ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Railway Recruitment 2021: ଦଶମ ଶ୍ରେଣୀ ପାସ୍ କରିଥିଲେ ବିନା ପରୀକ୍ଷାରେ ରେଳବାଇରେ ଚାକିରି

Railway Recruitment 2021: ଦଶମ ଶ୍ରେଣୀ ପାସ୍ କରିଥିଲେ ବିନା ପରୀକ୍ଷାରେ ରେଳବାଇରେ ଚାକିରି

Railway Recruitment 2021: ଏହି ଚାକିରି ପାଇଁ ଆବେଦନ କରିବାକୁ ଆଗ୍ରହୀ ପ୍ରାର୍ଥୀଙ୍କୁ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ଼ରୁ ୫୦% ମାର୍କ ସହିତ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିଥିବା ଉଚିତ୍ ।

Railway Recruitment 2021: ଦଶମ ଶ୍ରେଣୀ ପାସ୍ କରିଥିଲେ ବିନା ପରୀକ୍ଷାରେ ରେଳବାଇରେ ଚାକିରି
ଏହି ଚାକିରିରେ ମୋ’ଟ ୧୯୨ଟି ଖାଲି ପୋଷ୍ଟ ପୂରଣ କରାଯିବ ।
  • News18 Odia
  • Last Updated: September 9, 2021, 4:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: Railway Recruitment 2021: ରେଳବାଇରେ ଚାକିରି କରିବାକୁ ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଆବେଦନ କରିବାର ଏକ ଭଲ ସୁଯୋଗ ଆସିଛି । ରେଳ ଚକ କାରଖାନା ବାଣିଜ୍ୟ ଆପ୍ରେଣ୍ଟିସ (Rail Wheel Factory Apprentice Recruitment 2021) ପଦବୀରେ ମୋ’ଟ ୧୯୨ଟି ଖାଲି ପୋଷ୍ଟ ପୂରଣ କରିବା ପାଇଁ ଆବେଦନ ଆମନ୍ତ୍ରଣ କରିଛି ।

ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ rwf.indianrailways.gov.in ୱେବସାଇଟକୁ ଯାଇ ରେଳ ଚକ କାରଖାନାର ବିଷୟରେ ବିସ୍ତୃତ ସୂଚନା ପାଇପାରିବେ । RWF ଆପ୍ରେଣ୍ଟିସ୍ ନିଯୁକ୍ତିର ୧୯୨ଟି ପୋଷ୍ଟ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୩ ସେପ୍ଟେମ୍ବର ୨୦୨୧ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗ

ଆବେଦନ କରିବାକୁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ୫୦% ମାର୍କ ସହିତ ଦଶମ ଶ୍ରେଣା ପରୀକ୍ଷା (ମ୍ୟାଟ୍ରିକ୍‌ ପରୀକ୍ଷା) ପାସ୍ କରିଥିବା ଉଚିତ୍ । ତା’ ସହିତ ପ୍ରାର୍ଥୀଙ୍କ ପାଖରେ ନ୍ୟାସନାଲ କାଉନସିଲ୍ ଫର ଭୋକେସନାଲ୍ ଟ୍ରେନିଂରୁ (NCVT) ନ୍ୟାସନାଲ୍‌ ଟ୍ରେଡ୍‌ ଆପ୍ରେଣ୍ଟିସ୍ ସାର୍ଟିଫିକେଟ୍ ପାଇଥିବା ଅନିବାର୍ଯ୍ୟ ।

ଏହା ବି ପଢ଼ନ୍ତୁ | BJP କର୍ମୀ ଓ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଚିଲିକାର BJD ବିଧାୟକ; ତାଙ୍କୁ ଦଳରୁ ନିଲମ୍ବନ କଲେ ନବୀନ

ଆବେଦନ କରିବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଉଚିତ୍ । ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଉଚ୍ଚ ବୟସ ସୀମାରେ କୋହଳତା ପ୍ରଦାନ କରାଯିବ । ଏହି ପ୍ରକ୍ରିୟାରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ବେତନ ଭାବରେ ପ୍ରତି ମାସ ୧୨,୨୬୧ ଟଙ୍କା ଦିଆଯିବ ।

ଏହା ବି ପଢ଼ନ୍ତୁ | ଓଡ଼ିଶା Assemblyରେ ଉଦବେଗ: ରାଜ୍ୟରେ ବଢୁଛି ଅପରାଧ, ହେଲେ ଖାଲି ପଡ଼ିଛି ୧୧,୪୫୬ ପୋଲିସ ପଦବୀ

ଏହି ସରକାରୀ ଚାକିରି ପାଇଁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ୧୩ ସେପ୍ଟେମ୍ବର ୨୦୨୧ କିମ୍ବା ତା’ ପୂର୍ବରୁ ପ୍ରିନ୍ସିପାଲ୍ ଚିଫ୍ ପର୍ସନେଲ୍‌ ଅଫିସର୍‌, ପର୍ସନେଲ୍‌ ବିଭାଗ, ରେଳ ଚକ କାରଖାନା, ୟେଲାହଙ୍କା, ବେଙ୍ଗାଲୁରୁ – ୫୬୦୦୬୪ ଠିକଣାରେ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଆବେଦନ କରିପାରିବେ । ସେପ୍ଟେମ୍ବର ୧୩ ପରେ ଗ୍ରହଣ କରାଯାଇଥିବା ଆବେଦନଗୁଡିକ ବିଚାର କରାଯିବ ନାହିଁ ।



ଆଗ୍ରହୀ ପ୍ରାର୍ଥୀମାନେ ଯଥା ଶୀଘ୍ର ଆବେଦନ ଫର୍ମ ପୂରଣ କରି ରେଳବାଇର ଉପରେ ଦିଆଯାଇଥିବା ଠିକଣାକୁ ପଠାଇଦେବା ଉଚିତ । ରେଳ ଚକ କାରଖାନା ବାଣିଜ୍ୟ ଆପ୍ରେଣ୍ଟିସ ପଦ ପାଇଁ ପ୍ରାର୍ଥୀମାନଙ୍କୁ ଦଶମ ଶ୍ରେଣୀ ପରୀକ୍ଷାରେ ପାଇଥିବା ମାର୍କ ଓ ITIରେ ପାଇଥିବା ମାର୍କ ଆଧାରରେ ଚୟନ କରାଯିବ ।
Published by: Anand S.T. Das
First published: September 9, 2021, 4:12 PM IST