ବେଲପାହାଡ଼ ରେଳ ଷ୍ଟେସନରେ ରେଳରୋକ; ୟୁଜର୍ସ ଫୋରମ ପକ୍ଷରୁ ଧାରଣା

Jharsuguda: ବେଲପାହାଡ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣି ଦାବିରେ ଏହି ରେଳରୋକ ଆନ୍ଦୋଳନ କରାଯାଉଛିl ଷ୍ଟେସନ ପରିସରରେ ୧୪୪ ଧାରା ଲାଗୁ କରାଯାଇଛି।

ବେଲପାହାଡ଼ ରେଳ ଷ୍ଟେସନରେ ରେଳରୋକ

ବେଲପାହାଡ଼ ରେଳ ଷ୍ଟେସନରେ ରେଳରୋକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଝାରସୁଗୁଡ଼ା: ଝାରସୁଗୁଡ଼ା Jharsuguda) ବେଲପାହାଡ଼ (Belpaha) ରେଳ ଷ୍ଟେସନରେ (Rail station) ରେଳରୋକ। ବେଲପାହାଡ ଲଖନପୁର ରେଳ ୟୁଜର୍ସ ଫୋରମ ଏହି ରେଳରୋକ ଆନ୍ଦୋଳନ ଡାକରା ଦେଇଛିl

ବେଲପାହାଡ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣି ଦାବିରେ ଏହି ରେଳରୋକ ଆନ୍ଦୋଳନ କରାଯାଉଛିl ଷ୍ଟେସନ ପରିସରରେ ୧୪୪ ଧାରା ଲାଗୁ କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ଦେଖା ନଦେଵ ସେଥିପାଇଁ ରେଲୱେ ପୋଲିସ ଏବଂ ଓଡିଶା ପୋଲିସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ୨୩ ତାରିଖରେ ବେଲପାହାଡ଼ ବନ୍ଦ ସହ ରେଳରୋକ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏ ବାବଦରେ ବେଲପାହାଡ଼- ଲଖନପୁର ବ୍ଲକ୍ ରେଳ ୟୁଜର୍ସ ଫୋରମ ପକ୍ଷରୁ ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲୱେର ଜେନେରାଲ ମ୍ୟାନେଜରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା।

ସେହିପରି ଗତ ଶୁକ୍ରବାର ବେଲପାହାଡ ମାଉସୀ ମନ୍ଦିର ଓ ଲଖନପୁରଠାରେ ରେଳରୋକ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟ ବୈଠକରେ ଆନ୍ଦୋଳନକୁ ସଫଳ କରିବା ପାଇଁ ବେଲପାହାଡ଼ ସହରର ପ୍ରତି ପଡ଼ା ଓ ବ୍ଲକ୍ର ପ୍ରତି ଗାଁରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା।


ପୂର୍ବରୁ ବେଲପାହାଡ଼ ଷ୍ଟେସନରେ ରହଣି ଥିବା ୪ଟି ପାସେଞ୍ଜର ଟ୍ରେନ, ତିନିଟି ଦୈନିକ ରହଣି କରୁଥିବା ଏକ୍ସପ୍ରେସ, ମାସକୁ ଦୁଇଥର ରହଣି ଥିବା ଗୋଟିଏ ଏକ୍ସପ୍ରେସ, ମାସକୁ ଥରେ ରହଣି କରୁଥିବା ଗୋଟିଏ ଏକ୍ସପ୍ରେସ ଟ୍ରେନର ରହଣିକୁ ବାତିଲ କରିଥିବା ବେଳେ ଏହାକୁ ପୁନଃ ରହଣି ପାଇଁ ରେଳ ବିଭାଗ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଏକ ଦୀର୍ଘକାଳୀନ ଆନ୍ଦୋଳନ କରାଯିବ ପାଇଁ ବୈଠକରେ ନିର୍ଣ୍ଣୟ ନିଆଯାଇଥିଲା।
Published by:Lipina Das
First published: