ରେଲୱେର ନୂଆ ପଦକ୍ଷେପ! ବର୍ତ୍ତମାନ ଆପଣଙ୍କ ଲଗେଜରେ ହେବ ହୋମ ଡେଲିଭରି; ଜାଣନ୍ତୁ କେତେ ରହିଛି ଚାର୍ଜ
ଆଜିଠାରୁ ଟ୍ରେନରେ ଅଧିକ ଲଗେଜ୍ ନେଇ ଯାଉଥିବା ଯାତ୍ରୀମାନଙ୍କୁ ଆଦୌ ହଇରାଣ ହେବାକୁ ପଡ଼ିବ ନାହିଁ । ଅଧିକ ଲଗେଜ୍ ପରିବହନ କରୁଥିବା ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି ।

ଧିକ ଲଗେଜ୍ ପରିବହନ କରୁଥିବା ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି
- News18 Odia
- Last Updated: January 26, 2021, 6:30 PM IST
ନୂଆ ଦିଲ୍ଲୀ: ବର୍ତ୍ତମାନଠାରୁ ଟ୍ରେନରେ ଅଧିକ ଲଗେଜ୍ ନେଇ ଯାଉଥିବା ଯାତ୍ରୀମାନଙ୍କୁ ଆଦୌ ଚିନ୍ତା କରିବାକୁ ପଡିବ ନାହିଁ । ଅଧିକ ଲଗେଜ୍ ପରିବହନ କରୁଥିବା ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳବାଇ (Indian Railways) ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି । ରେଲୱେ ବୁକ୍ ବ୍ୟାଗେଜ୍ (BookBaggage) ସହିତ ମିଶି ଯାତ୍ରୀମାନଙ୍କ ପାଇଁ ଏକ ଆପ୍ ଆଧାରିତ ଡେଲିଭରି ସେବା ଆରମ୍ଭ କରିଛି । ଅର୍ଥାତ ଆପଣ ଯଦି ଆପଣ ଚାହାଁନ୍ତି ବର୍ତ୍ତମାନ ରେଳବାଇ ଆପଣଙ୍କ ଘରୁ ସାମଗ୍ରୀ ମଗାଇ,ତାକୁ ସାନିଟାଇଜ କରି ଆପଣଙ୍କ ଦେଇଥିବା ନିର୍ଧାରିତ ସ୍ଥାନରେ ପହଞ୍ଚାଇ ଦେବ । ଅର୍ଥାତ ଅପଣଙ୍କ ଘରୁ ଆପଣ ନିଜ ସାମଗ୍ରୀକୁ ଷ୍ଟେସନକୁ ଆଣିବାକୁ ପଡିବ ନାହିଁ ।
ଲଗେଜ୍ ଟ୍ରାକ୍ କରିପାରିବେ
ଆପଣ ସମସ୍ତ ସାମଗ୍ରୀକୁ ପ୍ରଥମ ଅଲ୍ଟ୍ରା-ଭାଓଲେଟ ରଶ୍ମି ସହିତ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ସାନିଟାଈଜ କରାଯିବ । ଏହା ପରେ ଏହା ପ୍ୟାକ୍ ହେବ, ଯାହା ଦ୍ୱାରା ଆପଣଙ୍କର ସାମଗ୍ରୀର କୌଣସି କ୍ଷତି ହେବ ନାହିଁ । ଏହା ବ୍ୟତୀତ ଯାତ୍ରୀମାନେ ଆପ୍ ସାହାଯ୍ୟରେ ସେମାନଙ୍କ ଲଗେଜର ଜିପିଏସ୍ ଟ୍ରାକିଂ ମଧ୍ୟ କରିପାରିବେ । ଯାତ୍ରୀଙ୍କ ଲଗେଜ୍ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ।
ମୋବାଇଲରେ ବୁକ୍ ବ୍ୟାଗ୍ ଆପ୍ ଡାଉନଲୋଡ୍ କରି ଆପଣ ଏହି ସେବାର ଲାଭ ଉଠାଇ ପାରିବେ । ଏହି ଆପ୍ ମାଧ୍ୟମରେ ଆପଣ ଲଗେଜ୍ ବୁକ୍ କରିପାରିବେ । ଯଦି ଆପଣ ଏକ ଲଗେଜ୍ ହୋମ ଡେଲିଭରି ବୁକିଂ କରୁଛନ୍ତି । ତେବେ ଟ୍ରେନ୍ ଛାଡିବାର ୩ ଘଣ୍ଟା ପୂର୍ବରୁ ରେଳବାଇ ଦ୍ୱାରା ଆପଣଙ୍କର ଲଗେଜ୍କୁ ନିଆଯିବ ।
ଖର୍ଚ୍ଚ କରିବାକୁ ପଡିବ ୧୨୫ ଟଙ୍କା
ଏହା ବ୍ୟତୀତ ଟ୍ରେନ୍ ଛାଡିବାର ୧୫ ମିନିଟ୍ ପୂର୍ବରୁ ସାମଗ୍ରୀ ଯାତ୍ରୀଙ୍କ ବର୍ଥରେ ପହଞ୍ଚାଯିବ । ସେହିଭଳି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ତିନି ଘଣ୍ଟା ପରେ ସେମାନଙ୍କ ଲଗେଜ୍ ଘରେ ପହଞ୍ଚିବ । ଯାତ୍ରୀଙ୍କୁ ଗୋଟିଏ ପାର୍ଶ୍ୱରୁ ଗୋଟିଏ ବ୍ୟାଗ ନେବା ପାଇଁ ୧୨୫ ଟଙ୍କା ଦେବାକୁ ପଡିବ । ଗନ୍ତବ୍ୟ ସ୍ଥଳରେ ଏହାକୁ ବର୍ଥରୁ ଘରକୁ ପରିବହନ ପାଇଁ ପୃଥକ ଭାବରେ ୧୨୫ ଟଙ୍କା ଦେବାକୁ ପଡିବ ।