ମୌସୁମୀର ଲୁଚକାଳି ଖେଳ; ରାଜ୍ୟରେ ପ୍ରଭାବିତ ହୋଇପାରେ ଚାଷ କାର୍ଯ୍ୟ

ପାଣିପାଗ ବିଭାଗ ଆକଳନ ମୁତାବକ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ଓଡ଼ିଶା ଉପକୂଳଭ ବଙ୍ଗୋପସାଗରରେ  ପ୍ରାୟ  ୩ଟି ଲଘୁଚାପ କ୍ଷେତ୍ର ସୃଷ୍ଠି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଭଲ ବର୍ଷା ହେବନାହିଁ ବୋଲି ମଧ୍ୟ ସୂଚନା ମିଳୁଛି ।

ମୌସୁମୀର ଲୁଚକାଳି ଖେଳ; ରାଜ୍ୟରେ ପ୍ରଭାବିତ ହୋଇପାରେ ଚାଷକାର୍ଯ୍ୟ

ମୌସୁମୀର ଲୁଚକାଳି ଖେଳ; ରାଜ୍ୟରେ ପ୍ରଭାବିତ ହୋଇପାରେ ଚାଷକାର୍ଯ୍ୟ

  • Share this:
News 18 Odia Digital

ଭୁବନେଶ୍ୱର; ମୌସୁମୀ ଖେଳୁଛି ଲୁଚକାଳି ଖେଳ । ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରଭାବିତ ହେବାକୁ ଯାଉଛି କୃଷିକାର୍ଯ୍ୟ । ନିଅଁଟିଆ ବର୍ଷା ଯୋଗୁଁ ଖରିଫ ଋତୁରେ ଅନେକ ସ୍ଥାନରେ ଚାଷକାର୍ଯ୍ୟ ପ୍ରଭାବିତ ହେବାର ଅଭିଯୋଗ ଆସିଛି । ଫଳରେ ଚାଷୀ ଏବେ ଚିନ୍ତାରେ ।

ପାଣିପାଗ ବିଭାଗ ଆକଳନ ମୁତାବକ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ଓଡ଼ିଶା ଉପକୂଳଭ ବଙ୍ଗୋପସାଗରରେ  ପ୍ରାୟ  ୩ଟି ଲଘୁଚାପ କ୍ଷେତ୍ର ସୃଷ୍ଠି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଭଲ ବର୍ଷା ହେବନାହିଁ ବୋଲି ମଧ୍ୟ ସୂଚନା ମିଳୁଛି । କେବଳ କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି । କିନ୍ତୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ଆବଶ୍ୟକ ପରିମାଣର ବର୍ଷା ହେବନାହିଁ । ତେଣୁ ଓଡ଼ିଶାରେ ମୋଟାମୋଟି ଭାବେ ନିଆଣ୍ଟିଆ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ପ୍ରଭାବିତ ହେବ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ କୃଷି ପାଣିପାଗ ଵିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।

ଜୁନ ମାସରେ ହୋଇଥିବା ନିଆଣ୍ଟିଆ ବର୍ଷା ଜୁଲାଇ ମାସରେ ଭରଣା ହେଲା ନାହିଁ । ଯଦି ଅଗଷ୍ଟ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ବର୍ଷା ନହୁଏ ଏହା ରାଜ୍ୟରେ ଚାଷକୁ ପ୍ରଭାବିତ କରିବ । କାରଣ ଜୁଲାଇ ୨୪ ପରଠାରୁ ରାଜ୍ୟରେ କିଛି ସ୍ଥାନକୁ ଛାଡିଦେଲେ ଅଧିକାଂଶ ସ୍ଥାନରେ ବର୍ଷା ନାହିଁ । ଏଭଳି ସ୍ଥିତି ଯଦି ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ରୁହେ ତେବେ ଏହା ମରୁଡ଼ି ସ୍ଥିତିକୁ ଆମନ୍ତ୍ରଣ କରିବ । ତେଣୁ ସ୍ଥିତିକୁ ନଜରରେ ରଖି ଚାଷ ପାଇଁ ଚାଷୀ ଉଦ୍ୟମ ଆରମ୍ଭ କରନ୍ତୁ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ମତବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ କୃଷି ଅର୍ଥନୀତିଜ୍ଞ ଡ଼ଃ ସାର୍ବନାରାୟଣ ମିଶ୍ରଙ୍କ ସୂଚନା ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ଆକଳନ ହେଉଥିଲା ସ୍ୱାଭାବିକ ରହିବ ମୌସୁମୀ ପ୍ରଭାବ । କିନ୍ତୁ ଜୁନ ମାସରେ ନିଆଣ୍ଟିଆ ବର୍ଷା ହେଲା । ଜୁଲାଇରେ ଏହା ଭରଣା ହୋଇପାରିଲା ନାହିଁ । ଅର୍ଥାତ ଏହାର ପ୍ରଭାବ କୃଷି ଉପରେ ପଡିବ । ଚାଷରୁ ଆୟ କମିବ, ଯାହା ଚାଷୀଙ୍କ ଅର୍ଥନୀତିକୁ ଯଥେଷ୍ଟ ପ୍ରଭାବିତ କରିବ । ତେଣୁ ଏ ଦିଗରେ ସରକାରୀ ପଦକ୍ଷେପ ନିଆଯିବା ଉଚିତ ।

ଏଭଳି ସ୍ଥିତିକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବାସିନ୍ଦା ଚାଷୀ ଅବିକଳ ସାହୁ କହିଛନ୍ତି ଏବେ ଆଉ ଚାଷ କାମକୁ ଭରସା ନାହିଁ । ରାଜ୍ୟ ସରକାର ଚାଷ ପାଇଁ ସ୍ୱତନ୍ତ୍ର ବଜେଟ କରୁଛନ୍ତି । ହେଲେ ଚାଷ କ୍ଷେତକୁ ପାଣି ଦେବାପାଇଁ ବ୍ୟବସ୍ଥା ନାହିଁ । ଏଭଳି ସ୍ଥିତିରେ କେମିତି ଚାଷ ଉପରେ ନିର୍ଭର କରି ଘର ଚଳିବ । ଅନ୍ୟ ଜଣେ ଚାଷୀ ମାୟା ମୁଣ୍ଡା ମଧ୍ୟ ସମାନ କଥା କହିଛନ୍ତି । ଏକ୍ସପର୍ଟଙ୍କ ମତରେ ଏହାକୁ ସରକାର ଗୁରୁତର ଭାବେ ବିଚାର କରିବା ଦରକାର ।
Published by:Soubhagya Mishra
First published: