ଗରମରୁ ମିଳିବ ତ୍ରାହି: ପୁଣି ଆସୁଛି ପଶ୍ଚିମା ଝଡ଼; ରାଜ୍ୟରେ ବର୍ଷା ଆଣିବ ଆଶ୍ୱସ୍ତି

Weather Update: ୧୬ରୁ ପୁଣି ଆରମ୍ଭ ହେବ କାଳବୈଶାଖୀ ତାଣ୍ଡବ। ଘଡ଼ଘଡ଼ି ବିଜୁଳି ସହ ଝଡ଼ ବର୍ଷା ନେଇ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗମରରୁ ମିଳିବ ତ୍ରାହି

ଗମରରୁ ମିଳିବ ତ୍ରାହି

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Weather Update: ତାତିରେ (Heatwave) ଲାଗିବ ବ୍ରେକ୍। ଦିନକ ପରେ ରାଜ୍ୟରେ ବଦଳିବ ପାଗ (Weather Update)। ହେଲେ ଆଜି ବି ଜଳିବ ସାରା ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି (Yellow Warning)।

ଆଜି ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, ଦେଓଗଡ଼ରେ ଗ୍ରୀଷ୍ମ ପ୍ରବାହ ନେଇ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହାପରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାକୁ ମିଳିବ ତ୍ରାହି।

୧୬ରୁ ପୁଣି ଆରମ୍ଭ ହେବ କାଳବୈଶାଖୀ ତାଣ୍ଡବ। ଘଡ଼ଘଡ଼ି ବିଜୁଳି ସହ ଝଡ଼ ବର୍ଷା ନେଇ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ବାୟୁର ପ୍ରଭାବ କମିଛି।

ଏହାସହ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ତାତିରେ ବ୍ରେକ ଲାଗିବା ସହ ପୁଣି କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ,, ପୁରୀ, ଖୋର୍ଦ୍ଧା, ଅନୁଗୁଳ ସହ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

ସେପଟେ କାଲି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି। ଅଂଶୁଘାତ ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ଯେଉଁ ଶୁଷ୍କ ପବନ ପ୍ରବାହିତ ହେଉଥିଲା ତା’ର ଦିଗରେ ଧୀରେ ଧୀରେ ପରିବର୍ତ୍ତନ ହେଉଛି। ତା’ଛଡ଼ା ଗୁରୁଚାପ ବଳୟ, ଯାହା ବଙ୍ଗୋପସାଗରର ଦକ୍ଷିଣକୁ ଥିଲା ତାହା ଧୀରେ ଧୀରେ ଓଡ଼ିଶା ମୁହାଁ ହୋଇଛି। ଫଳରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଯେଉଁ ଶୁଷ୍କ ବାୟୁ ପ୍ରବାହିତ ହେଉଥିଲା, ତା’ର ପ୍ରଭାବ ଧୀରେ ଧୀରେ କମିବ।
ତା’ସହିତ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିବ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ର ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିଲେ ଏହି ତାପମାତ୍ରା ପ୍ରଭାବରେ ଆସି ବର୍ଷା ହେବ।

୧୬ ତାରିଖ ଠାରୁ ବର୍ଷାର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇବ। ୧୭ ଓ ୧୮ ତାରିଖରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।

ପଢ଼ନ୍ତୁ ଏହି ଖବର:  Potato: ଆଳୁ ନା ସୁନା? ଏକ କିଲୋ ମୂଲ୍ୟରେ ଆସିଯିବ ଆପଣଙ୍କ ଗୋଟିଏ ମାସର ରାସନ

ଏକ ନିମ୍ନ ଚାପ ରେଖା ଉତ୍ତର ଛତିଶଗଡ଼ରୁ ବାହାରି ମହାରାଷ୍ଟ୍ର ଦେଇ ତେଲେଙ୍ଗାନା ପର୍ଯ୍ୟନ୍ତ ବ୍ୟାପିଛି। ଏହା ଫଳରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ଜଳୀୟବାଷ୍ପର ପରିମାଣ ବଢ଼ିବା ସହିତ ପବନର ଦିଗ ବଦଳିଲେ ତାପମାତ୍ରା ହ୍ରାସ ପାଇବ ବୋଲି କହିଛନ୍ତି ଉମାଶଙ୍କର ଦାଶ।
Published by:Lipina Das
First published: