• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ; ସାତ ଦିନ ଝୁଲଣ କୁଞ୍ଜରେ ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲିବେ ମଦନମୋହନ

ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ; ସାତ ଦିନ ଝୁଲଣ କୁଞ୍ଜରେ ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲିବେ ମଦନମୋହନ

ରାଧାକୃଷ୍ଣଙ୍କ ରାସ ଉତ୍ସବର ପରମ୍ପରାକୁ ନେଇ ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଶ୍ରୀମନ୍ଦିରରୁ ଆରମ୍ଭ କରି ମଠବାଡି ଓ ଅନେକ ଘରମାନଙ୍କରେ ପାଳନ କରାଯାଉଛି ଝୁଲଣ ଯାତ୍ରା ।

ରାଧାକୃଷ୍ଣଙ୍କ ରାସ ଉତ୍ସବର ପରମ୍ପରା; ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା

ରାଧାକୃଷ୍ଣଙ୍କ ରାସ ଉତ୍ସବର ପରମ୍ପରା; ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା

  • News18 Odia
  • Last Updated :
  • Purihasa
  • Share this:
News 18 Odia Digital

ପୁରୀ; ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରା । ଝୁଲଣ ଯାତ୍ରା ହେଉଛି ରାଧାକୃଷ୍ଣଙ୍କ ରାସ ଉତ୍ସବ । ବର୍ଷାରାସରେ ରାଧାକୃଷ୍ଣଙ୍କ ମନୋରଞ୍ଜନ ପାଇଁ କରାଯାଇଛି ବିଭିନ୍ନ ବ୍ୟବସ୍ଥା । ଯମୁନା ତଟରେ ରାସ ସମୟରେ ଗୋପ ଗୋପାଙ୍ଗନା ମାନେ ଯେଭଳି ଆମୋଦରେ ନୃତ୍ୟ ଗୀତ କରୁଥିଲେ ଠିକ୍ ସେହିପରି ଶ୍ରୀମନ୍ଦିର ସହ ବିଭିନ୍ନ ମଠମନ୍ଦିରରେ ବିଭିନ୍ନ ଝୁଲଣ କୁଞ୍ଜ ପ୍ରସ୍ତୁତି ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।



ଶ୍ରୀମନ୍ଦିରରେ ଚଳିତବର୍ଷ ଝୁଲଣ ପର୍ବ ଦର୍ଶନର ସୌଭାଗ୍ୟ ଲାଭ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଶ୍ରୀକ୍ଷେତ୍ରରେ ସାତ ଦିନ ଧରି ଝୁଲଣଯାତ୍ରା ଅନୁଷ୍ଠିତ ହୋଇଥାଏ । ଦଶମୀ ତିଥିରେ ଆରମ୍ଭ ହୋଇଥିବା ବର୍ଷା ରାସ ଶ୍ରାବଣ ପୂର୍ଣ୍ଣିମାର ପର ଦିନ ଶେଷ ହୁଏ । ତେବେ ବୃନ୍ଦାବନରେ ଝୁଲଣ ପର୍ବକୁ ସେମାନେ ୧୪ ଦିନ ପର୍ଯ୍ୟନ୍ତ ଧୁମଧାମରେ ପାଳନ କରିଥାନ୍ତି ।



"ବାରମାସରେ ତେର ଯାତ୍ରା ଶ୍ରୀମନ୍ଦିରରେ ପାଳିତ ହେଉଥିବା ବେଳେ ଝୁଲଣ ଯାତ୍ରା ବେଶ ସ୍ୱତନ୍ତ୍ର । ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳିତ ହେଉଛି  ଝୁଲଣ ଯାତ୍ରା । ଏଥିପାଇଁ ବଡ଼ ଦେଉଳ ଭିତର ବେଢ଼ା ସ୍ଥିତ ମୁକ୍ତିମଣ୍ଡପ ନିକଟରେ ପ୍ରସ୍ତୁତ କରାଯାଇଛି ସ୍ୱତନ୍ତ୍ର ଝୁଲଣ କୁଞ୍ଜ । ପଶୁ ପକ୍ଷୀ ଗଛ ଲତା ଶୋଭିତ ସୁସଜ୍ଜିତ କୁଞ୍ଜ ଦୋଳିରେ ସଖୀମାନଙ୍କ ଗହଣରେ ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲୁଥାନ୍ତି ମଦନମୋହନ । ଝୁଲଣ ଯାତ୍ରା ପାଇଁ ଶ୍ରୀମନ୍ଦିରରେ କରାଯାଇଛି  ସ୍ୱତନ୍ତ୍ର ନୀତି । ମଧ୍ୟାହ୍ନ ଧୂପ ପରେ ଭୂଦେବୀ ଓ ଶ୍ରୀଦେବୀ ଦକ୍ଷିଣିଘରକୁ ବିଜେ କରିବା ପରେ ମଦନମୋହନଙ୍କ ସହ ପୁଣି ଆସନ୍ତି ରତ୍ନ ସିଂହାସନକୁ । ଆରତୀ ଓ ଅନ୍ୟାନ୍ୟ ନୀତି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଝୁଲଣ କୁଞ୍ଜକୁ ବିଜେ କରନ୍ତି ଚଳନ୍ତି ପ୍ରତିମା ଏନେଇ ସୂଚନା ଦେଇଛନ୍ତି ଜଗନ୍ନାଥ ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ।

" ଝୁଲଣରେ ସ୍ୱତନ୍ତ୍ର ମାଣ୍ଡୁଅ ଭୋଗ ଓ ବିଡ଼ିଆ ମଣୋହି କୋଠଭୋଗ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଭୋଗ ଅର୍ପଣ କରାଯିବାର ବିଧି ରହିଛି । " ଶ୍ରୀକ୍ଷେତ୍ରର ମଠ ବାଡ଼ିର ଝୁଲଣ ଯାତ୍ରା ହୋଇଥାଏ ବେଶ ଆକର୍ଷଣୀୟ।  ସଂନ୍ଧ୍ୟାପରେ ସବୁ ମଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ବୈଷ୍ଣବ ଶାସ୍ତ୍ର ଅନୁଯାୟୀ ଦ୍ୱାପର ଯୁଗରେ କାଳିନ୍ଦୀ ବା ଯମୁନା ତଟର ବୃନ୍ଦାବନ, ମଧୁବନ ଓ ନିଧୁବନ ହିଁ ଥିଲା ରାଧାକୃଷ୍ଣଙ୍କ ମିଳନସ୍ଥଳୀ ବର୍ଷାର ଆଗମନରେ ଯମୁନାର ତଟବର୍ତ୍ତୀ ବନଭୁମୀ ପାଲଟିଯାଏ ସୁସଜ୍ଜିତ ପ୍ରଣୟ କୁଞ୍ଜ । ନିଧୁବନର ଏହି ଲତାକୁଞ୍ଜର ଦୋଳିରେ ପ୍ରାବୃଟ ରାସରେ ମିଳିତ ହୁଅନ୍ତି ରସରାଜ ଶ୍ରୀକୃଷ୍ଣ ଓ ରାଇ ବିନୋଦିନୀ।
Published by:Soubhagya Mishra
First published: