ମୋଦି ତାଙ୍କୁ ‘ଟ୍ୟୁବଲାଇଟ୍’ ବୋଲି କହିବା ପରେ ରାହୁଳ ଗାନ୍ଧି ତାଙ୍କୁ କଟୁ ସମାଲୋଚ଼ନା କଲେ

‘‘ମୁଁ ଗଲା ୩୦-୪୦ ମିନିଟ୍ ହେଲା କହି ଚ଼ାଲିଛି, ହେଲେ କରେଣ୍ଟ୍ (କଂଗ୍ରେସ୍ ବେଞ୍ଚ୍‌ରେ) ପହଞ୍ଚିବାରେ ଏତେ ସମୟ ଲାଗିଗଲା । ଅନେକ ଟ୍ୟୁବଲାଇଟ୍ ଏମିତି ଥାଆନ୍ତି,’’ ଗତ କାଲି କହିଥିଲେ ମୋଦି ।

ମୋଦି ତାଙ୍କୁ ‘ଟ୍ୟୁବଲାଇଟ୍’ ବୋଲି କହିବା ପରେ ରାହୁଳ ଗାନ୍ଧି ତାଙ୍କୁ କଟୁ ସମାଲୋଚ଼ନା କଲେ
ଲୋକ ସଭାରେ ଗୁରୁବାର ମୋଦିଙ୍କ ଭାଷଣ ଓ ସେହି ସମୟରେ ରାହୁଳ ଗାନ୍ଧି
  • News18 Odia
  • Last Updated: February 7, 2020, 3:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଳ ଗାନ୍ଧିଙ୍କୁ ଲୋକ ସଭାରେ ‘‘ଟ୍ୟୁବଲାଇଟ୍‌’’ ବୋଲି ଇଙ୍ଗିତରେ କହିବାର ଦିନକ ପରେ ରାହୁଳ ମୋଦିଙ୍କୁ କଟୁ ସମାଲୋଚ଼ନା କରି କହିଛନ୍ତି ଯେ ସେ ଜଣେ ପ୍ରଧାନ ମନ୍ତ୍ରୀଙ୍କ ପରି ଆଚ଼ାର ବ୍ୟବହାର କରୁନାହାନ୍ତି ।

‘‘ସାଧାରଣତଃ ଜଣେ ପ୍ରଧାନ ମନ୍ତ୍ରୀଙ୍କର ଗୋଟେ ନିର୍ଦ୍ଦିଷ୍ଟ ଗାରିମା ଥାଏ, ଆଚ଼ାର ବ୍ୟବହାରର ଗୋଟେ ନିର୍ଦ୍ଦିଷ୍ଟ ଶୈଳୀ ଥାଏ, ଗୋଟେ ନିର୍ଦ୍ଦିଷ୍ଟ ମହାନ ଉଚ୍ଚତା ଥାଏ, ହେଲେ ଆମ ପ୍ରଧାନ ମନ୍ତ୍ରୀଙ୍କର ଏ ସବୁ ନାହିଁ । ସେ ଜଣେ ପ୍ରଧାନ ମନ୍ତ୍ରୀଙ୍କ ପରି ବ୍ୟବହାର କରୁନାହାନ୍ତି,’’ ଆଜି ପାର୍ଲାମେଣ୍ଟ୍‌ ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଗାନ୍ଧି ।

ଲୋକ ସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନର ଉତ୍ତର ପ୍ରତି ଧନ୍ୟବାଦ ପ୍ରସ୍ତାବ ବେଳେ ଗୁରୁବାର ମୋଦି ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଇଙ୍ଗିତରେ ଦେଇଥିବା ମନ୍ତବ୍ୟ ଉପରେ ପଚ଼ରାଯାଇଥିବା ପ୍ରଶ୍ନର ଉତ୍ତରରେ ଗାନ୍ଧି ଏହା କହିଛନ୍ତି ।

‘‘ଆମର (କଂଗ୍ରେସ ଓ ବିପକ୍ଷର) ତଣ୍ଟି ଚ଼ିପା ଯାଉଛି ଓ ଆମକୁ ପାର୍ଲାମେଣ୍ଟରେ କହିବା ପାଇଁ ଦିଆଯାଉ ନାହିଁ । ସେମାନେ (ସରକାର) ଆମ ସ୍ୱରକୁ ଦବେଇ ଦେଇଛନ୍ତି,’’ ଗାନ୍ଧି ଆହୁରି କହିଥିଲେ ।

ଗୁରୁବାର ଦିନ ଲୋକ ସଭାରେ ଜଣେ କଂଗ୍ରେସ ନେତାଙ୍କ ଦ୍ୱାରା ଦିଆଯାଇଥିବା ଆପତ୍ତିଜନକ ବିବୃତି ବିଷୟରେ ମୋଦି କହୁଥିବା ବେଳେ ରାହୁଳ ଗାନ୍ଧି ଠିଆ ହୋଇ ପଡ଼ି ଦେଶରେ ବେରୋଜଗାରୀ ବିଷୟରେ ଏକ ପ୍ରଶ୍ନ ପଚ଼ାରିବାକୁ ଚ଼େଷ୍ଟା କରିଥିଲେ । ସେତିକି ବେଳେ ପ୍ରଧାନ ମନ୍ତ୍ରୀ କହିଥିଲେ ଯେ ସେ ଗାନ୍ଧିଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଥିଲେ, ହେଲେ ତାହା ଆସିବାରେ କିଛି ସମୟ ଲାଗିଗଲା ।

‘‘ମୁଁ ଗଲା ୩୦-୪୦ ମିନିଟ୍‌ ହେଲା କହି ଚ଼ାଲିଛି, ହେଲେ କରେଣ୍ଟ୍‌ (କଂଗ୍ରେସ୍‌ ବେଞ୍ଚ୍‌ରେ) ପହଞ୍ଚିବାରେ ଏତେ ସମୟ ଲାଗିଗଲା । ଅନେକ ଟ୍ୟୁବଲାଇଟ୍‌ ଏମିତି ଥାଆନ୍ତି,’’ କହିଥିଲେ ମୋଦି ।
First published: February 7, 2020, 3:25 PM IST
corona virus btn
corona virus btn
Loading