ରାଜ୍ୟର ବଡ଼ ବଡ଼ ରେଳ ଷ୍ଟେସନକୁ ରଖାଯିବ ସଂପୂର୍ଣ୍ଣ ସିସିଟିଭି ସ୍କାନରରେ

କଟକ, ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ଝାରସୁଗୁଡ଼ା ଓ ପୁରୀ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ିବ ବୋଲି କହିଛନ୍ତି ରାଜ୍ୟ ପୋଲିସ ଡିଜି ବି.କେ. ଶର୍ମା

କଟକ, ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ଝାରସୁଗୁଡ଼ା ଓ ପୁରୀ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ିବ ବୋଲି କହିଛନ୍ତି ରାଜ୍ୟ ପୋଲିସ ଡିଜି ବି.କେ. ଶର୍ମା

କଟକ, ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ଝାରସୁଗୁଡ଼ା ଓ ପୁରୀ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ିବ ବୋଲି କହିଛନ୍ତି ରାଜ୍ୟ ପୋଲିସ ଡିଜି ବି.କେ. ଶର୍ମା

  • Share this:
ଭୁବନେଶ୍ୱର: ରାଜ୍ୟର ୬ଟି ରେଳ ଷ୍ଟେସନ ଉପରେ କେନ୍ଦ୍ରର ନଜର । କେନ୍ଦ୍ର ସରକାରଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ଯୋଜନାରେ ଏହି ଷ୍ଟେସନଗୁଡ଼ିକର ସୁରକ୍ଷା ବଢ଼ାଯିବ । ଏଥିସହ ରାଜ୍ୟର ବଡ଼ ବଡ଼ ରେଳ ଷ୍ଟେସନକୁ ରଖାଯିବ ସଂପୂର୍ଣ୍ଣ ସିସିଟିଭି ସ୍କାନରରେ ।

 

ବିଶେଷ ଫୋକସ୍‌ରେ ରହିବ ନକ୍ସଲପ୍ରଭାବିତ ଅଞ୍ଚଳର ରେଲଓ୍ବେ ଟ୍ରାକ୍‌ । ରେଳ ସୁରକ୍ଷା ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସୁରକ୍ଷା କମିଟି ବୈଠକରେ ନିଆଯାଇଛି ଏସବୁ ନିଷ୍ପତ୍ତି ।

 

ବାଂଲାଦେଶୀ ଆତଙ୍କବାଦୀଙ୍କ ଭୟ ବଢୁଥିବା  ଯୋଗୁଁ ରାଜ୍ୟରେ ୬ଟି ରେଳ ଷ୍ଟେସନ ଉପରେ କେନ୍ଦ୍ର ବିଶେଷ ନଜର ରଖୁଥିବା ଜଣା ପଡ଼ିଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ଝାରସୁଗୁଡ଼ା ଓ ପୁରୀ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ିବ ବୋଲି କହିଲେ ରାଜ୍ୟ ପୋଲିସ ଡିଜି ବି. କେ. ଶର୍ମା  । ଷ୍ଟେସନ ପାଖ ଦୋକାନୀ ଓ ହକରଙ୍କ ଉପରେ ମଧ୍ୟ ରଖାଯିବ କଡ଼ା ନଜର ଓ ଅନଧିକାର ପ୍ରବେଶ ଉପରେ ହେବ କଟକଣା ।

 

ଦେଶରେ ବାଂଲାଦେଶୀ ଆତଙ୍କବାଦୀ କାୟା ବିସ୍ତାର କରୁଛନ୍ତି ବୋଲି ଦିଲ୍ଲୀରେ ଏନଆଇଏ ଡିଜିଙ୍କ ବଡ଼ ଖୁଲାସାର ଦିନକ ପରେ ରାଜ୍ୟରେ ବସିଲା ରେଳ ସୁରକ୍ଷା ସଂପର୍କିତ ରାଜ୍ୟସ୍ତରୀୟ କମିଟିର ବୈଠକ । ପୋଲିସ ଡିଜି ବି.କେ.ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ରାଜ୍ୟର ୬ଟି ରେଳ ଷ୍ଟେସନରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା ।

