ନୂଆ ଦିଲ୍ଲୀ: Railway Jobs: ରେଳବାଇ ନିଯୁକ୍ତି ସେଲ୍, ପୂର୍ବ ରେଳ (Railway Recruitment Cell, Eastern Railway) ଆପ୍ରେଣ୍ଟାଇସସିପ୍ ଟ୍ରେନିଂ ପାଇଁ ବମ୍ପର୍ ନିଯୁକ୍ତି ବାହାର କରିଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରେଳବାଇର ହାୱଡ଼ା, ସିଆଲଦା, ଆସାନସୋଲ, ମାଲଦା, କାଞ୍ଚରପଡ଼ା, ଲିଲୁଆ ଓ ଜମାଲପୁର ଡିଭିଜନରେ ଆପ୍ରେଣ୍ଟାଇସସିପ୍ ପଦ ପାଇଁ ମୋ’ଟ ୩,୩୬୬ଟି ପଦ ଖାଲି ଅଛି ।
ଏହି ଆପ୍ରେଣ୍ଟାଇସସିପ୍ ଟ୍ରେନିଂ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୩ । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ରେଳବାଇ ନିଯୁକ୍ତି ସେଲର ଆଧିକାରିକ ୱେବସାଇଟ୍
www.rrcer.com ପରିଦର୍ଶନ କରି ଆବେଦନ କରିପାରିବେ । ନଭେମ୍ବର ୧୮ ତାରିଖରେ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।
ଏହା ବି ପଢ଼ନ୍ତୁ | ପୁରୁଷମାନଙ୍କର ଏହି ସମସ୍ୟା ଯୋଗୁଁ ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହୁଏ: ଗବେଷଣାରୁ ଜଣାପଡ଼ିଲା
ଆବେଦନ କରିବା ପାଇଁ ପ୍ରାର୍ଥୀ ସର୍ବନିମ୍ନ ୫୦% ମାର୍କ ରଖି ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ କିମ୍ବା ତା’ ସମକକ୍ଷ ପରୀକ୍ଷା ପାସ୍ କରିଥିବା ଉଚିତ । ଏହା ସହିତ ପ୍ରାର୍ଥୀଙ୍କ ପାଖରେ NCVT ବା SCVT ଦ୍ୱାରା ଦିଆଯାଇଥିବା ବାଣିଜ୍ୟ ପ୍ରମାଣପତ୍ର (ଟ୍ରେଡ୍ ସାର୍ଟିଫିକେଟ୍) ମଧ୍ୟ ଥିବା ଉଚିତ । ବିଜ୍ଞପ୍ତି ଅନୁଯାୟୀ ରେଳବାଇ ଆପ୍ରେଣ୍ଟାଇସସିପ୍ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୫ ବର୍ଷ ଓ ସର୍ବାଧିକ ୨୪ ବର୍ଷ ହୋଇଥିବା ଉଚିତ । ଯୋଗ୍ୟତା ଆଧାରରେ ଆପ୍ରେଣ୍ଟାଇସସିପ୍ ଟ୍ରେନିଂ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ । ଏହି ପୋଷ୍ଟଗୁଡ଼ିକ ସହ ଜଡି଼ତ ଅଧିକ ସୂଚନା ପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିବାକୁ ପଡି଼ବ ।
ଏହା ବି ପଢ଼ନ୍ତୁ | UPରେ ଆନ୍ଦୋଳନରତ କୃଷକଙ୍କ ଉପରେ ‘‘କେନ୍ଦ୍ର ମନ୍ତ୍ରୀଙ୍କ ପୁଅ କାର୍ ଚଢ଼ାଇଦେଲେ’’; ୮ ଜଣଙ୍କ ମୃତ୍ୟୁ
ରେଳ ନିଯୁକ୍ତି ସେଲ୍, ପୂର୍ବ ରେଳ (Railway Recruitment Cell, Eastern Railway) - ଆବେଦନ ଶୁଳ୍କ:
- ସାଧାରଣ ବର୍ଗ - ୧୦୦ ଟଙ୍କା
- SC - ନିଃଶୁଳ୍କ
- ST - ନିଃଶୁଳ୍କ
- PWBD - ନିଃଶୁଳ୍କ
- ମହିଳା ପ୍ରାର୍ଥୀ – ନିଃଶୁଳ୍କ
ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର୍ ହାଇଦର୍ର ପୁଅ ଶେଖ୍ କାଦିର୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ମିଳିଲା
ରେଳବାଇ ନିଯୁକ୍ତି ସେଲ୍, ପୂର୍ବ ରେଳବାଇ - ଖାଲି ପଦର ବିବରଣୀ:
- ହାୱଡ଼ା ଡିଭିଜନ୍ – ୬୫୯ଟି ପୋଷ୍ଟ୍
- ସିଆଲଦା ଡିଭିଜନ୍ – ୧,୧୨୩ଟି ପୋଷ୍ଟ୍
- ଆସାନସୋଲ୍ ଡିଭିଜନ୍ – ୪୧୨ଟି ପୋଷ୍ଟ୍
- ମାଲଦା ଡିଭିଜନ – ୧୦୦ଟି ପୋଷ୍ଟ୍
- କାଞ୍ଚରାପଡ଼ା ଡିଭିଜନ୍ – ୧୯୦ଟି ପୋଷ୍ଟ୍
- ଲିଲୁଆ ଡିଭିଜନ୍ – ୨୦୪ଟି ପୋଷ୍ଟ୍
- ଜମାଲପୁର ଡିଭିଜନ୍ – ୬୭୮ଟି ପୋଷ୍ଟ୍
ବିଜ୍ଞପ୍ତି ଦେଖିବାକୁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।