ଆସୁଛି ବର୍ଷା ! କୁହୁଡି ପରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ଘନକୁହୁଡିର ଚାଦର ଦେଖିବାକୁ ମିଳିଛି । ରାଜ୍ୟରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଆସୁଛି ବର୍ଷା ! କୁହୁଡି ପରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଆସୁଛି ବର୍ଷା ! କୁହୁଡି ପରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ଘନକୁହୁଡିର ଚାଦର ଦେଖିବାକୁ ମିଳିଛି । ଆଜି ସକାଳୁ ତାଳଚେର ( Talcher )ରେ ଅତି ଘନ କୁହୁଡି ଦେଖିବାକୁ ମିଳିଥିବାବେଳେ ଦୃଶ୍ୟମାନ ଥିଲା ୨୦ ମିଟର।

ସେହିଭଳି ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଘନ-କୁହୁଡି ଦୃଶ୍ୟମାନ ହୋଇଛି । ଅନୁଗୁଳରେ ୫୦ ମିଟର, ଯାଜପୁରରେ ୫୦ ମିଟର , ଚାନ୍ଦବାଲିରେ ୫୦ ମିଟର, କଟକରେ ୯୦ ମିଟର, ବାଲେଶ୍ୱରରେ ୧୦୦ ମିଟର, ଭୁବନେଶ୍ୱରରେ ୧୦୦ମିଟର, ଢେଙ୍କାନାଳରେ ୧୦୦ ମିଟର ରହିଥିଲା । ଭୁବନେଶ୍ୱରରେ ୧୬.୩ ଡ଼ିଗ୍ରୀ ଏବଂ କଟକରେ ୧୭ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହେବା ସହ ସକାଳୁ କୁହୁଡି ଦେଖିବାକୁ ମିଳିଥିଲା।

ଗରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଉଷ୍ମ ଜଳିୟବାଷ୍ପ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି ଓ କୁହୁଡି ବୃଦ୍ଧି ପାଇଛି । ଆଜି ରାତ୍ରି ସମୟରୁ ଆସନ୍ତାକାଲି ସକାଳ ସମୟ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ, ଏବଂ କନ୍ଧମାଳ ଜିଲ୍ଲାରେ ଘନକୁହୁଡି ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟପଟେ ପଶ୍ଚିମା-ଝଡର ପ୍ରବେଶ ନେଇ ଆକାଳନ କରିଛି ପାଣିପାଗ ବିଭାଗ । ୧୭ ତାରିଖ ବେଳକୁ ରାଜ୍ୟରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ( Rain ) ସମ୍ଭାବନା ରହିଛି ।

https://odia.news18.com/news/odisha/hockey-world-cup-dot-fest-will-light-up-the-atmosphere-tv-4srm-130123-srm-nbb-147971.html
Published by:Soubhagya Mishra
First published: