News18 Odia Digital
ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟର (Odisha) କେତେକ ସ୍ଥାନରେ ବର୍ଷା (Rainfall) ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୬ ଏବଂ ୧୭ରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
୧୫ ତାରିଖରୁ ୧୬ ତାରିଖ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଏଥିପାଇଁ ସେହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୬ ରୁ ୧୭ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ସେହିସବୁ ଜିଲ୍ଲାଗୁଡ଼ିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପ୍ରକାଶ ଥାଉକି ଗତ ୧୨ ତାରିଖ ଦିନ ୮ ଜିଲ୍ଲାରେ କେନ୍ଦୁଝର, ବାଲେଶ୍ଵର, ମୟୁରଭଝଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, କୋରାପୁଟରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୟଲୋ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ।
ପଢ଼ନ୍ତୁ ଏହି ଖବର: ମାର୍କେଟରେ ମାଣ୍ଡିଆ ଗୀତର କ୍ରେଜ; ୧୦ ଦିନରେ ଦେଖିଲେଣି ୧ ମିଲିୟନ ଲୋକଆସନ୍ତା ୧୨ରୁ ୧୪ ତାରିଖ ପାଗ ଶୁଖିଲା ରହିବ ବୋଲି ସୂଚନା ମିଳିଥିଲା। ଏହାର ପ୍ରଭାବରେ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ବଢ଼ିବ। ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ସେହିପରି ୧୫ରୁ ପୁଣି କାଳବୈଶାଖୀ ପ୍ରଭାବ ରହିବ। ବିଶେଷ କରି ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ରହିବ। ୧୭, ୧୮, ୧୯ରେ କାଳବୈଶାଖୀ ବର୍ଷା ଅଧିକ ରହିବ ବୋଲି କହିଥିଲା ପାଣିପାଗ ବିଭାଗ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।