ରେଳ ଟେଣ୍ଡରରେ ଘୋଟାଲା: ୫୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ଡେପୁଟି ଚିଫ୍‌ ଇଞ୍ଜିନିୟର ଗିରଫ

ରେଳବାଇର ଭିତ୍ତିଭୂମି ଓ ଟ୍ରାକ୍ କାମ ପାଇଁ ୩ କୋଟି ଟଙ୍କାର ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଅଭିଯୋଗ ଅନୁସାରେ ଏହି ଟେଣ୍ଡର୍ ଠିକାଦାର ଚିତ୍ରସେନଙ୍କୁ ଦେବାର ପ୍ରତିଶ୍ରୁତି ଦେଇ ପ୍ରଶାନ୍ତ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ନେଇଥିଲେ ।

ରେଳ ଟେଣ୍ଡରରେ ଘୋଟାଲା: ୫୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ଡେପୁଟି ଚିଫ୍‌ ଇଞ୍ଜିନିୟର ଗିରଫ
ପ୍ରଶାନ୍ତ କୁମାର ବାଘଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରେଳବାଇର ୩ କୋଟି ଟଙ୍କାର ଟେଣ୍ଡର କରାଇଦେବାକୁ କହି ରେଳବାଇର ଡେପୁଟି ଚିଫ ଇଞ୍ଜିନିୟର (କନଷ୍ଟ୍ରକସନ) ପ୍ରଶାନ୍ତ କୁମାର ବାଘ ୫୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ଠିକାଦାର ଚିତ୍ରସେନ ବାଘ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଇଞ୍ଜିନିୟରଙ୍କୁ ଗିରଫ କରିଛି । ଏଥି ସହିତ ମାମଲା ପ୍ରତ୍ୟାହାର ପାଇଁ ଧମକଚମକ ଦେଉଥିବା ଅଭିଯୁକ୍ତର ଶାଳକକୁ ପୁଲିସ ଧରିବାକୁ ଉଦ୍ୟମ କରୁଛି ।

ସୂଚନା ଅନୁସାରେ ପ୍ରଶାନ୍ତ କୁମାର ବାଘ ରେଲୱେ କନଷ୍ଟ୍ରକସନ ବିଭାଗର ଡେପୁଟି ଚିଫ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ରେଲୱେର ଭିତ୍ତିଭୂମି ଓ ଟ୍ରାକ କାମ ପାଇଁ ୩ କୋଟି ଟଙ୍କାର ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଅଭିଯୋଗ ଅନୁସାରେ ଏହି ଟେଣ୍ଡରକୁ ଠିକାଦାର ଚିତ୍ରସେନଙ୍କୁ ଦେବା ଲାଗି ପ୍ରଶାନ୍ତ ପ୍ରତିଶ୍ରୁତି ଦେଇଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ଏକ ବୁଝାମଣା ମଧ୍ୟ ହୋଇଥିଲା । ତେବେ ଟେଣ୍ଡର ପାସ କରିବା ଲାଗି ସେ ୫୦ ଲକ୍ଷ ଟଙ୍କା ମାଗିଥିଲେ । କାମ ଆଶାରେ ଚିତ୍ରସେନ ତାଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଟେଣ୍ଡର ବାହାରିବା ପରେ ଅନ୍ୟ ଜଣେ କାମ ପାଇଥିଲା ।

ଧମକଚମକ ଦେଉଥିବା ଅଭିଯୁକ୍ତର ଶାଳକକୁ ଧରିବାକୁ ପୁଲିସ ଉଦ୍ୟମ କରୁଛି ।


ଟେଣ୍ଡର ନ ମିଳିବାରୁ ଠିକାଦାର ଚିତ୍ରସେନ ଡେପୁଟି ଚିଫ ଇଞ୍ଜିନିୟର ପ୍ରଶାନ୍ତଙ୍କ ସହ ଯୋଗାଯୋଗ କରିଥିଲେ । ହେଲେ ପ୍ରଶାନ୍ତ ଟାଳଟୁଳ ନୀତି ଅବଲମ୍ବନ କରି ତାଙ୍କ ସହ ମିଳାମିଶା କମାଇ ଦେଇଥିଲେ । ଟେଣ୍ଡର ପାଇବା ଆଶା ମଉଳିବାରୁ ଚିତ୍ରସେନ ଟଙ୍କା ଫେରସ୍ତ କରିବାକୁ ପ୍ରଶାନ୍ତଙ୍କ କହିଥିଲେ । ହେଲେ ସେ ଟଙ୍କା ଫେରାଇବା ପରିବର୍ତ୍ତେ ଓଲଟା ତାଙ୍କୁ ଧମକଚମକ ଦେଇଥିଲେ ବୋଲି ଚିତ୍ରସେନ ଅଭିଯୋଗ କରିଛନ୍ତି ।

ଶେଷରେ ନିରାଶ ହୋଇ ଚିତ୍ରସେନ ଥାନାରେ ଏତଲା ଦାୟର କରିଥିଲେ । ପୁଲିସ ଘଟଣାର ତଦନ୍ତ କରିବା ସହ ଚିଫ ଇଞ୍ଜିନିୟର ପ୍ରଶାନ୍ତଙ୍କୁ ହେପାଜତକୁ ନେଇ ଜେରା କରୁଛି । ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ । ତେବେ ପ୍ରଶାନ୍ତଙ୍କ ଗିରଫ ହେବା ନିଶ୍ଚିତ ବୋଲି ସେ କହିଛନ୍ତି ।

ଡେପୁଟି ଚିଫ ଇଞ୍ଜିନିୟରଙ୍କ ବିରୋଧରେ ଅଭିଯୋଗ କରିଥିବା ଠିକାଦାର ଚିତ୍ରସେନ ବାଘଙ୍କୁ ହତ୍ୟା ଧମକ ମିଳୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏତଲା ନ ଉଠାଇଲେ ଜୀବନରୁ ମାରିଦେବାକୁ ସନ୍ଦିପ ଖୁଣ୍ଟିଆ ନାମକ ଜଣେ ଯୁବକ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି । ତଦନ୍ତ ବେଳେ ହତ୍ୟା ଧମକ ଦେଉଥିବା ସନ୍ଦୀପ ଅଭିଯୁକ୍ତ ପ୍ରଶାନ୍ତର ଶାଳକ ବୋଲି ଜଣାପଡିଛି । ଏ ସମ୍ପର୍କରେ ରେଳବାଇ ପକ୍ଷରୁ କୌଣସି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 26, 2020, 11:07 PM IST
corona virus btn
corona virus btn
Loading