• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସ୍କୁଲ ଆସୋସିଏସନ ପକ୍ଷରୁ ଭିନ୍ନ ଉଦ୍ୟମ; ଅନୁଷ୍ଠିତ ହେବ ପଲ୍ଲୀ କୁଇଜ୍ ପ୍ରତିଯୋଗିତା

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସ୍କୁଲ ଆସୋସିଏସନ ପକ୍ଷରୁ ଭିନ୍ନ ଉଦ୍ୟମ; ଅନୁଷ୍ଠିତ ହେବ ପଲ୍ଲୀ କୁଇଜ୍ ପ୍ରତିଯୋଗିତା

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସ୍କୁଲ ଆସୋସିଏସନ (ଓପେସା) ଓ ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି।

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସ୍କୁଲ ଆସୋସିଏସନ ପକ୍ଷରୁ ଭିନ୍ନ ଉଦ୍ୟମ

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସ୍କୁଲ ଆସୋସିଏସନ ପକ୍ଷରୁ ଭିନ୍ନ ଉଦ୍ୟମ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟରେ ଆସନ୍ତା ଜୁଲାଇ ୨ ଓ ୩ ତାରିଖ ଦୁଇ ଦିନ ଧରି ରାଜ୍ୟରେ ଅନୁଷ୍ଠିତ ହେବ ପଲ୍ଲୀ କୁଇଜ୍ ପ୍ରତିଯୋଗିତା।

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସ୍କୁଲ ଆସୋସିଏସନ (ଓପେସା) ଓ ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡିପ୍ଲୋମା ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ସ୍ଥିତ ୟୁସିସିଆଇ କାର୍ଯ୍ୟଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓପେସାର ସାଧାରଣ ସମ୍ପାଦକ ସରୋଜ କୁମାର ସାହୁ ପ୍ରକାଶ କରିଛନ୍ତି ଯେ ଏହି ପ୍ରତିଯୋଗିତା ଇଞ୍ଜିନିୟରିଂ, ଇନୋଭେସନ୍ ଓ ଏନ୍ତ୍ରୋପନିୟରଶୀପ ବା ଯୁବକଙ୍କୁ ଶିଳ୍ପଦ୍ୟୋଗି କରିବା ଲକ୍ଷ୍ୟରେ ଏହି ତିନୋଟି ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ହେବ ଏହି କୁଇଜ ପ୍ରତିଯୋଗିତା।

ଏହା ଛାତ୍ରଛାତ୍ରୀଙ୍କ ଜ୍ଞାନ ଅଭିବୃଦ୍ଧିରେ ସହାୟକ ହେବ। ସେହିପରି ଓପେସାର ସଭାପତି ତଥା ବିଧାୟକ ପ୍ରଫୁଲ ସାମଲ କହିଛନ୍ତି ଯେ ଧୀରେ ଧୀରେ ବୈଷୟିକ ଶିକ୍ଷା ଆଡ଼କୁ ଅନାଗ୍ରହୀ ହେଉଛନ୍ତି ଛାତ୍ରଛାତ୍ରୀ। କର୍ମ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେଉଥିବା କାରଣରୁ ଅଭିଭାବକମାନେ ମଧ୍ୟ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଆଗ୍ରହୀ ହେଉନାହାଁନ୍ତି। ତେଣୁ ଇଂଜିନିୟରିଂ ପାଠ୍ୟକ୍ରମ ପ୍ରତି ଆଗ୍ରହ ବୃଦ୍ଧି ପାଇଁ ଏହା ଏକ ଉଦ୍ୟମ।

ଏହି କୁଇଜ ପ୍ରତିଯୋଗିତା ଆସନ୍ତା ଜୁଲାଇ ୨ ଓ ୩ ତାରିଖରେ ଷ୍ଟାର୍ଟ ଅପ ଓଡ଼ିଶାର ଭୁବନେଶ୍ୱର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏଥିରେ ଉଭୟ ବେସରକାରୀ ଓ ସରକାରୀ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଜୟୀଙ୍କୁ ୭୦ ହଜାର ଟଙ୍କାର ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ। କେବଳ ଓଡ଼ିଶାର ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀମାନେ ନୁହଁନ୍ତି, ସାରା ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଏଥିରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଞ୍ଜିନିୟର ପ୍ରିତିରଞ୍ଜନ ଘଡେଇ, ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ, ଷ୍ଟାର୍ଟଅପ୍ ଓଡ଼ିଶାର ଏକଜ୍ୟୁଟିଭ୍ ଚେୟାରମ୍ୟାନ ଡ଼ଃ. ଓମକାର ରାୟ ପ୍ରମୁଖ ବହୁ ମାନଗଣ୍ୟ ହ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଓପେସାର ଉପ ସଭାପତି ଇଞ୍ଜିନିୟରିଂ ମନୋଜ କୁମାର ଦାସ ସୂଚନା ଦେଇଛନ୍ତି।
Published by:Lipina Das
First published: