ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଲଗାଣ ବର୍ଷାରେ ନଷ୍ଟ ହେଲା ଫସଲ; ଆଗାକୁ ଆହୁରି ୨ ଲଘୁଚାପରେ ଅଧିକ ବର୍ଷା ହେବା ସମ୍ଭାବନା

ଲଗାଣ ବର୍ଷାରେ ନଷ୍ଟ ହେଲା ଫସଲ; ଆଗାକୁ ଆହୁରି ୨ ଲଘୁଚାପରେ ଅଧିକ ବର୍ଷା ହେବା ସମ୍ଭାବନା

ନଭେମ୍ବର ମାସରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଲାଗି ରହିଛି। ଗତ ୧୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବାବେଳେ ଆଜି ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି।

ଲଗାଣ ବର୍ଷାରେ ନଷ୍ଟ ହେଲା ଫସଲ; ଆଗାକୁ ଆହୁରି ୨ ଲଘୁଚାପରେ ଅଧିକ ବର୍ଷା ହେବା ସମ୍ଭାବନା
ଲଗାଣା ବର୍ଷାରେ ନଷ୍ଟ ହେଲା ଫସଲ
  • News18 Odia
  • Last Updated: November 13, 2021, 5:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆଣ୍ଡମାନ ସାଗର ନିକଟବର୍ତ୍ତୀ ଥାଇଲାଣ୍ଡ ଉପକୂଳରେ ସୃଷ୍ଟି ହେଲା ଲଘୁଚାପ। କ୍ରମେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୧୫ ତାରିଖ ସୁଦ୍ଧା ଆଣ୍ଡମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ପରେ ଆଉରି ଘନୀଭୂତ ହୋଇ ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଯାହା ଦ୍ବାରା ଲାଗି ରହିବ ଲଗାଣ ବର୍ଷା। ତାମିଲନାଡୁରୁ ଗାଙ୍ଗଟିକ ୱେଷ୍ଟ୍ ବେଙ୍ଗଲ ଦେଇ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପରେ ଦେଇ ଯାଇଥିବା ଟ୍ରପ ଲାଇନ ପ୍ରଭାବରେ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଫସଲ ନଷ୍ଟ କରିବ ବୋଲି ବିଶେଷଜ୍ଞ ମତ ଆଶଙ୍କା ପ୍ରକାଶ କରିଛନ୍ତି ।

ନଭେମ୍ବର ମାସରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଲାଗି ରହିଛି। ଗତ ୧୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବାବେଳେ ଆଜି ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି।

ଆଣ୍ଡମାନ ସାଗର ନିକଟବର୍ତ୍ତୀ ଥାଇଲାଣ୍ଡ ଉପକୂଳ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା କ୍ରମେ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ୧୫ ତାରିଖ ବେଳକୁ ଅବପାତରେ ପରିଣତ ହେବ। ସେହି ସମାନ ଦିଗରେ ଗତି କରି ୧୮ ତାରିଖ ବେଳକୁ ଆଉରି ଘନୀଭୂତ ହୋଇ ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିବ।

ଯାହା ଦ୍ବାକା ୧୭ ତାରିଖରୁ ବର୍ଷା ପ୍ରଭାବ ପୁଣି ବଢ଼ିବ। ବର୍ତ୍ତମାନର ଟ୍ରପ ଲାଇନ ପ୍ରଭାବରେ ଆସନ୍ତା କାଲି ସକାଳ ୮.୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ନୟାଗଡ଼, ଗଜପତି, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓଆର୍ନିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା କାଲି ଦିନ ତମାମ ପୁରୀ, ଜଗତସିଂହପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା, ନୟାଗଡ଼ରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

ପାଣିପାଗ ବିଭାଗ ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ‘‘ନିମ୍ନଚାପ ରେଖା ଯୋଗୁ ବର୍ତ୍ତମାନ ବର୍ଷା ଜାରି ରହିଛି। ଆଗକୁ ଆଉରି ବର୍ଷା ହେବ। ଆଜି ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ୧୭ ତାରିଖ ଠାରୁ ବର୍ଷା ବଢ଼ିବ। ଉଷ୍ମ ଜଳବାୟୁ ବଙ୍ଗୋପସାଗରରୁ ପ୍ରବେଶ କରୁଥିବାରୁ ରାତିର ତାପମାତ୍ର ବଢ଼ିବ ଓ ଶୀତ କମିବ ।’’

ସେପଟେ ଲଗାଣ ବର୍ଷା ଚାଷ ପ୍ରଭାବିତ କରିବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଅମଳ ଅବସ୍ଥାରେ ଜମିରେ ପାଣି ଜମିଲେ ଧାନ ପଡ଼ିଯିବାର ସମ୍ଭାବନା ଅଧିକ। ଝିପିଝିପି ବର୍ଷା ଯୋଗୁ ଧାନରେ ସାହାରା, କେଣ୍ଡା ମହିଷ, ପୋକ, ଚକଡ଼ା ପୋକ ଲାଗିବାର ସମ୍ଭାବନା ଅଧିକ। ଏହା ସହ ପନିପରିବାରେ ପୋକ ଲାଗିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଶୁଖିଲା ପାଗ ଦେଖି ଏହାର ନିରାକରଣ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏହି ବର୍ଷାରେ ମୁଖ୍ୟତଃ ଦକ୍ଷିଣ ଓ ଉପକୂଳ ଓଡିଶାର ଫସଲ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛି।

କୃଷି ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, "ଜଗତସିଂହପୁର ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଗତ ୨୪ ଘଣ୍ଟାରେ ଅଧିକ ବର୍ଷା ହୋଇଛି। ଯାହାର ପ୍ରଭାବରେ ଏହି ଅଞ୍ଚଳରେ କୃଷି ଅଧିକ କ୍ଷତିଗ୍ରସ୍ତ ହେବ। ଯେଉଁ ଧାନ ଗଛରେ କେଣ୍ଡା ଆସିଛି ସେହି କେଣ୍ଡା ବର୍ଷା ମାଡ଼ରେ ଖସି ପଡ଼ିଥିବ। ଯେଉଁ ଗୁଡ଼ିକରେ ଧାନ ଆସିନାହିଁ ସେଠି ଅଗାରୀ ରହିବ ଧାନ ହେବ ନାହିଁ। ସେହିଭଳି ପନିପରିବା ଚାଷ ବି କ୍ଷତିଗ୍ରସ୍ତ ହେବ ।’’

ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ହୋଇଥିବାବେଳେ ଗଞ୍ଜାମର ଛତ୍ରପୁର ଠାରେ ୧୩୭.୨ ମିମି ଓ ଆସକା ଠାରେ ୧୩୫ ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା ଯୋଗୁଁ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି। ନଭେମ୍ବର ଶେଷ ସପ୍ତାହରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ନେଇ ବିଶେଷଜ୍ଞମାନେ କହିଛନ୍ତି।
Published by: Lipina Das
First published: November 13, 2021, 5:45 PM IST