ରେଳ ବଜେଟ ୨୦୨୦: ଶୀଘ୍ର ସଢ଼ି ଯାଉଥିବା କୃଷି ଦ୍ରବ୍ୟ ନେବାଆଣିବା ପାଇଁ ଚ଼ାଲିବ କିଶାନ ଟ୍ରେନ୍

ଭାରତୀୟ ରେଳ ତରଫରୁ ପବ୍ଳିକ ପ୍ରାଇଭେଟ ପାର୍ଟନରସିପ (ପିପିପି) ପ୍ରକ୍ରିୟାରେ ସ୍ୱତନ୍ତ୍ର କିଶାନ ଟ୍ରେନ ପରିଚ଼ାଳନା କରାଯିବ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ରେଳ ଧାରଣା କଡ଼ରେ ଥିବା ରେଳ ବିଭାଗର ନିଜସ୍ବ ଜମିରେ ବଡ଼ ସୈାର ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।

ରେଳ ବଜେଟ ୨୦୨୦: ଶୀଘ୍ର ସଢ଼ି ଯାଉଥିବା କୃଷି ଦ୍ରବ୍ୟ ନେବାଆଣିବା ପାଇଁ ଚ଼ାଲିବ କିଶାନ ଟ୍ରେନ୍
ସମ୍ପୂର୍ଣ୍ଣ ସ୍ବୟଂଚାଳିତ ତେଜସ ଏକ୍ସପ୍ରେସ ଟ୍ରେନ୍‌
  • News18 Odia
  • Last Updated: February 1, 2020, 5:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କୃଷିକୁ ଏବେ ମିଳିବ ରେଳବାଇର ସିଧା ସହଯୋଗ । ଶୀଘ୍ର ସଢ଼ି ଯାଉଥିବା କୃଷି ଦ୍ରବ୍ୟଗୁଡିକର ପରିବହନ ପାଇଁ ଭାରତୀୟ ରେଳ ତରଫରୁ କିଶାନ ଟ୍ରେନ୍‌ ପରିଚ଼ାଳନା କରାଯିବ ବୋଲି ବଜେଟ ଭାଷଣରେ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

‘‘ଶୀଘ୍ର ସଢ଼ି ଯାଉଥିବା କୃଷି ଦ୍ରବ୍ୟଗୁଡିକ ପାଇଁ ଗୋଟେ ଜାତୀୟ କୋଲ୍‌ଡ ସପ୍ଲାଇ ଚ଼େନ୍‌ ନିର୍ମାଣ କରିବା ଲକ୍ଷ ନେଇ ଭାରତୀୟ ରେଳ ତରଫରୁ ସ୍ୱତନ୍ତ୍ର କିଶାନ ଟ୍ରେନ ଚ଼ଳାଚ଼ଳ କରାଯିବ । ଏ ବ୍ୟବସ୍ଥା ପବ୍ଳିକ ପ୍ରାଇଭେଟ ପାର୍ଟନରସିପ (ପିପିପି) ପ୍ରକ୍ରିୟାରେ କରାଯିବ,’’ କହିଛନ୍ତି ସୀତାରମଣ ।

ଦେଶର ପ୍ରସିଦ୍ଧ ତୀର୍ଥ ସ୍ଥାନଗୁଡ଼ିକ ମଧ୍ୟରେ ତେଜସ ଭଳି ଆହୁରି ଅଧିକ ସଂଖ୍ୟକ ମଧ୍ୟମ ଦ୍ରୁତଗାମୀ ଟ୍ରେନ୍‌ ଚ଼ଳାଯିବ ବୋଲି ମଧ୍ୟ ସେ ତାଙ୍କ ବଜେଟ ଭାଷଣରେ ଘୋଷଣା କରିଛନ୍ତି । ତେଜସ ଏକ୍ସପ୍ରେସ ଭାରତର ପ୍ରଥମ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ବ୍ୟବସ୍ଥା ଥିବା ଏହି ପ୍ରକାରର ଟ୍ରେନ । ଏହା ବର୍ତ୍ତମାନ ଦିଲ୍ଳୀରୁ ଲକ୍ଷ୍ନୌ ମଧ୍ୟରେ ଚାଲୁଛି ।

ଅହମଦାବାଦ ଓ ମୁମ୍ବାଇ ମଧ୍ୟରେ ଚ଼ାଲୁଥିବା ଦୃତଗାମୀ ଟ୍ରେନ୍‌ ପରି ଟ୍ରେନ ଦେଶର ଅନ୍ୟ ସହରମାନଙ୍କ ମଧ୍ୟରେ ଚ଼ାଲିବ ବୋଲି ମଧ୍ୟ କହିଛନ୍ତି ଅର୍ଥ ମନ୍ତ୍ରୀ । ୨୭,୦୦୦ କିଲୋମିଟର ରେଳ ଲାଇନକୁ ବିୁଦ୍ୟୁତୀକରଣ କରିବାକୁ ସରକାରଙ୍କ ଯୋଜନା ଅଛି ବୋଲି ସେ କହିଛନ୍ତି । ଦେଶରେ ବିଭିନ୍ନ ରେଳ ଷ୍ଟେସନର ଆଧୁନିକୀକରଣ ଓ ସମ୍ପ୍ରସାରଣ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ରେଳ ଧାରଣା କଡ଼ରେ ଥିବା ରେଳ ବିଭାଗର ନିଜସ୍ବ ଜମିରେ ବଡ଼ ସୈାର ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଅନେକ ରେଳ ଷ୍ଟେସନର ଆଧୁନିକୀକରଣ କରିବା ସହ ତୀର୍ଥସ୍ଥାନଗୁଡ଼ିକ ମଧ୍ୟରେ ଅଧିକ ସଂଖ୍ୟକ ତେଜସ ଭଳି ସ୍ବୟଂଚାଳିତ ଟ୍ରେନ ଚଳାଚଳ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି । ବେଙ୍ଗାଲୁରୁରେ ସବରବାନ ଟ୍ରେନ ଉନ୍ନତି ନିମନ୍ତେ ବିଶେଷ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।

‘‘ବନ୍ଦରଗୁଡିକ ପାଇଁ ଏକ ପ୍ରଶାସନିକ ବ୍ୟବସ୍ଥା ବିକଶିତ କରାଯିବ । ସେହି ବ୍ୟବସ୍ଥା ଏକ ପ୍ରମୁଖ ବନ୍ଦରର ଦାୟିତ୍ବ ନେବା ସହ ତାକୁ ଷ୍ଟକ୍‌ ଏକ୍ସଚେଞ୍ଜଗୁଡ଼ିକରେ ସ୍ଥାନିତ କରିବ । ସରକାର ବେଙ୍ଗାଲୁରୁ ସବରବାନ୍‌ ପରିବହନ ପ୍ରକଳ୍ପ ପାଇଁ ୨୦ ପ୍ରତିଶତ ଅଂଶଧନ ପ୍ରଦାନ କରିବ । ଏହା ୧୮,୬୦୦ କୋଟି ଟଙ୍କାର ପ୍ରକଳ୍ପ ହେବ । ୨୦୨୧ ଆର୍ଥିକ ବର୍ଷରେ ପରିବହନ ଭିତ୍ତିଭୂମି ନିମନ୍ତେ ୧.୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି,’’ କହିଛନ୍ତି ସୀତାରମଣ ।
First published: February 1, 2020, 5:25 PM IST
corona virus btn
corona virus btn
Loading