୧୯ ରୁ ବଢ଼ିବ ବର୍ଷା; ଅନେକ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି

୧୯ ରୁ ବଢ଼ିବ ବର୍ଷା। ଆସନ୍ତାକାଲି ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

୧୯ ରୁ ବଢ଼ିବ ବର୍ଷା

୧୯ ରୁ ବଢ଼ିବ ବର୍ଷା

  • Share this:
News18 Odia Digital

ଭୁବନେଶ୍ବର: ସକ୍ରିୟ ଲଘୁଚାପ ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଂଲାଦେଶ ଓ ମିଆଁମାର ଉପକୂଳରେ ସକ୍ରିୟ ରହିଛି। ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ସହ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।

ଆଜି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୧୯ ରୁ ବଢ଼ିବ ବର୍ଷା। ଆସନ୍ତାକାଲି ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିଭଳି ୨୦ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ସହ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ହୋଇଛି।

ଏହା ସହ ରାଜ୍ୟର ସମସ୍ତ ନଦୀ ଅବବାହିକାରେ ବର୍ଷା ହେବ। ୧୯ ତାରିଖରୁ ଛତିଶଗଡ଼ରେ ବର୍ଷା ହେବ। ଫଳରେ ମହାନଦୀ ଉପର ମୁଣ୍ଡରେ ବର୍ଷା ସହ ନଦୀ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଅଛି।
Published by:Lipina Das
First published: