ଆତ୍ମହତ୍ୟା ପୂର୍ବରୁ ପତ୍ନୀଙ୍କ ସହ ଫୋନରେ କଥା ହୋଇଥିଲେ ରାଇମୋହନ

ରାଇମୋହନ ସୁଇସାଇଡ଼ ସସପେନ୍ସ। ଦିନ ଗଡୁଛି, ରହସ୍ୟ ବଢୁଛି। ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ଏହି ମଧ୍ୟରେ ତିନୋଟି ସସପେନ୍ସ ସାମ୍ନାକୁ ଆସିଛି।

ଆତ୍ମହତ୍ୟା ପୂର୍ବରୁ ପତ୍ନୀଙ୍କ ସହ ଫୋନରେ କଥା ହୋଇଥିଲେ ରାଇମୋହନ

ଆତ୍ମହତ୍ୟା ପୂର୍ବରୁ ପତ୍ନୀଙ୍କ ସହ ଫୋନରେ କଥା ହୋଇଥିଲେ ରାଇମୋହନ

  • Share this:
News18 Odia Digital

ଭୁବନେଶ୍ବର: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟାର ଫିଟୁଛି ଗୁମର। ମୃତ୍ୟୁ ପୂର୍ବରୁ ପତ୍ନୀଙ୍କୁ ଫୋନ କରିଥିଲେ ରାଇମୋହନ। ତା' ପୂର୍ବରୁ ଘରର ୩ ଜଣଙ୍କୁ ହ୍ଵାଟ୍ସଆପରେ 'ବାଏ' ଲେଖି ମେସେଜ କରିଥିଲେ। ତେଣୁ ଆତ୍ମହତ୍ୟାର କାରଣ ଖୁବ୍ ଶୀଘ୍ର ସାମ୍ନାକୁ ଆସିବ ବୋଲି ପୋଲିସ ଆଶା ବାନ୍ଧିଛି।

ମୃତ୍ୟୁର ୩ ଦିନ ପରେ ମଧ୍ୟ ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ, ଆତ୍ମହତ୍ୟାର ସତ୍ୟ ସାମ୍ନାକୁ ଆସୁ ବୋଲି ଦାବି କରିଛନ୍ତି ବନ୍ଧୁ ବାନ୍ଧବ ଓ ସାଥି କଳାକାରମାନେ।

ରାଇମୋହନ ସୁଇସାଇଡ଼ ସସପେନ୍ସ। ଦିନ ଗଡୁଛି, ରହସ୍ୟ ବଢୁଛି। ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ଏହି ମଧ୍ୟରେ ତିନୋଟି ସସପେନ୍ସ ସାମ୍ନାକୁ ଆସିଛି। ସସପେନ୍ସ ନମ୍ବର-୧, ଆତ୍ମହତ୍ୟା ପୂର୍ବରୁ ପତ୍ନୀଙ୍କୁ ଶେଷ ଫୋନ କଲ। ସସପେନ୍ସ ନମ୍ବର-୨, ମୃତ୍ୟୁ ପୂର୍ବରୁ ୩ଜଣଙ୍କୁ 'ବାଏ' ମେସେଜ। ସସପେନ୍ସ ନମ୍ବର-୩, ମୃତ୍ୟୁ ପୂର୍ବ ସନ୍ଧ୍ୟାରେ ପାରିବାରିକ ଝଗଡ଼ା। ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ।

ରାଇମୋହ ଙ୍କ ମୃତ୍ୟୁର ତିନି ଦିନ ପରେ ବି ଆତ୍ମହତ୍ୟାର କାରଣ ଜାଣିପାରୁନି ପୋଲିସ। ଏହାରି ମଧ୍ୟରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ଶୁକ୍ରବାର ଦିନ ୧୧.୧୭, ୧୧.୧୮, ୧୧.୧୯ ମିନିଟରେ ପତ୍ନୀ ଓ ଦୁଇ ଝିଅଙ୍କୁ ହ୍ଵାଟ୍ସଆପରେ 'ବାଏ' ଲେଖି ମେସେଜ କରିଥିଲେ ରାଇମୋହନ। ପରେ ୧୧.୫୭ ମିନିଟ ସମୟରେ ପତ୍ନୀଙ୍କୁ ଫୋନ କରି କଥା ହୋଇଥିଲେ। ପ୍ରଶ୍ନ ଉଠୁଛି, ଜୀବନର ଶେଷ ଫୋନ କଲରେ ପତ୍ନୀଙ୍କୁ କଣ କହିଥିଲେ ରାଇମୋହନ? ଶେଷ ଫୋନ କଲରେ କେତେ ସମୟ କଥା ହୋଇଥିଲେ? ଫୋନ କରି ପତ୍ନୀଙ୍କୁ କିଛି କହିଥିଲେ କି?

