ଅଣ୍ଡର୍‌-୨୩ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ପରାଜିତ କଲା ରେଳବାଇ

ଓଡ଼ିଶା ଟିମର କାଜଲ ଜେନା ଓ ସଂଗୀତା ଖଡ଼ିଆ ଯଥା କ୍ରମେ ୫୨ ଓ ୩୮ ରନ୍ କରି ୪୮.୨ ଓଭରରେ ଓଡ଼ିଶାର ସ୍କୋର୍‌ ୧୪୭ ରନରେ ପହଞ୍ଚାଇଥିଲେ । ରେଳବାଇର ଇନ୍ଦ୍ରାଣୀ ଛତ୍ରିଆ (୨/୬) ଓ ତରାନ୍ନା ପ୍ରଧାନ (୨/୨୬) ଓଡ଼ିଶାର ସ୍କୋର୍‌ କମ୍ ରଖିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ଅଣ୍ଡର୍‌-୨୩ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ପରାଜିତ କଲା ରେଳବାଇ
ଷ୍ଟାର କ୍ରିକେଟର ହର୍‌ମନ୍‌ପ୍ରୀତ କୌର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 27, 2020, 10:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶ ଠାରୁ ପରାଜିତ ହେବାର ଦିନକ ପରେ ରେଳବାଇ ଆଜି (ରବିବାର) ସୀମୀତ ଓଭର ଅଣ୍ଡର୍‌-୨୩ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ପରାଜିତ କରିଛି । ଏହି ଟୁର୍ଣ୍ଣାମେଣ୍ଟ ମୁଲାପାଡ଼ୁରେ ଥିବା ଏ.ସି.ଏ କ୍ରିକେଟ କମ୍ପ୍ଲେକ୍ସରେ ଖେଳାଯାଇଥିଲା ।

ଓଡ଼ିଶା ଟିମର କାଜଲ ଜେନା ଓ ସଂଗୀତା ଖଡ଼ିଆ ଯଥା କ୍ରମେ ୫୨ ଓ ୩୮ ରନ୍‌ କରି ୪୮.୨ ଓଭରରେ ଓଡ଼ିଶାର ସ୍କୋର୍‌ ୧୪୭ ରନରେ ପହଞ୍ଚାଇଥିଲେ । ରେଳବାଇର ଇନ୍ଦ୍ରାଣୀ ଛତ୍ରିଆ (୨/୬) ଓ ତରାନ୍ନା ପ୍ରଧାନ (୨/୨୬) ଓଡ଼ିଶାର ସ୍କୋର୍‌ କମ୍‌ ରଖିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ସାମୟିକ ବାଧାବିଘ୍ନ ସତ୍ୱେ ରେଳବାଇ ସଫଳତାପୂର୍ବକ ଏହି ସ୍କୋରର ପିଛା କରିଥିଲା ଓ ୪୭ ଓଭରରେ ୬ଟି ୱିକେଟ୍‌ ହରାଇ ମ୍ୟାଚ଼ ଜିତିଯାଇଥିଲା ।

ଏହି ଟୁର୍ଣ୍ଣାମେଣ୍ଟରେ ଡ଼ି.ଭି.ଆର୍‌ ଗ୍ରାଉଣ୍ଡ୍‌ରେ ପଶ୍ଚିମ ବଙ୍ଗ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ଼ରେ ବେଙ୍ଗଲ୍‌ ପଞ୍ଜାବକୁ ୭ ରନରେ ହରାଇଥିଲା । ବେଙ୍ଗଲର ମମତା ୬୩ ରନ୍‌ ଓ ସଂଥିତା ବିଶ୍ବାସ ୩୫ ରନ୍‌ କରି ୪୯.୫ ଓଭରରେ ଦଳର ସ୍କୋର ୧୬୭ ରନକୁ ବଢ଼େଇ ନେଇଥିଲେ । ସୋମବାର ଦିନ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ଼ ଖେଳାଯାଇ ନ ଥିଲା ।
First published: January 27, 2020, 10:19 PM IST
corona virus btn
corona virus btn
Loading