କାଲି ଠୁ କେତେକ ସ୍ଥାନରେ ପୁଣି ହେଇପାରେ ବର୍ଷା; ୧୧ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା

ଆଜି ଦିନକ ଥଣ୍ଡା ପରେ ପୁଣି କାଲି ଅର୍ଥାତ ୮ ତାରିଖରୁ ହେବ ହାଲୁକା ବର୍ଷା । ୧୧ ଯାଏ ଲାଗିରହିବ ଏଭଳି ସ୍ଥିତି । ଘନ କୁହୁଡ଼ି ନେଇ ମଧ୍ୟ ପାଣିପାଗ କେନ୍ଦ୍ରର ସୂଚନା ।

କାଲି ଠୁ କେତେକ ସ୍ଥାନରେ ପୁଣି ହେଇପାରେ ବର୍ଷା; ୧୧ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା
ରାଜ୍ୟରେ ଅଦିନିଆ ବର୍ଷାର ପ୍ରତୀକାତ୍ମକ ଚିତ୍ର
  • News18 Odia
  • Last Updated: January 7, 2020, 10:51 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ୨୪ ଘଣ୍ଟା ପାଗ ଅନୁକୁଳ ରହିବା ପରେ ରାଜ୍ୟରେ ପୁଣି ଆରମ୍ଭ ହେବ ବର୍ଷା । ୮ରୁ ୧୧ ତାରିଖ ଯାଏଁ ଲାଗି ରହିବ ବର୍ଷା । ୮ ଓ ୯ ତାରିଖ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହେବ ବର୍ଷା ।

ଥଣ୍ଡାରୁ ରକ୍ଷା ପାଇଁ ନିଆଁର ଆଶ୍ରୟ ନେଉଛନ୍ତି ଲୋକେ


ସେହିପରି ୧୦ ଓ ୧୧ ତାରିଖ ଉତ୍ତର ଓଡ଼ିଶା ସମେତ ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ପୁରୀ, ମୟୂରଭଞ୍ଜ ଆଦି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟା ଅନୁଗୁଳ, ବୌଦ୍ଧ, ସୋନପୁର, ଦେବଗଡ଼ ଜିଲ୍ଲାରେ ଥଣ୍ଡା ଲାଗିରହିବ । କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ମଧ୍ଯ ସମ୍ଭାବନା ରହିଛି ।

୭ ତାରିଖ ସଂଧ୍ୟା ପରଠୁ ରାଜ୍ୟକୁ ଓତ୍ତରା ପବନ ବହିବା ବନ୍ଦ ରହିବ । ତେବେ ବଙ୍ଗୋପ ଓ ଆରବ ସାଗରୀୟ ପବନ ଆନ୍ଧ୍ର ଦେଇ ଦକ୍ଷିଣ ଓଡ଼ିଶାକୁ ପ୍ରବାହିତ ହେବାରୁ ଥଣ୍ଡାର ପରିମାଣ କମ୍‌ ରହିବ । ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିର ତାପମାତ୍ରା ଥିଲା ସର୍ବନିମ୍ନ ୭ ଡିଗ୍ରୀ ସେଲ୍‌ସିୟସ ।
First published: January 7, 2020, 10:51 AM IST
corona virus btn
corona virus btn
Loading