ଭୁବନେଶ୍ୱର ଜୋନ-୫ ଇନଚାର୍ଜ ଏସିପି ହିମାଂଶୁ ସ୍ଵାଇଁ କହିଛନ୍ତି, "ପୋଲିସ ୟୁଡ଼ି କେସ ରୁଜୁ କରି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିବା ବେଳେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ରାଇମୋହନଙ୍କ ମୋବାଇଲକୁ ଜବତ କରି ସିଡ଼ିଆର ଯାଞ୍ଚ ଚାଲିଛି। ଫଳରେ ମୃତ୍ୟୁ ପୂର୍ବରୁ ସେ କାହା ସହ କଥା ହୋଇଛନ୍ତି ଜଣା ପଡ଼ିବ। ଆତ୍ମହତ୍ୟା ପୂର୍ବରୁ ପତ୍ନୀ ଓ ଦୁଇ ଝିଅଙ୍କୁ 'ବାଏ' ଲେଖିଥିଲେ। ଆଗକୁ ପଡୋଶୀ ଓ ଅନ୍ତରଙ୍ଗ ବନ୍ଧୁମାନଙ୍କୁ ମଧ୍ୟ ପଚରାଉଚରା କରାଯିବ।"

ଏହାରି ମଧ୍ୟରେ ମୃତୁର କିଛିଦିନ ପୂର୍ବର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ରାଇମୋହନ ଖାଦ୍ୟ ଆଣିବା ପାଇଁ ହୋଟେଲକୁ ଯାଇଥିଲେ। ହୋଟେଲରେ କିଛି ସମୟ ଛିଡ଼ା ହୋଇଥିଲେ। ହସ ହସ ମୁହଁରେ ହୋଟେଲ କର୍ମଚାରୀଙ୍କ ସହ କଥା ହେଉଥିଲେ। ହୋଟେଲ କର୍ମଚାରୀ କହିବା କଥା ବିଭିନ୍ନ ସମୟରେ ରାଇମୋହନ ତାଙ୍କର ହୋଟେଲରୁ ଖାଇବା ନିଅନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଭୁବନେଶ୍ବର ପଳାସୁଣି ଅଞ୍ଚଳର ପ୍ରାଚୀ ବିହାରରେ ଥିବା ନିଜ ବାସ ଭବନରେ ୫୮ ବର୍ଷୀୟ ଅଭିନେତା ଆତ୍ମହତ୍ୟା କରିଥିଲେ। ସୂଚନା ଅନୁସାରେ, ସକାଳ ପ୍ରାୟ ସାଢ଼େ ୧୧ଟା ସମୟରେ ଘରେ କେହି ନଥିବା ବେଳେ ସେ ଏହି ଚରମ ନିଷ୍ପତ୍ତି ନେଇଥିଲେ।
ପତ୍ନୀ ଓ ବଡ଼ ଝିଅ ଡ୍ରାଇଭରଙ୍କ ବିବାହ ପାଇଁ କଟକ ମାର୍କେଟିଂ କରିବାକୁ ଯାଇଥିଲେ। ସାନ ଝିଅ କଲେଜ ଯାଇଥିଲେ। ଦିନ ସାଢ଼େ ୧୨ଟା ସମୟରେ ପୁତୁରା ପ୍ରଥମେ ଝୁଲନ୍ତା ଅବସ୍ଥାରେ ରାଇମୋହନଙ୍କୁ ଦେଖିଥିଲେ। ୧୨.୪୫ମିନିଟରେ ପତ୍ନୀ ଓ ଝିଅ ପହଁଚିଥିଲେ।

ସମସ୍ତେ ମିଶି ରାଇମୋହନଙ୍କୁ ତଳକୁ ଆଣିଥିଲେ। ହେଲେ ସେତେବେଳକୁ ତାଙ୍କ ଜୀବନ ଚାଲି ଯାଇଥିଲା। ଏଥି ମଧ୍ୟରେ ଆଉ ଏକ ସତ ସାମ୍ନାକୁ ଆସିଛି। ଗତ ମେ ୩୦ ତାରିଖରେ ପରିବାର ମଧ୍ୟରେ ଝଗଡା ହୋଇଥିଲା। ସେହିଭଳି ମୃତୁର ସପ୍ତାହ ତଳେ କୌଣସି କଥାକୁ ନେଇ ମଞ୍ଚେଶ୍ବର ଥାନାକୁ ଆସିଥିଲେ ରାଇମୋହନ। ତେଣୁ ପ୍ରଶ୍ନ ଉଠୁଛି ପରିବାର ମଧ୍ୟରେ କୌଣସି କଥାକୁ ନେଇ ଅଶାନ୍ତି ଥିଲା କି?
Published by:Lipina Das
First published: