ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଏବେ ଆଉ ଘରୁ ଖାଦ୍ୟ ଆଣିବା ଦରକାର ନାହିଁ; ପୁଣି ଇ-କ୍ୟାଟରିଂ ସେବା ଆରମ୍ଭ

Railways resume e-catering service in trains by IRCTC | ଟ୍ରେନରେ ରେଳ ଯାତ୍ରୀଙ୍କୁ ଆଉ ଭୋକରେ ରହିବାକୁ ପଡି଼ବ ନାହିଁ । ଲମ୍ବା କିମ୍ବା ସ୍ୱଳ୍ପ ଯାତ୍ରା ପାଇଁ ନିଜ ପ୍ରିୟ ଖାଦ୍ୟକୁ ଅଳ୍ପ କିଛି ସ୍ୱାଇପ୍ ଦ୍ୱାରା ଆପଣ ଅର୍ଡ଼ର କରିପାରିବେ ଓ ତାକୁ ନିଜ ଟ୍ରେନ୍ ବର୍ଥରେ ପାଇପାରିବେ । ଜାଣନ୍ତୁ କେମିତି ।

IRCTC ପୁଣି ଥରେ ଇ-କ୍ୟାଟରିଂ ସେବା ଆରମ୍ଭ କରିଦେଇଛି ।

IRCTC ପୁଣି ଥରେ ଇ-କ୍ୟାଟରିଂ ସେବା ଆରମ୍ଭ କରିଦେଇଛି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ବହୁ ସଂଖ୍ୟକ ଲୋକ ଯାତ୍ରା ପାଇଁ ଭାରତୀୟ ରେଳବାଇ (Indian Railways) ଉପରେ ନିର୍ଭର କରନ୍ତି । କରୋନା ଭାଇରସ୍‌ (Coronavirus) ସଂକ୍ରମଣ ସଙ୍କଟ ଯୋଗୁଁ ରେଳ ଚଳାଚଳ ଖୁବ୍‌ ପ୍ରଭାବିତ ହୋଇଥିଲା । ହେଲେ କରୋନା ନିୟମକୁ କଡାକଡି ପାଳନ କରି ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ଚଳାଇ କୋଟି କୋଟି ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ନେଇ ପହଞ୍ଚାଇଥିଲା । ଏହି ସମୟରେ ଯାତ୍ରୀମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ରେଳବାଇ ଅନେକ ସୁବିଧା ବନ୍ଦ କରି ଦେଇଥିଲା । ସେହି ସୁବିଧାଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ଯାତ୍ରା ସମୟରେ ଟ୍ରେନରେ ଖାଦ୍ୟ ଯୋଗାଇବା (E-Catering Service) । ଏବେ ସ୍ଥିତିରେ ସୁଧାର ଆସିବା ପରେ ରେଳବାଇର ସହାୟକ କମ୍ପାନୀ ଆଇ.ଆର୍‌.ଟି.ସି. (IRCTC) ପୁଣି ଥରେ ଇ-କ୍ୟାଟରିଂ ସେବା ଆରମ୍ଭ କରିଛି ।

ସରଳ ଶବ୍ଦରେ କହିଲେ ଏବେ ରେଳ ଯାତ୍ରା ସମୟରେ ଘରୁ ଖାଦ୍ୟ ଧରି ଆସିବାର ଆଉ କୌଣସି ଆବଶ୍ୟକତା ନାହିଁ । ଆଇ.ଆର.ସି.ଟି.ସି. ଏକ ଟ୍ୱିଟ୍ କରି କହିଛି ଯେ ବର୍ତ୍ତମାନ ରେଳ ଯାତ୍ରୀଙ୍କୁ ଟ୍ରେନରେ ଭୋକରେ ରହିବାକୁ ପଡି଼ବ ନାହିଁ । IRCTC ପୁଣି ଇ-କ୍ୟାଟରିଂ ସେବା ଆରମ୍ଭ କରିଛି । ଲମ୍ବା କିମ୍ବା ସ୍ୱଳ୍ପ ଯାତ୍ରା ପାଇଁ ନିଜ ପ୍ରିୟ ଖାଦ୍ୟକୁ ଅଳ୍ପ କିଛି ସ୍ୱାଇପ୍ କରି ଆପଣ ଅର୍ଡର କରିପାରିବେ ଓ ତାକୁ ନିଜ ଟ୍ରେନ୍ ବର୍ଥରେ ପାଇପାରିବେ ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚାଦୋକାନରେ ଝଗଡ଼ାରୁ ନକଲି ନୋଟ୍ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତ

ଆଇ.ଆର୍‌.ସି.ଟି.ସି. ଆହୁରି ମଧ୍ୟ ଲେଖିଛି ଯେ ଅଧିକ ସୂଚନା ପାଇଁ http://ecatering.irctc.co.in କିମ୍ବା IRCTC ‘ଫୁଡ୍ ଅନ୍ ଟ୍ରାକ୍’ ଆପ୍ ଡାଉନଲୋଡ୍ କରନ୍ତୁ ଓ ୧୩୨୩ରେ କଲ୍ କରନ୍ତୁ । IRCTCର ଇ-କ୍ୟାଟରିଂ ସେବାରୁ ଆପଣ କେମିତି ଖାଦ୍ୟ ଅର୍ଡର କରିପାରିବେ ଜାଣନ୍ତୁ । ଆପଣଙ୍କ ଖାଦ୍ୟ ଡେଲିଭରି ପାଇଁ ନଗଦ ସୁବିଧା (cash on delivery) ବି ଉପଲବ୍ଧ ଅଛି ।

ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର

ଟ୍ରେନରେ କେମିତି ଖାଦ୍ୟ ଅର୍ଡ଼ର କରିବେ ଜାଣନ୍ତୁ:

>> IRCTCର ଇ-କ୍ୟାଟରିଂ ୱେବସାଇଟ୍ https://www.ecatering.irctc.co.in/ କୁ ଯାଇ ଲଗ୍-ଇନ୍ କରନ୍ତୁ ।

>> ଆପଣଙ୍କର ଦଶ ଅଙ୍କ ବିଶିଷ୍ଟ PNR ନମ୍ବର ପ୍ରବେଶ କରାନ୍ତୁ ।

>> ନିଜ ଟ୍ରେନ୍ ଉପରେ ନିର୍ଭର କରି କାଫେ, ଆଉଟଲେଟ୍ ଓ କ୍ୱିକ୍‌ ରେଷ୍ଟୁରାଣ୍ଟ ସେବା ତାଲିକାରୁ ଖାଦ୍ୟ ବାଛନ୍ତୁ ।

>> ଅର୍ଡ଼ର ଦିଅନ୍ତୁ ଓ ଦେୟ ବିକଳ୍ପ ଚୟନ କରନ୍ତୁ । ଆପଣ ଅନଲାଇନ୍ ପେମେଣ୍ଟ୍‌ କରିପାରିବେ କିମ୍ବା ବିତରଣ ସମୟରେ ନଗଦ ଅର୍ଥ (cash on delivery) ମଧ୍ୟ ଦେଇପାରିବେ ।

>> ଆପଣଙ୍କ ଖାଦ୍ୟ ଅର୍ଡର୍‌ ଆପଣଙ୍କ ବର୍ଥ ବା ସିଟରେ ଆସି ପହଞ୍ଚିବ ।



IRCTCର ଇ-କ୍ୟାଟରିଂ ୱେବସାଇଟ୍ ଅନୁଯାୟୀ ଡୋମିନୋଜ୍‌, କମସମ୍, ଜୁପ୍, ରେଲରେଷ୍ଟ୍ରୋ, ରେଲଫୁଡ୍, ଗର୍ଗ ରାଜଧାନୀ ଅନଲାଇନ୍ ଫୁଡ୍, ୟାତ୍ରୀ ଓ ରେଲ୍‌ ରେସିପି ସମେତ ୫୦୦ରୁ ଅଧିକ ରେଷ୍ଟୁରାଣ୍ଟ ଏହି ୱେବସାଇଟର ଅଂଶ ପାଲଟିଛନ୍ତି । IRCTC ନିଜର ଏକ ନୂଆ ଇ-କ୍ୟାଟରିଂ ଆପ୍ ବି ଆଣିଛି । ଏହା ଗୁଗୁଲ୍ ପ୍ଲେ ଓ ଆଇଟ୍ୟୁନ୍ସରୁ ଡାଉନଲୋଡ୍ ହୋଇପାରିବ ।
Published by:Anand Shankar Thankur Das
First published: