News18 Odia Digital
ଭୁବନେଶ୍ୱର: ଏବେ ଭୁବନେଶ୍ୱରରେ ଭୀଷଣ ବର୍ଷା ହେଲେ ଆଉ ବର୍ଷା ଜଳ ସହରର ବିଭିନ୍ନ ସ୍ଥାନରେ ଜମା ହେବ ନାହିଁ କି ନାଳ ନର୍ଦମାରେ ବହିବ ନାହିଁ । ବର୍ଷା ଜଳ ସଂରକ୍ଷଣ ପାଇଁ ବି.ଏମ୍.ସି. ବ୍ୟବସ୍ଥା ଆରମ୍ଭ କରିଛି । ସହରର ବିଭିନ୍ନ ସ୍କୁଲ, ପାର୍କ ଓ ଖୋଲା ପଡ଼ିଆରେ ଜଳ ସଂରକ୍ଷଣ କରିବା ପାଇଁ ଚାଲିଛି କାମ ।
ବର୍ଷା ହେବା ମାତ୍ରେ ପାଣି ଗଡି଼ ଯାଇ ଯେମିତି ଟାଙ୍କିରେ ରହିବ ସେଥି ପାଇଁ ଚାଲିଛି କାମ । ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ସହରର ୱାଟରଲଗିଙ୍ଗ୍ (ଜଳ ଜମାଟ) ସମସ୍ୟା ଦୂର ହେବା ସହ ଭୂତଳ ଜଳ ପତ୍ତନ ବି ବୃଦ୍ଧି ପାଇବ । ଏହାକୁ ଲକ୍ଷ ରଖି ବି.ଏମ୍.ସି. ଅନେକ ସ୍ଥାନରେ ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ ପ୍ରସ୍ତୁତ କରୁଛି ଯୋଜନା । ନିର୍ମାଣ କାର୍ଯ୍ୟ ସରିଲେ ଅଧିକରୁ ଅଧିକ ବର୍ଷା ହେଲେ ବି ହେଲେ ସହର ସ୍ଵଚ୍ଛ ରହିବ ଓ ପାଣିର ଅଭାବ ହେବ ନାହିଁ ବୋଲି ।
ଏହା ବି ପଢ଼ନ୍ତୁ | ‘‘ଅଙ୍କଲ୍ ପୂରା ପରିବାର ଓ ଗାଁ ରାଜ ଭବନକୁ ନେଇଆସିଛନ୍ତି,’’ ବେଙ୍ଗଲ୍ ରାଜ୍ୟପାଳଙ୍କୁ ପ୍ରମାଣ ସହ କହିଲେ TMC MP ମହୁଆ ମୋଇତ୍ରା‘‘ଏହା ଏବେର ନୁହେଁ, ଅନେକ ଦିନର ଯୋଜନା । ଅନେକଗୁଡି଼ଏ ପରୀକ୍ଷାନିରୀକ୍ଷା ଓ ସର୍ଭେରୁ ଜଣାପଡିଛି ଯେ ବର୍ଷା ଜଳ ସଂରକ୍ଷଣର ଅନେକ ଲାଭ ରହିଛି । ପ୍ରଥମ କଥା ଏହା ଦ୍ୱାରା ଭୂତଳ ଜଳ ପତ୍ତନ ବୃଦ୍ଧି ପାଇବ । ଜଳବନ୍ଦୀ ସମସ୍ୟା ବି ଦୂର ହେବ କାରଣ ପାଣି ଅଟୋମାଟିକ୍ ଗଡି଼ ଆସି ସଂରକ୍ଷିତ ହେବ ଯଥା ସ୍ଥାନରେ । ତେଣୁ ଆମେ ଏ ବର୍ଷ ଅଧିକାଂଶ ସ୍ଥାନରେ ଏହି ବ୍ୟବସ୍ଥା କରୁଛୁ,’’ କହିଛନ୍ତି ବି.ଏମ୍.ସି. ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ ।

ବି.ଏମ୍.ସି. ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ
ବର୍ଷା ଜଳ ସଂରକ୍ଷଣ ଏକ ଭଲ ବ୍ୟବସ୍ଥା ହୋଇଥିଲେ ବି ଏହା ଦ୍ବାରା ସହରର ୱାଟରଲଗିଙ୍ଗ୍ ସମସ୍ୟା କେତେ ଦୂରୀଭୂତ ହେବ ତାହା ଭବିଷ୍ୟତ କହିବ ବୋଲି କହିଛନ୍ତି ପରିବେଶବିଦ୍ ଓ ଟାଉନ୍ ପ୍ଲାନରମାନେ । ସହରରେ ତାପମାତ୍ରା ସନ୍ତୁଳନ ଓ ୱାଟର୍ ବ୍ଲକେଜ ଏଡ଼ାଇବାକୁ ହେଲେ ୱାଟର୍ ସ୍ପଞ୍ଜିଂ ବା ସନ୍ତସନ୍ତିଆ ଅଞ୍ଚଳ ସୃଷ୍ଟି କରିବାକୁ ହେବ ବୋଲି ଟାଉନ ପ୍ଲାନରମାନେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ତ୍ରିପୁରାରେ CPI(M) ବିଧାୟକ ଲୋକଙ୍କୁ ବାଡ଼ି ଓ ଲୁହା ପାଇପ୍ ରଖିବାକୁ କହିଲେ; BJP କହିଲା ‘ଦଣ୍ଡ ମିଳୁ’‘‘ଜଳ ସଂରକ୍ଷଣ ଏକ ଭଲ ବ୍ୟବସ୍ଥା, ହେଲେ ଏହା ଟେକ୍ନିକାଲି କେତେ ଉଚ୍ଚ ମାନର ହୋଇଛି ଓ ଏହା ଦ୍ୱାରା ସହରରେ ଜଳବନ୍ଦୀ ସମସ୍ୟା କେତେ ଦୂର ହେବ ତାହା ପରବର୍ତ୍ତୀ ସମୟରେ ଜଣାଯିବ । ଏହା ଗ୍ରାଉଣ୍ଡ ୱାଟରର ସ୍ତରକୁ ବଢ଼ାଇବାରେ ନିଶ୍ଚୟ ସହାୟକ ହେବ । ସହରର ଏ ସବୁ ସମସ୍ୟକୁ ଦୂର କରିବାକୁ ହେଲେ ୱାଟର୍ ସ୍ପଞ୍ଜିଂ ବା ସନ୍ତସନ୍ତିଆ ଅଞ୍ଚଳ ତିଆରି କରିବାକୁ ହେବ,’’ କହିଛନ୍ତି ଟାଉନ୍ ପ୍ଲାନର୍ ପୀୟୂଷ ରାଉତ ।
ଏହା ବି ପଢ଼ନ୍ତୁ | ଜୁନ୍ ୨୧ରୁ ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା ମିଳିବ; ଦୀପାବଳୀ ଯାଏଁ ଗରିବଙ୍କୁ ମିଳିବ ମାଗଣା ଚାଉଳପରିବେଶବିତମାନେ କହିଛନ୍ତି ଯେ ଭୂତଳରେ ଦିନକୁ ଦିନ ଜଳ ସ୍ତର ହ୍ରାସ ପାଉଛି ଓ ବିଶେଷକରି ସହରାଞ୍ଚଳରେ ଅଧିକ ଜଳ ସଙ୍କଟ ଦେଖିବାକୁ ମିଳୁଛି, ହେଲେ ଏଠାରେ ହିଁ ଲୋକେ ବେଶୀ ଜଳ ଅପଚୟ କରୁଛନ୍ତି । ଭୂତଳ ଜଳ ଉପରେ ସହରାଞ୍ଚଳର ଲୋକେ ନିର୍ଭର କରୁଛନ୍ତି । ପ୍ରଶାସନିକ ଅଧିକାରୀମାନେ ଜଳ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ବ ଦେବା ଉଚିତ୍ ବୋଲି କହିଛନ୍ତି ପରିବେଶବିତମାନେ ।
‘‘ପରିବେଶ ଯେମିତି ବଦଳୁଛି, ସରକାର ଗଛ ଲଗାଇବା ଓ ଜଳାଶୟ ସୃଷ୍ଟି କରିବା ଭଲି ପଦକ୍ଷେପ ଅଧିକରୁ ଅଧିକ ନେବା ଉଚିତ । ନଚେତ୍ ଆଗାମୀ ଦିନରେ ସମସ୍ତଙ୍କୁ ଏହାର ଭରଣା କରିବାକୁ ପଡ଼ିବ । ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥାକୁ ସଠିକ ଭାବେ କଲେ ଏହାର ଲାଭ ଅନେକ ଲୋକ ଅନେକ ଦିନ ପର୍ଯ୍ୟନ୍ତ ପାଇପାରିବେ,’’ କହିଛନ୍ତି ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।