 

ଭାରତ ସରକାରଙ୍କ ଇଣ୍ଟରନାଲ ସିକ୍ୟୁରିଟି ସ୍କିମ୍‌ରେ ସାମିଲ ହୋଇଥିବା ଦେଶର ମୋଟ ଦୁଇ ଶହ ଷ୍ଟେସନ ମଧ୍ୟରେ  କଟକ, ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ଝାରସୁଗୁଡ଼ା ଓ ପୁରୀ ରହିଥିବାର ସୂଚନା ମିଳିଛି । ଏସବୁ ଷ୍ଟେସନର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ସ୍ବତନ୍ତ୍ର ନଜର ରଖିବେ କେନ୍ଦ୍ର ସରକାର । ଏହା ଛଡ଼ା ବଡ଼ ବଡ଼ ଷ୍ଟେସନଗୁଡ଼ିକୁ ସଂପୂର୍ଣ୍ଣ ସିସିଟିଭି ନଜରରେ ରଖାଯିବା ସହ ବାକି ଷ୍ଟେସନରେ ରହିବ ବ୍ୟାଗେଜ୍ ସ୍କାନର । ସବୁ ଷ୍ଟେସନର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଅପଡେଟ୍ କରାଯିବ । ନକ୍ସଲ ପ୍ରଭାବିତ ଅଞ୍ଚଳ ଦେଇ ଯାଉଥିବା ରେଲଓ୍ବେ ଟ୍ରାକ୍‌ଗୁଡ଼ିକ ଉପରେ ସ୍ବତନ୍ତ୍ର ନଜର ସହ କେତେକ ଟ୍ରେନ୍‌ର ସୁରକ୍ଷା ବଢ଼ାଯିବ ।

 

ରେଳଯାତ୍ରୀଙ୍କ ସହ ରେଳ ଭିତ୍ତିଭୂମିର ସୁରକ୍ଷାକୁ ବୈଠକରେ ଦିଆଯାଇଛି ଗୁରୁତ୍ବ । ଡିଜି କହିଛନ୍ତି ଯେ ପ୍ରତି ଷ୍ଟେସନର ଆଖପାଖରେ ଥିବା ଦୋକାନୀ, ବସ୍ତି ଲୋକ, ବେଆଇନ ହକରଙ୍କ ଉପରେ ରଖାଯିବ କଡ଼ା ନଜର ।  ଯାତ୍ରୀଙ୍କ ସୁରକ୍ଷା ନେଇ ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ ସବୁ ଷ୍ଟେସନରେ ଲଗାଯିବ ଡିସ୍‌ପ୍ଳେ ବୋର୍ଡ଼ । ସନ୍ଦିଗ୍ଧ ଓ ଅନଧିକାର ଲୋକଙ୍କ ପ୍ରବେଶ ବନ୍ଦ କରିବାକୁ ଷ୍ଟେସନ ଆଖପାଖ ଅନ୍ଧାରୁଆ ସ୍ଥାନରେ ଲଗାଯିବ ହାଇମାଷ୍ଟ ଲାଇଟ୍‌ ।...

 

ବୈଠକରେ ରେଲୱେ ଏଡିଜିଙ୍କ ସହ କେନ୍ଦ୍ର ଗୁଇନ୍ଦା ସଂସ୍ଥାର ଯୁଗ୍ମ ନିର୍ଦ୍ଦେଶିକା ବିନୀତା ଶର୍ମା, ଜିଆରପି ଓ ଆରପିଏଫର ବରିଷ୍ଠ ଅଧିକାରୀ ଏବଂ ଇଷ୍ଟକୋଷ୍ଟ ରେଲୱେ ସିକ୍ୟୁରିଟି ଚିଫ୍ ଯୋଗ ଦେଇଥିଲେ । ଆରପିଏଫ ଏବଂ ଜିଆରପି ମଧ୍ୟରେ କିପରି ସମନ୍ବୟ ରହିବ, ସେ ନେଇ ବୈଠକରେ ଦିଆଯାଇଥିଲା ଗୁରୁତ୍ବ ।
First published: