News18 Odia Digital
Weather Update: ସକ୍ରିୟ ରହିଛି ପଶ୍ଚିମା-ଝଡ। ଏହାର ପ୍ରଭାବରେ ଓଡ଼ିଶାରେ ଆହୁରି ୨୪ ଘଣ୍ଟା ରହିବ କାଳବୈଶାଖୀର ପ୍ରଭାବ। ୮ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ ରହିଛି। ଉପକୂଳ ଓଡ଼ିଶାର ୮ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି ହୋଇଛି।
ବିଶେଷ କରି ୮ ଜିଲ୍ଲାରେ କେନ୍ଦୁଝର, ବାଲେଶ୍ଵର, ମୟୁରଭଝଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, କୋରାପୁଟରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୧୨ରୁ ୧୪ ତାରିଖ ପାଗ ଶୁଖିଲା ରହିବ। ଏହାର ପ୍ରଭାବରେ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ବଢିବ। ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୧୫ରୁ ପୁଣି କାଳବୈଶାଖୀ ପ୍ରଭାବ ରହିବ। ବିଶେଷ କରି ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ରହିବ। ୧୭, ୧୮, ୧୯ରେ କାଳବୈଶାଖୀ ବର୍ଷା ଅଧିକ ରହିବ।
ସେପଟେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ । ଏ ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ୧୨ଟି ରାଜ୍ୟକୁ ଆଲର୍ଟ ଜାରି କରିଛି । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ସହ ୧୨ଟି ରାଜ୍ୟରେ ବର୍ଷା ହୋଇପାରେ । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ୧୨ ଟି ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ରରେ ବର୍ଷା ସମ୍ଭାବନା ରହିଛି । ସେହିପରି ପାହାଡ଼ିଆ ରାଜ୍ୟରେ ବରଫପାତ ସହ ଦେଶର ପୂର୍ବୋତ୍ତର ରାଜ୍ୟରେ ବି ବର୍ଷା ହୋଇପାରେ । ଅନ୍ୟପକ୍ଷରେ ୨୪ ଘଣ୍ଟା ଭିତରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ମିଜୋରାମରେ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଲର୍ଟ ଜାରି କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।