Rainfall: ସକ୍ରିୟ ରହିଛି ପଶ୍ଚିମା-ଝଡ; ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ସକ୍ରିୟ ରହିଛି ପଶ୍ଚିମା-ଝଡ। ପ୍ରଭାବରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ। ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା।

୧୬ ଜିଲ୍ଲାରେ ବର୍ଷା ସମ୍ଭାବନା

୧୬ ଜିଲ୍ଲାରେ ବର୍ଷା ସମ୍ଭାବନା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Weather Update: ସକ୍ରିୟ ରହିଛି ପଶ୍ଚିମା-ଝଡ। ପ୍ରଭାବରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ। ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା। ଆଜି ସକାଳ ୮ଟା ୩୦ ସୁଦ୍ଧା କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, ଯାଜପୁର ଓ ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସ

ଗତକାଲି ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିଲା। ଆସନ୍ତାକାଲିଠୁ ପାଗ ଶୁଖିଲା ରହିବ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହେବ ନାହିଁ।

ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପଢ଼ନ୍ତୁ ପୂରା ଖବର:  PM ମୋଦିଙ୍କଠୁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ଗ୍ରହଣ କଲେ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ

ପ୍ରକାଶ ଥାଉକି ଗତକାଲି କେନ୍ଦୁଝର, ମୟୂରଭଞ୍ଜର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇସାରିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ପାଖାପାଖି ରେକର୍ଡ ହୋଇଛି। ଆଗାମୀ ଦିନରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ୨ଦିନ ପରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Published by:Lipina Das
First published: