେ ବର୍ଷା ହେବ।
ଛତିଶଗଡରୁ ତାମିଲନାଡୁ ଯାଏଁ ରହିଛି ଏକ ଟ୍ରପ୍ ଲାଇନ୍, ଏହାସହ ବିହାରରୁ ଉତ୍ତର ଓଡ଼ିଶା ଏକ ଟପ୍ ଲାଇନ୍ ରହିଛି। ପାଣିପାଗର ଏହି ଦୁଇ ପ୍ରକାର ନିୟାମକ ଯୋଗୁଁ ବର୍ଷା ଲାଗି ରହିବ।
ଆଜି ଆସୁଥିବା ପଶ୍ଚିମା ଝଡ଼ ଶକ୍ତିଶାଳୀ ରହିଛି। ଅନ୍ୟପଟେ ଲଗାତାର ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଫଳରେ ଏହା ପ୍ରବଳ ବର୍ଷା କରାଇବ। କୁଆ ପଥର ବର୍ଷାର ସମ୍ଭାବନା ଖୁବ୍ କମ।
ଏଥର ପଶ୍ଚିମ ଝଡ଼ ଅଧିକ ବର୍ଷା କରାଇବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଯାହା ପ୍ରଭାବ ଏପ୍ରିଲ ପ୍ରଥମ ସପ୍ତାହ ଯାଏଁ ରହିବ। ପରେ ଆଉ ଦୁଇଟି ପଶ୍ଚିମା ଝଡ଼ର ପ୍ରଭାବ ରହିଛି ହେଲେ କୋହଲା ପାଗ ରହିବ କିନ୍ତୁ ବର୍ଷା କମ ହେବ। ତାପମାତ୍ରା ସେତେ ଟା ବୃଦ୍ଧି ପାଇବ ନାହିଁ।
ପ୍ରକାଶ ଥାଉକି ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। କୁହୁଡ଼ି ଯୋଗୁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଥିଲା। ସେହିପରି ଦୃଶ୍ୟମାନ କ୍ଷମତା ମଧ୍ୟ ହ୍ରାସ ପାଇଥିଲା।
ପଢ଼ନ୍ତୁ ଏହି ଖବର: କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଉପହାର; ବଢ଼ିଲା ଦରମା ସହିତ ପେନସନ୍ଅନ୍ୟପଟେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ପଶ୍ଚିମା ଝଡ଼ ରାଜ୍ୟ ଉପରେ ପ୍ରଭାବ ପକାଉଛି। ଏହାଦ୍ୱାରା ପ୍ରତି ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବର୍ତ୍ତମାନ ଗୋଟିଏ ପଶ୍ଚିମା ଝଡ଼ର ପ୍ରକୋପ ଜାରି ରହିଥିବା ବେଳେ ୩୧ରୁ ଆଉ ଏକ ପଶ୍ଚିମା ଝଡ଼ ଦ୍ୱାରା ରାଜ୍ୟରେ ବର୍ଷା ହେବା ନେଇ ଆକଳନ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।